କରୋନାର ଚତୁର୍ଥ ଲହର ଜୁନ୍‌ ୨୨ରୁ ଆରମ୍ଭ !…

ନୂଆଦିଲ୍ଲୀ,୨୭।୨ : ଦେଶରେ କରୋନା ମହାମାରୀର ତୃତୀୟ ଲହର ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ତେବେ ବିଶେଷଜ୍ଞ ଏବେ ଚତୁର୍ଥ ଲହରର ପୂର୍ବାନୁମାନ କରିଛନ୍ତି। ଗବେଷକମାନେ କହିଛନ୍ତି ଯେ ଦେଶରେ ଚତୁର୍ଥ ଲହର ଜୁନ ୨୨ ରୁ ଆରମ୍ଭ ହେବ। ଅନୁସନ୍ଧାନ ରିପୋର୍ଟରେ ଏହା କୁହାଯାଇଛି ଯେ ଚତୁର୍ଥ ଲହରର ପ୍ରଭାବ ୨୪ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଜାରି ରହିପାରେ।

ତେବେ ଚତୁର୍ଥ ଲହର କେତେ ଗୁରୁତର ହେବ ସେ ବିଷୟରେ କିଛି କୁହାଯାଇ ନାହିଁ। କରୋନା ଭୂତାଣୁର ନୂତନ ଭାରିଆଣ୍ଟ୍‌ ପ୍ରକାଶ ପାଇବା ପରେ ଏହାର ଗମ୍ଭୀରତା ଜଣା ପଡିବ।

ଆଇଆଇଟି କାନପୁରର ଗବେଷଶଙ୍କ ଦ୍ୱାରା ହୋଇଥିବା ଏହି ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ କୋଭିଡ -୧୯ଲହର ବିଷୟରେ ଏହି ଗବେଷକଙ୍କ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଏହା ପୂର୍ବରୁ ଦୁଇଥର ସତ୍ୟ ସାବ୍ୟସ୍ତ ହୋଇଛି। ବିଶେଷକରି ତୃତୀୟ ଲହରରେ ଏହା ବହୁ ପରିମାଣରେ ସଠିକ ହୋଇଛି।

ଏହି ଗବେଷଣା ଆଇଆଇଟି କାନପୁରର ଗଣିତ ଏବଂ ପରିସଂଖ୍ୟାନ ବିଭାଗର ଏସ୍‌.ପି. ରାଜେଶ ଭୋଇ, ସୁଭ୍ରା ଶଙ୍କର ଧର ଏବଂ ଶଲଭଙ୍କ ପକ୍ଷରୁ କରାଯାଇଛି। ଗବେଷଣାରେ ସେମାନେ ପରିସଂଖ୍ୟାନିକ ମଡେଲ ବ୍ୟବହାର କରି କହିଛନ୍ତି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ୯୩୬ ଦିନ ପରେ କରୋନାର ଚତୁର୍ଥ ଲହର ଆସିପାରେ।

ଆଇଆଇଟି କାନପୁରର ଏହି ରିପୋର୍ଟ ଅନୁଯାୟୀ, କୋଭିଡ -୧୯ର ଚତୁର୍ଥ ଲହର ଅତି କମରେ ଚାରିମାସ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ପରିସଂଖ୍ୟାନିକ ଭବିଷ୍ୟବାଣୀ ୨୪ ଫେବୃଆରୀରେ ପ୍ରିଣ୍ଟର୍‌ ସର୍ଭର ମେଡ୍‌ରକ୍ସିଭ୍‌ରେ ପ୍ରକାଶିତ ହୋଇଥିଲା। ଚତୁର୍ଥ ଲହରର ଗ୍ରାଫ ଅଗଷ୍ଟ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ଶୀର୍ଷରେ ପହଞ୍ଚିବ। ଏହା ପରେ ଏହା କମିବା ଆରମ୍ଭ କରିବ । ଏହା ସହିତ, ଆଶା କରାଯାଉଛି ଯେ କରୋନାର ଚତୁର୍ଥ ଲହରରେ ବୁଷ୍ଟର ଡୋଜ ସହିତ ଟିକାକରଣର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ଗବେଷକ ଦଳ ଚତୁର୍ଥ ଲହରର ଶୀର୍ଷ ସମୟ ବ୍ୟବଧାନକୁ ଗଣିବା ପାଇଁ ‘ବୁଟ ଷ୍ଟ୍ରାପ’ ନାମକ ଏକ ପଦ୍ଧତି ବ୍ୟବହାର କରିଛନ୍ତି। ସେ କହିଛନ୍ତି ଯେ ଏହି ପଦ୍ଧତିକୁ ଅନ୍ୟ ଦେଶରେ ଚତୁର୍ଥ ତଥା ଅନ୍ୟ ଲହରର ପୂର୍ବାନୁମାନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri