Posted inଖେଳ

ଚାରିବର୍ଷ ପରେ ଟପ୍ସରେ ସାନିଆ ସାମିଲ

ନୂଆଦିଲ୍ଲୀ, ୮।୪(ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ)ରେ ସାମିଲ ହୋଇଛନ୍ତି। ୪ ବର୍ଷ ବ୍ୟବଧାନରେ ସାନିଆ ଏହି କାର୍ଯ୍ୟକ୍ରମରେ ପୁଣି ସାମିଲ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ୫୬ତମ ମିଶନ ଅଲିମ୍ପିକ୍‌ ସେଲ୍‌ର ବୈଠକରେ ସାନିଆଙ୍କୁ ସାମିଲ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ଏକାଧିକ ବିଭାଗରେ ଗ୍ରାଣ୍ଡସ୍ଲାମ ବିଜୟିନୀ ୩୪ ବର୍ଷୀୟା ସାନିଆ ଏହାପୂର୍ବରୁ ଶେଷଥର ପାଇଁ ୨୦୧୭ରେ ଏହି ସ୍କିମ୍‌ରେ ସାମିଲ ହୋଇଥିଲେ। ଏହାପରେ ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିଥିଲେ। ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ସାନିଆ ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗର୍ଭାବସ୍ଥା ପାଇଁ ସେ ବ୍ରେକ୍‌ ନେଇଥିବାବେଳେ ତାଙ୍କ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଏବେ ୧୫୭ ରହିଛି। ମାତ୍ର ଡବ୍ଲ୍ୟୁଟିଏ ନିୟମ ଅନୁସାରେ ଯଦି କୌଣସି ଖେଳାଳି ଆହତ ସମସ୍ୟା କିମ୍ବା ଗର୍ଭାବସ୍ଥା ପାଇଁ ୬ ମାସରୁ ଊର୍ଦ୍ଧ୍ୱ ଟେନିସରୁ ଦୂରେଇ ରୁହେ ସେ କ୍ଷେତ୍ରରେ ସେମାନେ ସ୍ପେଶାଲ ର଼୍ୟାଙ୍କିଙ୍ଗ୍‌ ବା ପ୍ରୋଟେକ୍ଟେଡ ର଼୍ୟାଙ୍କିଙ୍ଗ୍‌ ପାଇଁ ଆବେଦନ କରିପାରିବେ। ସେ କ୍ଷେତ୍ରରେ ସେମାନେ ଖେଳିଥିବା ପୂର୍ବ ଟୁର୍ନାମେଣ୍ଟର ର଼୍ୟାଙ୍କ୍‌ ବିଚାରକୁ ନିଆଯିବ। ସାନିଆ ଶେଷଥର ପାଇଁ ୨୦୧୭ ଅକ୍ଟୋବରରେ ଚାଇନା ଓପନରେ ଖେଳିଥିଲେ। ସେତେବେଳେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯ମ ସ୍ଥାନରେ ଥିଲେ। ତେଣୁ ସ୍ପେଶାଲ ର଼୍ୟାଙ୍କିଙ୍ଗ୍‌ (୯ମ) ଭିତ୍ତିରେ ସେ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଟିଏ ପକ୍ଷରୁ ସ୍ପେଶାଲ ର଼୍ୟାଙ୍କିଙ୍ଗ୍‌ ପ୍ରଚଳନ କରାଯାଇଛି। ଗର୍ଭାବସ୍ଥା ପାଇଁ ସାନିଆ ୨ ବର୍ଷ ଟେନିସରୁ ଦୂରେଇ ରହିଥିଲେ। ପୁତ୍ରସନ୍ତାନ ଜନ୍ମ ହେବା ପରେ ଗତବର୍ଷ ସେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରି ସିଜନ ପ୍ରାରମ୍ଭ ହୋବାର୍ଟ ଅନ୍ତର୍ଜାତୀୟ ଡବ୍ଲ୍ୟୁଟିଏ ଇଭେଣ୍ଟ ଖେଳିଥିଲେ। ୟୁକ୍ରେନର ନାଦିଆ କିଚେନକ୍‌ଙ୍କୁ ସାଥିକରି ସେ ମହିଳା ଡବଲ୍ସ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri