Posted inଖେଳ

ଆଇପିଏଲ୍‌: ସାମ୍‌ସନ- ସାଙ୍ଗକାରାଙ୍କ ଉପରେ ରାଜସ୍ଥାନର ଭାଗ୍ୟ ନିର୍ଭର କରେ

ନୂଆଦିଲ୍ଲୀ,୮।୪(ପି.ଟି.): ଆଉ ଗୋଟିଏ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟ ତା’ର ପ୍ରସ୍ତୁତି ଶେଷ କରିଛି। ପ୍ରଥମ ସଂସ୍କରଣରେ ଟାଇଟଲ ହାସଲ କରିଥିବା ରାଜସ୍ଥାନ ଏବେ ସମ୍ପୂର୍ଣ୍ଣରୂପେ ପୁନର୍ଗଠିତ ହୋଇଛି। ତେବେ ବିଦେଶୀ ଖେଳାଳିଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହେବା ଯୋଗୁ ଏଥର ଦଳର ପ୍ରଦର୍ଶନ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଏଥର ରାଜସ୍ଥାନ ଦଳ ଓ ମ୍ୟାନେଜମେଣ୍ଟରେ ବ୍ୟାପକ ପରିବର୍ତ୍ତନ କରିଥିଲା। ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ଙ୍କ ବଦଳରେ ସାମ୍‌ସନଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିପରି କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ଶ୍ରୀଲଙ୍କା କ୍ରିକେଟ ଲିଜେଣ୍ଡ କୁମାର ସାଙ୍ଗକାରା ଦଳର ଡାଇରେକ୍ଟର ଅଫ୍‌ କ୍ରିକେଟ ରୂପେ ନିଯୁକ୍ତି ପାଇଛନ୍ତି। ସାମ୍‌ସନ ଓ ସାଙ୍ଗକାରା ଯୋଡି ଉପରେ ରାଜସ୍ଥାନର ଭାଗ୍ୟ ନିର୍ଭର କରୁଛି। ଫଳରେ ଏହି ଯୋଡି ଏଥର କଡ଼ା ପରୀକ୍ଷା ତଥା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ।
ଦ୍ରୁତ ବୋଲିଂକୁ ଶକ୍ତିଶାଳୀ କରିବାକୁ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସଙ୍କୁ ୧୬.୨୫ କୋଟି ଟଙ୍କା ବିନିମୟରେ ଦଳରେ ସାମିଲ କରାଯାଇଛି। ଜୋଫ୍ରା ଆର୍ଚରଙ୍କ ଉପରେ ବୋଲିଂ ବିଭାଗ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଥିବାରୁ ମୋରିସଙ୍କୁ ସାମିଲ କରାଯାଇଛି। ଆଇପିଏଲ ଇତିହାସରେ ମୋରିସ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଗତ ସଂସ୍କରଣରେ ଆର୍ଚର ଲିଗ୍‌ର ମୋଷ୍ଟ ଭାଲ୍ୟୁଏବଲ୍‌ ପ୍ଲେୟର ଅଫ୍‌ ଦି ସେସନ ବିବେଚିତ ହୋଇଥିଲେ। ଇଞ୍ଜୁରି କାରଣରୁ ସେ ଅତିକମ୍‌ରେ ୫ଟି ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ ଓ ଦଳ ପାଇଁ ଏହା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏପ୍ରିଲ ୧୨ରେ ରାଜସ୍ଥାନ ମୁମ୍ବାଇରେ ପଞ୍ଜାବ କିଙ୍ଗ୍ସ ତରଫରୁ ତା’ର ଅଭିଯାନ ଆରମ୍ଭ କରିବ।

ଦଳର ଶକ୍ତି
ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ଜୋଶ ବଟଲର ଓ ବେନ୍‌ ଷ୍ଟୋକ୍ସଙ୍କ ଭଳି ଦୁଇଜଣ ମ୍ୟାଚ୍‌ ବିଜେତା ଦଳରେ ରହିବା ଏକ ବଡ଼ କଥା। ସେହିପରି ଅଧିନାୟକ ସାମ୍‌ସନ ମଧ୍ୟ ଜଣେ ଆସାଧାରଣ ପ୍ରତିଭା ଭାବେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ଓ ମୋରିସ ମଧ୍ୟ ପାଓ୍ବାରଫୁଲ୍‌ ଷ୍ଟ୍ରାଇକର ଭାବେ ନିଜର ଦମ୍‌ ଦେଖାଇଛନ୍ତି। ଇଂଲଣ୍ଟ ଟି୨୦ ସ୍ପେଶାଲିଷ୍ଟ ଲିଆମ ଲିଭିଂଷ୍ଟୋନ ମଧ୍ୟ ଯେକୌଣସି ଦିନ ମ୍ୟାଚର ମୋଡ ବଦଳାଇବାରେ ସକ୍ଷମ ଅଟନ୍ତି। ସେହିପରି ଅଲରାଉଣ୍ଡର ରାହୁଲ ଟଓ୍ବୋଟିଆ ମଧ୍ୟ ଗତ ସଂସ୍କରଣ ଭଳି ଏଥର ଉପଯୋଗୀ ସାବ୍ୟସ୍ତ ହେବେ। ସାଙ୍ଗକାରାଙ୍କ ଭଳି ଜଣେ ବିଶ୍ୱସ୍ତରୀୟ ଖେଳାଳି ମ୍ୟାନେଜମେଣ୍ଟ ଦାୟିତ୍ୱରେ ରହିଥିବାରୁ ତାଙ୍କ ଅଭିଜ୍ଞତାରୁ ଦଳ ମଧ୍ୟ ଫାଇଦା ଉଠାଇବ। ସାଙ୍ଗକାରାଙ୍କ ନିକଟରେ ଏକ ପରପକ୍ୱ କ୍ରିକେଟିଂ ବ୍ରେନ୍‌ ରହିଛି। ତେଣୁ ଦଳକୁ ସେ ଠିକ୍‌ ଦିଗରେ ପରିଚାଳନା କରିବେ।

ଦୁର୍ବଳତା
ଦଳରେ ଥିବା ଦେଶୀ ତଥା ଭାରତୀୟ ଖେଳାଳି ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। କ୍ରମାଗତ ୫ଟି ମ୍ୟାଚ୍‌ରେ ସାମ୍‌ସନ ଗତ କେତୋଟି ସଂସ୍କରଣରେ ଆଦୌ ସ୍ଥିର ପ୍ରଦର୍ଶନ କରିପାରିନାହାନ୍ତି। ୨୦୧୮ରେ ୧୧.୫ କୋଟି ଟଙ୍କା ବିନିମୟରେ ଦଳରେ ସାମିଲ ହୋଇଥିବା ଜୟଦେବ ଉନାଡକଟ ଏ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ସେହିପରି ମନନ ଭୋରା ମାତ୍ର କେତୋଟି ମ୍ୟାଚ୍‌ରେ ଭଲ ଖେଳିଛନ୍ତି। ଅବଶ୍ୟ ରିୟାନ ପରାଗ, ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ, ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କ ଭଳି ଯୁବ ଖେଳାଳିମାନେ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଦଳ କିନ୍ତୁ ସ୍ଥିର ପ୍ରଦର୍ଶନ ଆବଶ୍ୟକ କରୁଥିବା ବେଳେ ଏହି ଖେଳାଳିମାନେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସୁଯୋଗ
ସାମ୍‌ସନଙ୍କ ଫର୍ମ ଓ ପ୍ରଦର୍ଶନରେ ସ୍ଥିରତା ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୁଯୋଗର ସେ କେବେ ଫାଇଦା ଉଠାଇପାରି ନାହାନ୍ତି। ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କ ଭଳି ଖେଳାଳି ଭାରତ ଟି୨୦ ଡେବ୍ୟୁରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ କେରଳର ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ନିଜ ପ୍ରତିଭା ଅନୁରୂପ ସଫଳତା ପାଇନାହାନ୍ତି। ତେଣୁ ଆଇପିଏଲ୍‌ର ଏହି ସଂସ୍କରଣରେ ସେ ନିଜର ପ୍ରତିଭା, ଦକ୍ଷତା ଓ ନେତୃତ୍ୱର ପରାକାଷ୍ଠ ପ୍ରତିପାଦନ କରିବାକୁ ସୁଯୋଗ ପାଇଛନ୍ତି। ଆଗକୁ ଦୁଇଟି ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ସେ ଆଇପିଏଲ୍‌ରେ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିବେ।

ଆଶଙ୍କା
ନେତୃତ୍ୱ ନେବାରେ ପର୍ଯ୍ୟାପ୍ତ ଅଭିଜ୍ଞତା ନ ଥିବାରୁ ସାମ୍‌ସନଙ୍କ ବ୍ୟାଟିଂ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅଧିନାୟକ ଦାୟିତ୍ୱ ନେବା ପରେ ତାଙ୍କ ଉପରେ ଅତିରିକ୍ତ ଚାପ ରହିବ। ତେଣୁ ରୋମାଞ୍ଚକ ସ୍ଥିତିରେ ତାଙ୍କର ପ୍ରଦର୍ଶନ କିପରି ରହିବ ତାହା ଦେଖିବାକୁ ବାକି ରହିଲା। ଅନଭିଜ୍ଞତା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଦଳଗତ ପ୍ରଦର୍ଶନ ଯେକୌଣସି ଦଳ ପାଇଁ ଗୁରୁତ୍ୱ ବହନ କରିଥାଏ। କେତୋଟି ବ୍ୟକ୍ତିଗତ ପ୍ରଦର୍ଶନରେ ଦଳ ବିଜୟୀ ହେବା ବଡ଼ କଥା ନୁହେଁ। ୨୬ ବର୍ଷୀୟ ଦ୍ରୁତ ବୋଲର ଆର୍ଚରଙ୍କ ଉପରେ ଦଳ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇଛି। ତାଙ୍କ ଅନୁପସ୍ଥିତିରେ ମୋରିସ ଦ୍ରୁତ ବୋଲିଂରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆର୍ଚର ଯେତେଶୀଘ୍ର ଦଳରେ ଯୋଗଦେବେ ସେତେ ଭଲ ହେବ। ଦଳରେ ଥିବା ଦେଶୀ ଖେଳାଳିମାନେ ସେତେଟା ଅଭିଜ୍ଞ ଓ ଦକ୍ଷ ନୁହନ୍ତି। ବିଦେଶୀ ଖେଳାଳିଙ୍କ ଉପରେ ଦଳ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇଛି। ଫଳରେ ଦଳ ପ୍ଲେଅଫ୍‌ରେ ସ୍ଥାନ ହାସଲ କରିବା ନେଇ ଆଶଙ୍କା ରହିଛି।

ରାଜସ୍ଥାନ ରୟାଲ୍ସ ଦଳ:
ସଞ୍ଜୁ ସାମ୍‌ସନ (ଅଧିନାୟକ/ ଉଇକେଟକିପର), ଜୋଶ ବଟଲର (ଉଇକେଟକିପର), ବେନ୍‌ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୁଜ ରାଓ୍ବତ, ରିୟାନ ପରାଗ, ଡେଭିଡ୍‌ ମିଲର, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଲ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଆଣ୍ଡ୍ୟୁ ଟାଏ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ୍‌ ମୋରିସ, ମୁସ୍ତାଫିଜୁର ରହମାନ, ଚେତନ ସାକାରିୟା, କେଜି କାରିଆପ୍ପା, ଲିଆମ ଲିଭିଂଷ୍ଟୋନ୍‌, କୁଲଦୀବ ଯାଦବ ଓ ଆକାଶ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri