Posted inଖେଳ

ଆଇପିଏଲ୍‌: ସାମ୍‌ସନ- ସାଙ୍ଗକାରାଙ୍କ ଉପରେ ରାଜସ୍ଥାନର ଭାଗ୍ୟ ନିର୍ଭର କରେ

ନୂଆଦିଲ୍ଲୀ,୮।୪(ପି.ଟି.): ଆଉ ଗୋଟିଏ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟ ତା’ର ପ୍ରସ୍ତୁତି ଶେଷ କରିଛି। ପ୍ରଥମ ସଂସ୍କରଣରେ ଟାଇଟଲ ହାସଲ କରିଥିବା ରାଜସ୍ଥାନ ଏବେ ସମ୍ପୂର୍ଣ୍ଣରୂପେ ପୁନର୍ଗଠିତ ହୋଇଛି। ତେବେ ବିଦେଶୀ ଖେଳାଳିଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହେବା ଯୋଗୁ ଏଥର ଦଳର ପ୍ରଦର୍ଶନ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଏଥର ରାଜସ୍ଥାନ ଦଳ ଓ ମ୍ୟାନେଜମେଣ୍ଟରେ ବ୍ୟାପକ ପରିବର୍ତ୍ତନ କରିଥିଲା। ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ଙ୍କ ବଦଳରେ ସାମ୍‌ସନଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିପରି କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ଶ୍ରୀଲଙ୍କା କ୍ରିକେଟ ଲିଜେଣ୍ଡ କୁମାର ସାଙ୍ଗକାରା ଦଳର ଡାଇରେକ୍ଟର ଅଫ୍‌ କ୍ରିକେଟ ରୂପେ ନିଯୁକ୍ତି ପାଇଛନ୍ତି। ସାମ୍‌ସନ ଓ ସାଙ୍ଗକାରା ଯୋଡି ଉପରେ ରାଜସ୍ଥାନର ଭାଗ୍ୟ ନିର୍ଭର କରୁଛି। ଫଳରେ ଏହି ଯୋଡି ଏଥର କଡ଼ା ପରୀକ୍ଷା ତଥା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ।
ଦ୍ରୁତ ବୋଲିଂକୁ ଶକ୍ତିଶାଳୀ କରିବାକୁ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସଙ୍କୁ ୧୬.୨୫ କୋଟି ଟଙ୍କା ବିନିମୟରେ ଦଳରେ ସାମିଲ କରାଯାଇଛି। ଜୋଫ୍ରା ଆର୍ଚରଙ୍କ ଉପରେ ବୋଲିଂ ବିଭାଗ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଥିବାରୁ ମୋରିସଙ୍କୁ ସାମିଲ କରାଯାଇଛି। ଆଇପିଏଲ ଇତିହାସରେ ମୋରିସ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଗତ ସଂସ୍କରଣରେ ଆର୍ଚର ଲିଗ୍‌ର ମୋଷ୍ଟ ଭାଲ୍ୟୁଏବଲ୍‌ ପ୍ଲେୟର ଅଫ୍‌ ଦି ସେସନ ବିବେଚିତ ହୋଇଥିଲେ। ଇଞ୍ଜୁରି କାରଣରୁ ସେ ଅତିକମ୍‌ରେ ୫ଟି ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ ଓ ଦଳ ପାଇଁ ଏହା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏପ୍ରିଲ ୧୨ରେ ରାଜସ୍ଥାନ ମୁମ୍ବାଇରେ ପଞ୍ଜାବ କିଙ୍ଗ୍ସ ତରଫରୁ ତା’ର ଅଭିଯାନ ଆରମ୍ଭ କରିବ।

ଦଳର ଶକ୍ତି
ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ଜୋଶ ବଟଲର ଓ ବେନ୍‌ ଷ୍ଟୋକ୍ସଙ୍କ ଭଳି ଦୁଇଜଣ ମ୍ୟାଚ୍‌ ବିଜେତା ଦଳରେ ରହିବା ଏକ ବଡ଼ କଥା। ସେହିପରି ଅଧିନାୟକ ସାମ୍‌ସନ ମଧ୍ୟ ଜଣେ ଆସାଧାରଣ ପ୍ରତିଭା ଭାବେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ଓ ମୋରିସ ମଧ୍ୟ ପାଓ୍ବାରଫୁଲ୍‌ ଷ୍ଟ୍ରାଇକର ଭାବେ ନିଜର ଦମ୍‌ ଦେଖାଇଛନ୍ତି। ଇଂଲଣ୍ଟ ଟି୨୦ ସ୍ପେଶାଲିଷ୍ଟ ଲିଆମ ଲିଭିଂଷ୍ଟୋନ ମଧ୍ୟ ଯେକୌଣସି ଦିନ ମ୍ୟାଚର ମୋଡ ବଦଳାଇବାରେ ସକ୍ଷମ ଅଟନ୍ତି। ସେହିପରି ଅଲରାଉଣ୍ଡର ରାହୁଲ ଟଓ୍ବୋଟିଆ ମଧ୍ୟ ଗତ ସଂସ୍କରଣ ଭଳି ଏଥର ଉପଯୋଗୀ ସାବ୍ୟସ୍ତ ହେବେ। ସାଙ୍ଗକାରାଙ୍କ ଭଳି ଜଣେ ବିଶ୍ୱସ୍ତରୀୟ ଖେଳାଳି ମ୍ୟାନେଜମେଣ୍ଟ ଦାୟିତ୍ୱରେ ରହିଥିବାରୁ ତାଙ୍କ ଅଭିଜ୍ଞତାରୁ ଦଳ ମଧ୍ୟ ଫାଇଦା ଉଠାଇବ। ସାଙ୍ଗକାରାଙ୍କ ନିକଟରେ ଏକ ପରପକ୍ୱ କ୍ରିକେଟିଂ ବ୍ରେନ୍‌ ରହିଛି। ତେଣୁ ଦଳକୁ ସେ ଠିକ୍‌ ଦିଗରେ ପରିଚାଳନା କରିବେ।

ଦୁର୍ବଳତା
ଦଳରେ ଥିବା ଦେଶୀ ତଥା ଭାରତୀୟ ଖେଳାଳି ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। କ୍ରମାଗତ ୫ଟି ମ୍ୟାଚ୍‌ରେ ସାମ୍‌ସନ ଗତ କେତୋଟି ସଂସ୍କରଣରେ ଆଦୌ ସ୍ଥିର ପ୍ରଦର୍ଶନ କରିପାରିନାହାନ୍ତି। ୨୦୧୮ରେ ୧୧.୫ କୋଟି ଟଙ୍କା ବିନିମୟରେ ଦଳରେ ସାମିଲ ହୋଇଥିବା ଜୟଦେବ ଉନାଡକଟ ଏ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ସେହିପରି ମନନ ଭୋରା ମାତ୍ର କେତୋଟି ମ୍ୟାଚ୍‌ରେ ଭଲ ଖେଳିଛନ୍ତି। ଅବଶ୍ୟ ରିୟାନ ପରାଗ, ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ, ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କ ଭଳି ଯୁବ ଖେଳାଳିମାନେ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଦଳ କିନ୍ତୁ ସ୍ଥିର ପ୍ରଦର୍ଶନ ଆବଶ୍ୟକ କରୁଥିବା ବେଳେ ଏହି ଖେଳାଳିମାନେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସୁଯୋଗ
ସାମ୍‌ସନଙ୍କ ଫର୍ମ ଓ ପ୍ରଦର୍ଶନରେ ସ୍ଥିରତା ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୁଯୋଗର ସେ କେବେ ଫାଇଦା ଉଠାଇପାରି ନାହାନ୍ତି। ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କ ଭଳି ଖେଳାଳି ଭାରତ ଟି୨୦ ଡେବ୍ୟୁରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ କେରଳର ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ନିଜ ପ୍ରତିଭା ଅନୁରୂପ ସଫଳତା ପାଇନାହାନ୍ତି। ତେଣୁ ଆଇପିଏଲ୍‌ର ଏହି ସଂସ୍କରଣରେ ସେ ନିଜର ପ୍ରତିଭା, ଦକ୍ଷତା ଓ ନେତୃତ୍ୱର ପରାକାଷ୍ଠ ପ୍ରତିପାଦନ କରିବାକୁ ସୁଯୋଗ ପାଇଛନ୍ତି। ଆଗକୁ ଦୁଇଟି ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ସେ ଆଇପିଏଲ୍‌ରେ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିବେ।

ଆଶଙ୍କା
ନେତୃତ୍ୱ ନେବାରେ ପର୍ଯ୍ୟାପ୍ତ ଅଭିଜ୍ଞତା ନ ଥିବାରୁ ସାମ୍‌ସନଙ୍କ ବ୍ୟାଟିଂ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅଧିନାୟକ ଦାୟିତ୍ୱ ନେବା ପରେ ତାଙ୍କ ଉପରେ ଅତିରିକ୍ତ ଚାପ ରହିବ। ତେଣୁ ରୋମାଞ୍ଚକ ସ୍ଥିତିରେ ତାଙ୍କର ପ୍ରଦର୍ଶନ କିପରି ରହିବ ତାହା ଦେଖିବାକୁ ବାକି ରହିଲା। ଅନଭିଜ୍ଞତା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଦଳଗତ ପ୍ରଦର୍ଶନ ଯେକୌଣସି ଦଳ ପାଇଁ ଗୁରୁତ୍ୱ ବହନ କରିଥାଏ। କେତୋଟି ବ୍ୟକ୍ତିଗତ ପ୍ରଦର୍ଶନରେ ଦଳ ବିଜୟୀ ହେବା ବଡ଼ କଥା ନୁହେଁ। ୨୬ ବର୍ଷୀୟ ଦ୍ରୁତ ବୋଲର ଆର୍ଚରଙ୍କ ଉପରେ ଦଳ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇଛି। ତାଙ୍କ ଅନୁପସ୍ଥିତିରେ ମୋରିସ ଦ୍ରୁତ ବୋଲିଂରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆର୍ଚର ଯେତେଶୀଘ୍ର ଦଳରେ ଯୋଗଦେବେ ସେତେ ଭଲ ହେବ। ଦଳରେ ଥିବା ଦେଶୀ ଖେଳାଳିମାନେ ସେତେଟା ଅଭିଜ୍ଞ ଓ ଦକ୍ଷ ନୁହନ୍ତି। ବିଦେଶୀ ଖେଳାଳିଙ୍କ ଉପରେ ଦଳ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇଛି। ଫଳରେ ଦଳ ପ୍ଲେଅଫ୍‌ରେ ସ୍ଥାନ ହାସଲ କରିବା ନେଇ ଆଶଙ୍କା ରହିଛି।

ରାଜସ୍ଥାନ ରୟାଲ୍ସ ଦଳ:
ସଞ୍ଜୁ ସାମ୍‌ସନ (ଅଧିନାୟକ/ ଉଇକେଟକିପର), ଜୋଶ ବଟଲର (ଉଇକେଟକିପର), ବେନ୍‌ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୁଜ ରାଓ୍ବତ, ରିୟାନ ପରାଗ, ଡେଭିଡ୍‌ ମିଲର, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଲ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଆଣ୍ଡ୍ୟୁ ଟାଏ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ୍‌ ମୋରିସ, ମୁସ୍ତାଫିଜୁର ରହମାନ, ଚେତନ ସାକାରିୟା, କେଜି କାରିଆପ୍ପା, ଲିଆମ ଲିଭିଂଷ୍ଟୋନ୍‌, କୁଲଦୀବ ଯାଦବ ଓ ଆକାଶ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?