ପ୍ରେମରେ ପଡ଼ିଛନ୍ତି କି.. ମନେରଖନ୍ତୁ ଏହି ୪ଟି କଥା ପ୍ରେମଜୀବନକୁ କରିଥାଏ ସଫଳ..

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ ନାହିଁ।

-ଚାଣକ୍ୟ ନୀତି ଅନୁଯାୟୀ, ଯେଉଁ ବ୍ୟକ୍ତି ନିଜ ପ୍ରେମିକା ନଚେତ ସ୍ତ୍ରୀଙ୍କୁ ସମ୍ମାନପୂର୍ଣ୍ଣ ଚକ୍ଷୁରେ ଦେଖିଥାଏ, ସର୍ବଦା ତାଙ୍କୁ ସମ୍ମାନ କରିଥାଏ, ତାଙ୍କ ସମ୍ପର୍କ କେବେ ବି ଭାଙ୍ଗି ନ ଥାଏ। ଏଭଳି ବ୍ୟକ୍ତିକୁ ସବୁ ସ୍ଥାନରେ ସମ୍ମାନ ମଧ୍ୟ ମିଳିଥାଏ।

-ସେହିଭଳି ଯେଉଁ ବ୍ୟକ୍ତି ଆନ୍ତରିକତାର ସହ ପ୍ରେମ କରନ୍ତି ତାଙ୍କର ସମ୍ପର୍କ କେବେ ବି ତୁଟି ନ ଥାଏ। ଅର୍ଥାତ ଯେଉଁ ବ୍ୟକ୍ତି ନିଜ ପ୍ରେମିକା ଛଡ଼ା ଅନ୍ୟ ମହିଳାଙ୍କ ବିଷୟରେ ଭାବି ନ ଥାଏ, ସେ ସମ୍ପର୍କକୁ ମଜଭୂତ ରଖିବାରେ ସଫଳ ହୁଏ। ଅପରପକ୍ଷେ ଯିଏ ନିଜ ପ୍ରେମିକା କିମ୍ବା ସ୍ତ୍ରୀଙ୍କ ବ୍ୟତିତ ଅନ୍ୟ ମହିଳାଙ୍କ ବିଷୟରେ ଖରାପ ଭାବନା ମନକୁ ଆଣିଥାଏ, ତେବେ ତାଙ୍କ ପ୍ରେମ ସଫଳ ହୋଇପାରି ନ ଥାଏ। ସାରା ଜୀବନ ପ୍ରେମକୁ ବଞ୍ଚାଇ ରଖିଲେ ସମ୍ପର୍କ ଭଲରେ ଚାଲିଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଏହାଛଡ଼ା ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ପାଖରେ ମହିଳାଟିଏ ସୁରକ୍ଷିତ ମନେ କରେ, ତାଙ୍କର ପ୍ରେମ ଜୀବନ ବେଶ ଭଲରେ ଚାଲିଥାଏ। ଜଣେ ମହିଳା ସର୍ବଦା ନିଜ ଜୀବନସାଥୀଙ୍କ ମଧ୍ୟରେ ନିଜ ବାପାଙ୍କ ପ୍ରତିଛବିଙ୍କୁ ଖୋଜିଥାନ୍ତି। ଏପରିସ୍ଥଳେ ସେହିଭଳି ସୁରକ୍ଷିତ ବ୍ୟବହାର ଦ୍ୱାରା ସାଥୀଙ୍କ ହୃଦୟ ଜିତିପାରିବେ। କାରଣ ତାଙ୍କ ପାଖରେ ରହିବା ସମୟରେ ସାଥୀ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଉକ୍ତ ବ୍ୟକ୍ତି ପ୍ରେମରେ ବିଫଳ ହୁଅନ୍ତି ନାହିଁ।

-ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ନିଜ ଜୀବନରେ ଶାରୀରିକ ଏବହ ଭାବନାତ୍ମକ ସୁଖ ସହ ସାଥୀଙ୍କୁ ଶାରୀରିକ ସୁଖ ପ୍ରଦାନ କରିବାରେ ସଫଳ ହୁଅନ୍ତି, ତାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ପ୍ରତିବନ୍ଧକ ଆସି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ଭିଜା କିସ୍‌ମିସ୍‌ ଖାଆନ୍ତୁ, ମିଳିବ ଏହିସବୁ ଫାଇଦା

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର...

ଧନ ବୃଦ୍ଧି କରୁଥିବା ଫୁଲ

ଅପରାଜିତା, ଯିଏ କେବେ ବି ହାରେ ନାହିଁ ବା ଯାହାର କେବେ ବି ପରାଜୟ ନାହିଁ। ସେଥିପାଇଁ ଅପରାଜିତା ଫୁଲ ପ୍ରତି ଲୋକଙ୍କର ଥାଏ ଖୁବ୍‌...

ସାବିତ୍ରୀ

ସତ୍ୟବାନ ଅର୍ଥ ଯିଏ ସତ୍ୟରେ ଅଧିଷ୍ଠିତ ଆଉ ସାବିତ୍ରୀ ଅର୍ଥ ଯିଏ ସମର୍ପିତା। ସତ୍ୟ ପ୍ରତି ସମର୍ପିତ ହେଲେ ମଣିଷ ମୃତ୍ୟୁକୁ ବି ଜୟ କରିପାରେ।...

ଡାଇବେଟିସ୍‌ ଓ ହାର୍ଟ ସମସ୍ୟାରୁ ମୁକ୍ତି ଦିଏ ଏହି ପାଣି

ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି...

ବିପଦ ପଡ଼ିଲେ ସବୁବେଳେ କାମରେ ଆସେ ଏହି ୫ ଜିନିଷ, ବାକି ସବୁ ବୃଥା; ଜାଣନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ଲୋକମାନଙ୍କ ମଧ୍ୟରେ ପ୍ରଚଳିତ। କୁହାଯାଏ ଏହି ନୀତିକୁ ଗ୍ରହଣ କରୁଥିବା ଲୋକ ଜୀବନରେ ସବୁ ସୋପାନକୁ ସହଜରେ ପାର୍‌...

ଏଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ...

ଓଜନ କମ୍‌ ସାଙ୍ଗକୁ ଚିନ୍ତା ଦୂର କରିଥାଏ ନୃତ୍ୟ

ଓଜନ କମ୍‌ କରିବା ପାଇଁ ନୃତ୍ୟ ସବୁଠାରୁ ଭଲ ଥେରାପି, ଏ କଥା ଅଧିକାଂଶ ଲୋକେ ଜାଣନ୍ତି। ଏଥିସହିତ ରକ୍ତସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ। ଏହା...

କର୍ମଜୀବୀ ହୋଇଥିଲେ

ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସ୍‌ କାମ ବି ସମ୍ଭାଳିବାକୁ ହୋଇଥାଏ। ତେଣୁ ଉଭୟ କାମକୁ ଠିକ୍‌ ଭାବେ କରିବା ଲାଗି କେତେକ ଦିଗ...

Advertisement
Archives

Model This Week