ଭ୍ୟାନ୍‌ ଧକ୍କାରେ ପରିବାରର ୪ ମୃତ

ଆସିକା,୬।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗ୍ରାମ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଏକ ମୋପେଡ୍‌କୁ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାଦେବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗ୍ରାମର ଜୟରାମ ନାୟକ (୫୪), ତାଙ୍କ ବିବାହିତା ଝିଅ ଲକ୍ଷ୍ମୀ ପାତ୍ର (୨୯), ଅନ୍ୟ ଜଣେ ଝିଅ ରିଙ୍କି ନାୟକ (୨୬) ଓ ନାତି ତଥା ଲକ୍ଷ୍ମୀଙ୍କ ୬ ବର୍ଷୀୟ ପୁଅ ବିଶ୍ୱଜିତ ପାତ୍ର। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳବାସୀ ଆସିକା-ଭଞ୍ଜନଗର ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ଲାଗି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ପ୍ରାୟ ୫ଟାରେ ରାସ୍ତା ଅବରୋଧ ହଟିଛି। ପ୍ରକାଶ ଯେ, ମୁନିଗାଡ଼ି ଗ୍ରାମର ଜୟରାମ ପରିବା ବିକି ପରିବାର ଚଳାନ୍ତି। ତାଙ୍କର ୫ ଝିଅଙ୍କ ମଧ୍ୟରୁ ୩ ଜଣ ବିବାହିତା। ବାଲିପଦର ନିକଟ ମହୁଲପଲ୍ଲୀରେ ବିବାହ କରିଥିବା ଲକ୍ଷ୍ମୀ ୩ ଦିନ ହେଲା ପୁଅ ବିଶ୍ୱଜିତ ଓ ୬ ମାସର ଝିଅକୁ ଧରି ବାପଘରକୁ ଆସିଥିଲେ। ଦିନେ,ଦୁଇ ଦିନ ପରେ ସେ ଶାଶୁଘରକୁ ଫେରିଯିବାକୁ ଥିବାରୁ ଲୁଗାପଟା କିଣିବା ପାଇଁ ଜୟରାମ ଗାଙ୍ଗପୁର ଆସିଥିଲେ। ବଜାରରୁ କାମ ସାରି ସେ ଏକ ମୋପେଡ୍‌ରେ ୨ ଝିଅ ଲକ୍ଷ୍ମୀ ଓ ରିଙ୍କି ଏବଂ ନାତିକୁ ଧରି ଫେରୁଥିଲେ। ଇନ୍ଧନପୁର ଗ୍ରାମ ନିକଟରେ ଆସିକାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୧୫ ପି ୨୩୦୭) ଉକ୍ତ ମୋପେଡକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ଓ ୨ ଝିଅଙ୍କ
ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ବିଶ୍ୱଜିତଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ
ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ସେମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଖବରପାଇ ବେଲଗୁଣ୍ଠା ତହସିଲଦାର ଧରଣୀଧର ଦାସ, ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜିଲା ରେଡ୍‌କ୍ରସ୍‌ ପାଣ୍ଠିରୁ ୪୦ ହଜାର ଟଙ୍କା ସହାୟତା ପ୍ରଦାନ ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଲାଗି ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଭ୍ୟାନକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ଏ ନେଇ ଗାଙ୍ଗପୁର ଥାନାରେ ନଂ.୧୩୩/୨୨ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ବାଲେଶ୍ୱର ଅଫିସ,୧୫ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି। ଆଜି ଚିହ୍ନଟ...

କୋଭିଡ୍‌ ଟିକାକୁ ସ୍ବାସ୍ଥ୍ୟକର୍ମୀଙ୍କ ନା’

ଖୋର୍ଦ୍ଧା ଅଫିସ,୧୩ା୧: ରାଜ୍ୟରେ ଆସନ୍ତା ୧୬ ତାରିଖରୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ବତନ୍ତ୍ର ବିମାନ ଯୋଗେ ଟିକା ଭୁବନେଶ୍ୱରରେ ପହଞ୍ଚିିଛି। ମଙ୍ଗଳବାର ମଧ୍ୟରାତ୍ରିରୁ...

ପ୍ରଶ୍ନପତ୍ର ଲିକ୍‌ ଭାଇରାଲ ମେସେଜ୍‌କୁ ଖଣ୍ଡନ କଲେ ଏସ୍‌ପି

ବ୍ରହ୍ମପୁର ଅଫିସ,୨୬।୨: ରାଜ୍ୟ ଚୟନ ସମିତି(ଏସ୍‌ଏସ୍‌ବି) ଆନୁକୂଲ୍ୟରେ ଜିଲାସ୍ତରୀୟ ଚୟନ ସମିତି (ଡିଏଲ୍‌ଏସ୍‌ବି)ପକ୍ଷରୁ ରବିବାର କନ୍‌ଷ୍ଟେବଲ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ...

ଶନିମନ୍ଦିରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ ଚର୍ଚ୍ଚା

ଝାରସୁଗୁଡ଼ା ଅଫିସ୍‌,୨୪ା୧:ମହାରାଷ୍ଟ୍ର ଅହମ୍ମଦନଗର ଜିଲାର ଶନିସିଙ୍ଗଣାପୁରସ୍ଥିତ ଶନିମନ୍ଦିରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ତାଙ୍କ ପରିବାର ଅମାବାସ୍ୟା ତିଥିରେ ଶନି ଅଭିଷେକ କରି ପୂଜାର୍ଚ୍ଚନା...

ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ  ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ...

ସଦରରେ ୮୧.୭୩, ଓଡ଼ାପଡ଼ାରେ ୮୦.୪୩%

ଢେଙ୍କାନାଳ ଅଫିସ, ୧୯ ।୨ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟରେ ରାଜନୈତିକ ହିଂସାକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଢେଙ୍କାନାଳ ଜିଲାରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ...

କେନ୍ଦୁପତ୍ର ତୋଳାଳି, କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକୋ

ବଡ଼ଗାଁ,୧୧।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ ରାଜ୍ୟ ସଂଘର ଆହ୍ବାନକ୍ରମେ ବୁଧବାର ଗରିଆମାଲ ଗାଁ ନିକଟ ରାଜ୍ୟ ରାଜପଥ...

ଡିସେମ୍ବର ୨୦ରୁ ଖରିଫ ଧାନ ସଂଗ୍ରହ

ଯାଜପୁର ଅଫିସ,୨୦।୧୧: ଡିସେମ୍ବର ୨୦ରୁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ହେବ। ନିୟମ ଅନୁଯାୟୀ ଅନୁପାଳନ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ। ଗୁରବାର...

Advertisement
Archives

Model This Week