ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ଦାରିଙ୍ଗବାଡି,୧୩।୫(ଡି.ଏନ.ଏ): ଦାରିଙ୍ଗବାଡ଼ିର ଖଡ଼ଗ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଟିଡିସିସିଓଏଲର ରାଜ୍ୟ ଉପାଧ୍ୟକ୍ଷ ଦିଲୀପ କୁମାର ପ୍ରଧାନ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା ଉପସ୍ଥିତ ଥିଲେ।
ଏକଦା ଖଡ଼ଗ ନଦୀ କହିଲେ ଲୋକଙ୍କ ଛାତି ଥରୁଥିଲା। ଉକ୍ତ ନଦୀ ବର୍ଷା ଦିନରେ ଏକାଧିକ ଲୋକ ଓ ଗୃହପାଳିତ ପ୍ରାଣୀଙ୍କ ଜୀବନ ନେଇଛି। ଛାତ୍ରୀଛାତ୍ରଙ୍କ ବର୍ଷା ଦିନରେ ବିଦ୍ୟାଳୟ ଯିବା ଏକ ପ୍ରକାର ଠପ ହୋଇଯାଏ। ଉକ୍ତ ଖଡ଼ଗ ନଦୀ ୫୯ନଂ ଜାତୀୟର ଲକଟି ଠାରୁ ତିଲୋରୀ ପଞ୍ଚାୟତକୁ ସଂଯୋଗ କରୁଛି ତେବେ ଦିର୍ଘ ବର୍ଷ ଧରି ଅଞ୍ଚଳବାସୀ ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଦାବି କରୁଥିଲେ। ଜିଲା ପ୍ରଶାସନ ୨୦୧୪ରୁ ପ୍ରୟାସ କରିଥିଲେ ସୁଦ୍ଧା ଅନୁଦାନ ଆସିପାରିନଥିଲା। ଏବେ ବିଧାୟକ ଉକ୍ତ ପୋଲ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଜଣାଇବା ପରେ ବିଜୁ ସେତୁ ଯୋଜନାରେ ୫କୋଟି ୪୮ ଟଙ୍କା ଅନୁଦାନ ଆସିଛି । ଶୁକ୍ରବାର ଏହାର ଭିତ୍ତିପ୍ରସ୍ତର କରାଯାଇଛି। ଏହି ପୋଲ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ କରାଯାଇ ଲୋକାର୍ପଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ବୁଡ଼ାଗୁଡାଠାରୁ ବୁରାଙ୍ଗିଆକୁ ସଂଯୋଗ କରୁଥିବା ୮ କି. ମି ରାସ୍ତା ସମ୍ପ୍ରସାରଣ କରାଯିବ । ସେଥିପାଇଁ ବିଧାୟକ ଏହାକୁ ମଧ୍ୟ ଭିତ୍ତି ପ୍ରସ୍ତର କରିଛନ୍ତି। ଏହି ରାସ୍ତା ପାହାଡ଼ ଉପରେ ଯାଇଥିବା ବେଳେ ପାଦ ଚଲା ରାସ୍ତା ରହିଥିଲା । ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସମ୍ପ୍ରସାରଣ ପାଇଁ ପ୍ରାୟ ୭ କୋଟି ଟଙ୍କା ଅନୁଦାନ ରହିଛି। ଆସନ୍ତା ଏକ ବର୍ଷ ମଧ୍ୟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ କହିଛନ୍ତି। ଦୀର୍ଘ ଦିନର ସ୍ବପ୍ନ ପୁରଣ ହୋଇଥିବାରୁ ବୁଡ଼ାଗୁଡା ସମେତ କୁକେରମାହା, ଡାଡେରମୁଣ୍ଡା, ବୁରାଙ୍ଗିଆବାସୀ ସ୍ଥାନୀୟ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ବୁଡ଼ାଗୁଡ଼ାର ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri