ଶିକ୍ଷକଙ୍କ ପଦୋନ୍ନତିରେ ନିୟମକୁ ଅଣଦେଖା ଅଭିଯୋଗ

ଫୁଲବାଣୀ ଅଫିସ, ୧୩।୫: କନ୍ଧମାଳ ଜିଲାରେ ଶିକ୍ଷକଙ୍କ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ବାରିହୋଇଛି। ପ୍ରାଥମିକ ଶିକ୍ଷକ (ପ୍ରାଇମେରୀ ଟିଚର) ଲେଭେଲ ୪ରୁ ଲେଭେଲ ୩କୁ ପଦୋନ୍ନତିରେ ଥିବା ୨୦୧୯ ଶିକ୍ଷା ନିୟମକୁ ଅଣଦେଖା କରାଯାଇଛି ା ଜିଲା ଶିକ୍ଷାଧିକାରୀ ଏହି କାର୍ଯ୍ୟରେ ଖୋଦ ସମ୍ପୃକ୍ତ ଅଛନ୍ତି ା ଉପଯୁକ୍ତ ନିୟମକୁ ପାଳନ ନ କରି ସେ କିଛି ଶିକ୍ଷକଙ୍କୁ ଏହି ପଦୋନ୍ନତୀ ଦେବାକୁ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏହାର ତଦନ୍ତର ଆବଶ୍ୟକତା ଅଛି ବୋଲି ଶୁକ୍ରବାର ଜିଲା ପ୍ରାଥମିକ ଶିକ୍ଷକମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଗତ ୧୦ ତାରିଖରେ ଜିଲା ଶିକ୍ଷାଧିକାରୀ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଲେଭେଲ ୪ ପ୍ରାଥମିକ ଶିକ୍ଷକରୁ ଲେଭେଲ ୩କୁ ପଦୋନ୍ନତୀ ପାଇଁ ଏକ କାଉନସେଲିଂ ନିମନ୍ତେ ୨୩ ତାରିଖକୁ ଚିଠି ନଂ ୪୦୪୮ରେ ଦିନ ଧାର୍ଯ୍ୟ କରିଛନ୍ତି ା କିନ୍ତୁ ଏହି ବିଷୟରେ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି, ପୂର୍ବ ଚୂଡାନ୍ତ ଗ୍ରେଡେସନ ଲିଷ୍ଟରେ ଭୁଲ ରହିଥିବା ନେଇ ଆମେ ଅବଗତ କରିଛୁ ା ଅନେକ ଶିକ୍ଷକ ଏହି ପଦୋନ୍ନତି ପାଇଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛନ୍ତି ା ହେଲେ ସେମାନେ ଚାକିରୀ(କାର୍ଯ୍ୟରେ) ଥାଇ ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ଏହି ଯୋଗ୍ୟତା ହାସଲ କରିଛନ୍ତି, ଯାହା ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ନୋଟିଫିକେସନ ନଂ ୧୦୬୮୬ ତା ୬ା୫ା୨୦୨୩ରେ ଉଲ୍ଲେଖ ରହିଛି ା କିନ୍ତୁ ଏହି ନିର୍ଦ୍ଦେଶକୁ ଜିଲା ଶିକ୍ଷାଧିକାରୀ ମାନି ନାହାନ୍ତି ା ଯେଉଁମାନଙ୍କୁ ନିୟମ ବହିର୍ଭୂତ ଭାବେ ପଦୋନ୍ନତୀ ପାଇଁ ବଛାଯାଇଛି, ସେମାନଙ୍କୁ ଚୂଡାନ୍ତ ଗ୍ରେଡେସନ ଲିଷ୍ଟରେ ନ ରଖିବାକୁ ଆମେ ଦାବି କରିଛୁ ା ଜିଲା ଶିକ୍ଷାଧିକାରୀ ସମସ୍ତ ନିୟମ ଉଲ୍ଲଂଘନ କରି ପୂର୍ବ ଗ୍ରେଡେସନ ଲିଷ୍ଟକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଛନ୍ତି ା ଏଥିରେ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତି କରାଯାଇଛି, ଯେଉଁଠି ଅନ୍ୟ ଜିଲାର ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ତେଣୁ ଏହି ଘଟଣାରେ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ତିଆରି ହୋଇଥିବା ଶିକ୍ଷକଙ୍କ ତାଲିକାର ତଦନ୍ତ କରିବା ସହ ଉପଯୁକ୍ତ ଯୋଗ୍ୟତା ଥିବା ଶିକ୍ଷକଙ୍କ ପଦୋନ୍ନତୀ ପାଇଁ ଏକ ନୂଆ ତାଲିକା ତିଆରି କରିବାକୁ ଶିକ୍ଷକ ବିରେନ୍ଦ୍ର କୁମାର ଦିଗାଲ, ଅଞ୍ଜନ କୁମାର ନାୟକ, ଦେବେନ୍ଦ୍ର ବେହେରା, ଅଜୟ କିଶୋର ଭଞ୍ଜ, ଉଷାରାଣୀ ମିଶ୍ର, ଦୂତିକୃଷ୍ଣ ପଣ୍ଡାଙ୍କ ସହ ଅନ୍ୟମାନେ ପ୍ରକାଶ କରିଛନ୍ତି ା ଏ ନେଇ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କୁ ପଚାରିବାରୁ ଯେତେ ବେଳେ ଆମେ ଲିଷ୍ଟ କରିଥିଲୁ ସେତେବେଳେ ବିଇଓଙ୍କୁ କହିଥିଲୁ ା ସେମାନେ ସେତେବେଳେ ଅଭିଯୋଗ କରିବା କଥା ା ଯଦି ଏବେ କହନ୍ତେି ତାହାଲେ ସେହି ଶିକ୍ଷକମାନଙ୍କ ନାଁ କୁହନ୍ତୁ ା ଆମେ ସେମାନଙ୍କ ନାଁ କାଟିବାକୁ ନିର୍ଦ୍ଦେଶକଙ୍କୁ କହିବୁ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri