ଶିକ୍ଷକଙ୍କ ପଦୋନ୍ନତିରେ ନିୟମକୁ ଅଣଦେଖା ଅଭିଯୋଗ

ଫୁଲବାଣୀ ଅଫିସ, ୧୩।୫: କନ୍ଧମାଳ ଜିଲାରେ ଶିକ୍ଷକଙ୍କ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ବାରିହୋଇଛି। ପ୍ରାଥମିକ ଶିକ୍ଷକ (ପ୍ରାଇମେରୀ ଟିଚର) ଲେଭେଲ ୪ରୁ ଲେଭେଲ ୩କୁ ପଦୋନ୍ନତିରେ ଥିବା ୨୦୧୯ ଶିକ୍ଷା ନିୟମକୁ ଅଣଦେଖା କରାଯାଇଛି ା ଜିଲା ଶିକ୍ଷାଧିକାରୀ ଏହି କାର୍ଯ୍ୟରେ ଖୋଦ ସମ୍ପୃକ୍ତ ଅଛନ୍ତି ା ଉପଯୁକ୍ତ ନିୟମକୁ ପାଳନ ନ କରି ସେ କିଛି ଶିକ୍ଷକଙ୍କୁ ଏହି ପଦୋନ୍ନତୀ ଦେବାକୁ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏହାର ତଦନ୍ତର ଆବଶ୍ୟକତା ଅଛି ବୋଲି ଶୁକ୍ରବାର ଜିଲା ପ୍ରାଥମିକ ଶିକ୍ଷକମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଗତ ୧୦ ତାରିଖରେ ଜିଲା ଶିକ୍ଷାଧିକାରୀ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଲେଭେଲ ୪ ପ୍ରାଥମିକ ଶିକ୍ଷକରୁ ଲେଭେଲ ୩କୁ ପଦୋନ୍ନତୀ ପାଇଁ ଏକ କାଉନସେଲିଂ ନିମନ୍ତେ ୨୩ ତାରିଖକୁ ଚିଠି ନଂ ୪୦୪୮ରେ ଦିନ ଧାର୍ଯ୍ୟ କରିଛନ୍ତି ା କିନ୍ତୁ ଏହି ବିଷୟରେ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି, ପୂର୍ବ ଚୂଡାନ୍ତ ଗ୍ରେଡେସନ ଲିଷ୍ଟରେ ଭୁଲ ରହିଥିବା ନେଇ ଆମେ ଅବଗତ କରିଛୁ ା ଅନେକ ଶିକ୍ଷକ ଏହି ପଦୋନ୍ନତି ପାଇଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛନ୍ତି ା ହେଲେ ସେମାନେ ଚାକିରୀ(କାର୍ଯ୍ୟରେ) ଥାଇ ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ଏହି ଯୋଗ୍ୟତା ହାସଲ କରିଛନ୍ତି, ଯାହା ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ନୋଟିଫିକେସନ ନଂ ୧୦୬୮୬ ତା ୬ା୫ା୨୦୨୩ରେ ଉଲ୍ଲେଖ ରହିଛି ା କିନ୍ତୁ ଏହି ନିର୍ଦ୍ଦେଶକୁ ଜିଲା ଶିକ୍ଷାଧିକାରୀ ମାନି ନାହାନ୍ତି ା ଯେଉଁମାନଙ୍କୁ ନିୟମ ବହିର୍ଭୂତ ଭାବେ ପଦୋନ୍ନତୀ ପାଇଁ ବଛାଯାଇଛି, ସେମାନଙ୍କୁ ଚୂଡାନ୍ତ ଗ୍ରେଡେସନ ଲିଷ୍ଟରେ ନ ରଖିବାକୁ ଆମେ ଦାବି କରିଛୁ ା ଜିଲା ଶିକ୍ଷାଧିକାରୀ ସମସ୍ତ ନିୟମ ଉଲ୍ଲଂଘନ କରି ପୂର୍ବ ଗ୍ରେଡେସନ ଲିଷ୍ଟକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଛନ୍ତି ା ଏଥିରେ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତି କରାଯାଇଛି, ଯେଉଁଠି ଅନ୍ୟ ଜିଲାର ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ତେଣୁ ଏହି ଘଟଣାରେ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ତିଆରି ହୋଇଥିବା ଶିକ୍ଷକଙ୍କ ତାଲିକାର ତଦନ୍ତ କରିବା ସହ ଉପଯୁକ୍ତ ଯୋଗ୍ୟତା ଥିବା ଶିକ୍ଷକଙ୍କ ପଦୋନ୍ନତୀ ପାଇଁ ଏକ ନୂଆ ତାଲିକା ତିଆରି କରିବାକୁ ଶିକ୍ଷକ ବିରେନ୍ଦ୍ର କୁମାର ଦିଗାଲ, ଅଞ୍ଜନ କୁମାର ନାୟକ, ଦେବେନ୍ଦ୍ର ବେହେରା, ଅଜୟ କିଶୋର ଭଞ୍ଜ, ଉଷାରାଣୀ ମିଶ୍ର, ଦୂତିକୃଷ୍ଣ ପଣ୍ଡାଙ୍କ ସହ ଅନ୍ୟମାନେ ପ୍ରକାଶ କରିଛନ୍ତି ା ଏ ନେଇ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କୁ ପଚାରିବାରୁ ଯେତେ ବେଳେ ଆମେ ଲିଷ୍ଟ କରିଥିଲୁ ସେତେବେଳେ ବିଇଓଙ୍କୁ କହିଥିଲୁ ା ସେମାନେ ସେତେବେଳେ ଅଭିଯୋଗ କରିବା କଥା ା ଯଦି ଏବେ କହନ୍ତେି ତାହାଲେ ସେହି ଶିକ୍ଷକମାନଙ୍କ ନାଁ କୁହନ୍ତୁ ା ଆମେ ସେମାନଙ୍କ ନାଁ କାଟିବାକୁ ନିର୍ଦ୍ଦେଶକଙ୍କୁ କହିବୁ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?