ମହାକାଶ ହାବେଳି

ପୃଥିବୀରେ ଅଳିଆ ଆବର୍ଜନା ଏତେ ମାତ୍ରାରେ ବଢ଼ିଗଲାଣି ଯେ, ତାହାକୁ ସହ୍ୟ କରିବା କ୍ଷମତା ଏହି ଗ୍ରହର କମି ଆସୁଛି ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଭୂପୃଷ୍ଠ ଓ ଜଳଭାଗ ପଲିଥିଲିନ୍‌ରେ ଭର୍ତ୍ତି। ପର୍ଯ୍ୟାପ୍ତ ଜଙ୍ଗଲକ୍ଷୟ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଉଛି। ପର୍ବତାରୋହୀ ବ୍ୟବହାର କରୁଥିବା ଜିନିଷ ଓ ଉପକରଣ ଛାଡ଼ି ଦେଇ ଆସୁଥିବାରୁ ସେଠାରେ ଯେଭଳି ବହଳରେ ଅଳିଆ ରହିଲାଣି ତାହା ତା’ର ପର୍ଯ୍ୟାବରଣ ପ୍ରତି ବିପଦ ସୃଷ୍ଟି କଲାଣି। ହିମାଳୟ ନଷ୍ଟ ହେଉଥିବାର ଅନେକ ରିପୋର୍ଟ ପ୍ରକାଶ ପାଇଲାଣି। ଏହିଭଳି ଅସ୍ବାଭାବିକ ସ୍ଥିତି ଯୋଗୁ ଜଳବାୟୁ ପରିବର୍ତ୍ତନ ଦେଖାଦେଉଛି। ଆଜିର କରୋନା ମହାମାରୀ ପ୍ରକୃତିଗତ ଅସନ୍ତୁଳନରୁ ଜନ୍ମ ନେଇଛି ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। ଫଳରେ ପୃଥିବୀବ୍ୟାପୀ ମଣିଷ ଏବେ ଜୀବନ ବଞ୍ଚାଇବା ପାଇଁ କିଭଳି ଡହଳବିକଳ ହେଉଛି ତାହା ସମସ୍ତେ ଅନୁଭବ କଲେଣି।
ମହାକାଶ କଥା ଦେଖିଲେ ସେଠାରେ ମଧ୍ୟ ପ୍ରଦୂଷଣ ଘନେଇବାରେ ଲାଗିଛି। ମହାଶୂନ୍ୟକୁ ଜୟ କରିବା ପ୍ରତିଦ୍ୱନ୍ଦ୍ୱିତାରେ ମହାକାଶରେ ଯାନ ଚଳାଇବାରେ ଅନେକ ରାଷ୍ଟ୍ର ଲାଗିପଡ଼ିଛନ୍ତି। ପରବର୍ତ୍ତୀ ସମୟରେ ସେହି ଯାନଗୁଡ଼ିକ ଅକ୍ଷମ ହୋଇ ସ୍ପେଶ୍‌ କ୍ଲଟର ବା ମହାକାଶରେ ଅଳିଆ ଭାବେ ବୁଲିଥାଉଛି। ଆଉ କିଛି ଅକାମୀ ହୋଇ ଭୂପୃଷ୍ଠକୁ ଖସିପଡ଼ୁଛି। ମହାକାଶ ଯାତ୍ରାରେ ଅହରହ କାର୍ଯ୍ୟ କରୁଥିବା ରାଷ୍ଟ୍ର ସେହିଠାରେ ତାହାକୁ ନଷ୍ଟ କରିବାର ପ୍ରଯୁକ୍ତି ବ୍ୟବହାର କରୁଥିଲେ ମଧ୍ୟ କେତେକ ଦେଶ ସେଥିପ୍ରତି ନଜର ନ ଦେବାରୁ ଏହା ପୃଥିବୀ ପାଇଁ ବିପଦ ଆଣିଦେଲାଣି। ଏହାର ସଦ୍ୟ ଉଦାହରଣ ହେଉଛି ଚାଇନାର ‘ଲଙ୍ଗ୍‌ ମାର୍ଚ୍ଚ-୫ବି’ ରକେଟ୍‌ର ଭଗ୍ନାବଶେଷ ସପ୍ତାହେ ହେବ ଦିଗହରା ହୋଇପଡ଼ିଥିବା ଘଟଣା। ଏହି ରକେଟ୍‌ ପ୍ରାୟ ୧୦୦ ଫୁଟ୍‌ ଲମ୍ବ ବିଶିଷ୍ଟ ହୋଇଥିବା ବେଳେ ଓଜନ ୨୧ ଟନ୍‌ । ଶେଷରେ ୯ ମେ’ରେ ଏହାର ଭଗ୍ନାବଶେଷ ଭାରତ ମହାସାଗରରେ ମାଳଦ୍ୱୀପ ନିକଟରେ ଖସିପଡ଼ିଛି। ପୃଥିବୀର ସ୍ଥଳଭାଗରେ ଖସିପଡ଼ିଲେ ତାହା ବ୍ୟାପକ କ୍ଷତି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ପ୍ରଥମେ ଅନୁମାନ ଲଗାଯାଉଥିଲା ଯେ, ଏହା ନ୍ୟୁଜିଲାଣ୍ଡର କୌଣସି ଏକ ଦ୍ୱୀପରେ ଖସିପାରେ। ଅବଶ୍ୟ କୁହାଯାଉଛି ଏହାର ଅନେକ ଅଂଶ ପୃଥିବୀ ଆଡ଼କୁ ଆସୁଥିବା ବେଳେ ନଷ୍ଟ ହୋଇଯାଇଛି। ସୂଚନା ଦିଆଯାଇପାରେ ଯେ, ଗତ ବର୍ଷ ମେ’ରେ ଚାଇନାର ଏକ ରକେଟ୍‌ ପଶ୍ଚିମ ଆଫ୍ରିକାର ଆଇଭରି କୋଷ୍ଟ୍‌ର ସ୍ଥଳଭାଗରେ ପଡ଼ିଥିଲା। ତାହା ସମ୍ପୃକ୍ତ ଅଞ୍ଚଳକୁ ନଷ୍ଟ କରିଥିଲେ ହେଁ ସେଠାରେ କେହି ବସବାସ କରୁ ନ ଥିବା ଜଣାପଡ଼ିଛି। ବାସ୍ତବରେ ଯଦି କେହି ବାସ କରୁଥାଆନ୍ତେ, ତାହା ବ୍ୟାପକ ଜୀବନହାନି ଘଟାଇଥାଆନ୍ତା। ତେଣୁ ଚାଇନାର ବୈଜ୍ଞାନିକମାନେ ଠିକ୍‌ ଭାବେ ପ୍ରଯୁକ୍ତି କୌଶଳ ଅବଲମ୍ବନ କରି ନ ଥିବାରୁ ଏପରି ଘିଟିଥିଲା। ଉଲ୍ଲେଖଯୋଗ୍ୟ ଯେ, ସାଧାରଣରେ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କଲା ବେଳେ ଘର୍ଷଣ ଯୋଗୁ ଭଗ୍ନାବଶେଷ ଜଳି ଯାଇଥାଏ। ଯଦି ରକେଟ୍‌ର ଓଜନ ୨୨ ଟନ୍‌ରୁ ଅଧିକ ହୋଇଥାଏ, ତାହା ହେଲେ ତାହାର ଏକ ବୃହତ୍‌ ଅଂଶ ପୃଥିବୀପୃଷ୍ଠରେ ପଡ଼ି କ୍ଷତି କରିଥାଏ। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ମହାକାଶକୁ ଛଡ଼ା ଯାଉଥିବା ରକେଟ୍‌ର ଭଗ୍ନାବଶେଷ ପ୍ରାୟତଃ ଅନ୍ତର୍ଜାତୀୟ ଜଳସୀମାରେ ପଡ଼ିଥାଏ। ଚାଇନା କ୍ଷେତ୍ରରେ ଦେଖାଦେଇଥିବା ବ୍ୟତିକ୍ରମ ତାହା ପ୍ରଯୁକ୍ତି କୌଶଳରେ ସ୍ବଚ୍ଛତା ବଜାୟ ରଖିବାରେ ବିଫଳ ହୋଇଛି ବୋଲି କହି ଆମେରିକା ମହାକାଶ କେନ୍ଦ୍ର ‘ନାସା’ ସମାଲୋଚନା କରିଛି। ନାସା ଯେଉଁ ଉଦ୍‌ବେଗ ପ୍ରକାଶ କରିଛି, ତାହାକୁ ମହାକାଶ ଯାତ୍ରା କାର୍ଯ୍ୟରେ ନିୟୋଜିତ ଦେଶଗୁଡ଼ିକ ଗମ୍ଭୀରତାର ସହିତ ନେବା ଦରକାର। ପରସ୍ପର ଭିତରେ ପ୍ରତିଦ୍ୱନ୍ଦ୍ୱିତା କରାଯିବା ଦ୍ୱାରା ପୃଥିବୀ ଗ୍ରହକୁ ବହୁତ କ୍ଷତି ପହଞ୍ଚିଲାଣି। ପୁଣି ମହାକାଶ ଓ ବାୟୁମଣ୍ଡଳକୁ ଅସନ୍ତୁଳନ କରାଗଲେ ସେଥିରେ ଯେଉଁ କ୍ଷତି ଘଟିବ, ମଣିଷ ସମ୍ଭାଳିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri