ମହାକାଶ ହାବେଳି

ପୃଥିବୀରେ ଅଳିଆ ଆବର୍ଜନା ଏତେ ମାତ୍ରାରେ ବଢ଼ିଗଲାଣି ଯେ, ତାହାକୁ ସହ୍ୟ କରିବା କ୍ଷମତା ଏହି ଗ୍ରହର କମି ଆସୁଛି ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଭୂପୃଷ୍ଠ ଓ ଜଳଭାଗ ପଲିଥିଲିନ୍‌ରେ ଭର୍ତ୍ତି। ପର୍ଯ୍ୟାପ୍ତ ଜଙ୍ଗଲକ୍ଷୟ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଉଛି। ପର୍ବତାରୋହୀ ବ୍ୟବହାର କରୁଥିବା ଜିନିଷ ଓ ଉପକରଣ ଛାଡ଼ି ଦେଇ ଆସୁଥିବାରୁ ସେଠାରେ ଯେଭଳି ବହଳରେ ଅଳିଆ ରହିଲାଣି ତାହା ତା’ର ପର୍ଯ୍ୟାବରଣ ପ୍ରତି ବିପଦ ସୃଷ୍ଟି କଲାଣି। ହିମାଳୟ ନଷ୍ଟ ହେଉଥିବାର ଅନେକ ରିପୋର୍ଟ ପ୍ରକାଶ ପାଇଲାଣି। ଏହିଭଳି ଅସ୍ବାଭାବିକ ସ୍ଥିତି ଯୋଗୁ ଜଳବାୟୁ ପରିବର୍ତ୍ତନ ଦେଖାଦେଉଛି। ଆଜିର କରୋନା ମହାମାରୀ ପ୍ରକୃତିଗତ ଅସନ୍ତୁଳନରୁ ଜନ୍ମ ନେଇଛି ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। ଫଳରେ ପୃଥିବୀବ୍ୟାପୀ ମଣିଷ ଏବେ ଜୀବନ ବଞ୍ଚାଇବା ପାଇଁ କିଭଳି ଡହଳବିକଳ ହେଉଛି ତାହା ସମସ୍ତେ ଅନୁଭବ କଲେଣି।
ମହାକାଶ କଥା ଦେଖିଲେ ସେଠାରେ ମଧ୍ୟ ପ୍ରଦୂଷଣ ଘନେଇବାରେ ଲାଗିଛି। ମହାଶୂନ୍ୟକୁ ଜୟ କରିବା ପ୍ରତିଦ୍ୱନ୍ଦ୍ୱିତାରେ ମହାକାଶରେ ଯାନ ଚଳାଇବାରେ ଅନେକ ରାଷ୍ଟ୍ର ଲାଗିପଡ଼ିଛନ୍ତି। ପରବର୍ତ୍ତୀ ସମୟରେ ସେହି ଯାନଗୁଡ଼ିକ ଅକ୍ଷମ ହୋଇ ସ୍ପେଶ୍‌ କ୍ଲଟର ବା ମହାକାଶରେ ଅଳିଆ ଭାବେ ବୁଲିଥାଉଛି। ଆଉ କିଛି ଅକାମୀ ହୋଇ ଭୂପୃଷ୍ଠକୁ ଖସିପଡ଼ୁଛି। ମହାକାଶ ଯାତ୍ରାରେ ଅହରହ କାର୍ଯ୍ୟ କରୁଥିବା ରାଷ୍ଟ୍ର ସେହିଠାରେ ତାହାକୁ ନଷ୍ଟ କରିବାର ପ୍ରଯୁକ୍ତି ବ୍ୟବହାର କରୁଥିଲେ ମଧ୍ୟ କେତେକ ଦେଶ ସେଥିପ୍ରତି ନଜର ନ ଦେବାରୁ ଏହା ପୃଥିବୀ ପାଇଁ ବିପଦ ଆଣିଦେଲାଣି। ଏହାର ସଦ୍ୟ ଉଦାହରଣ ହେଉଛି ଚାଇନାର ‘ଲଙ୍ଗ୍‌ ମାର୍ଚ୍ଚ-୫ବି’ ରକେଟ୍‌ର ଭଗ୍ନାବଶେଷ ସପ୍ତାହେ ହେବ ଦିଗହରା ହୋଇପଡ଼ିଥିବା ଘଟଣା। ଏହି ରକେଟ୍‌ ପ୍ରାୟ ୧୦୦ ଫୁଟ୍‌ ଲମ୍ବ ବିଶିଷ୍ଟ ହୋଇଥିବା ବେଳେ ଓଜନ ୨୧ ଟନ୍‌ । ଶେଷରେ ୯ ମେ’ରେ ଏହାର ଭଗ୍ନାବଶେଷ ଭାରତ ମହାସାଗରରେ ମାଳଦ୍ୱୀପ ନିକଟରେ ଖସିପଡ଼ିଛି। ପୃଥିବୀର ସ୍ଥଳଭାଗରେ ଖସିପଡ଼ିଲେ ତାହା ବ୍ୟାପକ କ୍ଷତି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ପ୍ରଥମେ ଅନୁମାନ ଲଗାଯାଉଥିଲା ଯେ, ଏହା ନ୍ୟୁଜିଲାଣ୍ଡର କୌଣସି ଏକ ଦ୍ୱୀପରେ ଖସିପାରେ। ଅବଶ୍ୟ କୁହାଯାଉଛି ଏହାର ଅନେକ ଅଂଶ ପୃଥିବୀ ଆଡ଼କୁ ଆସୁଥିବା ବେଳେ ନଷ୍ଟ ହୋଇଯାଇଛି। ସୂଚନା ଦିଆଯାଇପାରେ ଯେ, ଗତ ବର୍ଷ ମେ’ରେ ଚାଇନାର ଏକ ରକେଟ୍‌ ପଶ୍ଚିମ ଆଫ୍ରିକାର ଆଇଭରି କୋଷ୍ଟ୍‌ର ସ୍ଥଳଭାଗରେ ପଡ଼ିଥିଲା। ତାହା ସମ୍ପୃକ୍ତ ଅଞ୍ଚଳକୁ ନଷ୍ଟ କରିଥିଲେ ହେଁ ସେଠାରେ କେହି ବସବାସ କରୁ ନ ଥିବା ଜଣାପଡ଼ିଛି। ବାସ୍ତବରେ ଯଦି କେହି ବାସ କରୁଥାଆନ୍ତେ, ତାହା ବ୍ୟାପକ ଜୀବନହାନି ଘଟାଇଥାଆନ୍ତା। ତେଣୁ ଚାଇନାର ବୈଜ୍ଞାନିକମାନେ ଠିକ୍‌ ଭାବେ ପ୍ରଯୁକ୍ତି କୌଶଳ ଅବଲମ୍ବନ କରି ନ ଥିବାରୁ ଏପରି ଘିଟିଥିଲା। ଉଲ୍ଲେଖଯୋଗ୍ୟ ଯେ, ସାଧାରଣରେ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କଲା ବେଳେ ଘର୍ଷଣ ଯୋଗୁ ଭଗ୍ନାବଶେଷ ଜଳି ଯାଇଥାଏ। ଯଦି ରକେଟ୍‌ର ଓଜନ ୨୨ ଟନ୍‌ରୁ ଅଧିକ ହୋଇଥାଏ, ତାହା ହେଲେ ତାହାର ଏକ ବୃହତ୍‌ ଅଂଶ ପୃଥିବୀପୃଷ୍ଠରେ ପଡ଼ି କ୍ଷତି କରିଥାଏ। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ମହାକାଶକୁ ଛଡ଼ା ଯାଉଥିବା ରକେଟ୍‌ର ଭଗ୍ନାବଶେଷ ପ୍ରାୟତଃ ଅନ୍ତର୍ଜାତୀୟ ଜଳସୀମାରେ ପଡ଼ିଥାଏ। ଚାଇନା କ୍ଷେତ୍ରରେ ଦେଖାଦେଇଥିବା ବ୍ୟତିକ୍ରମ ତାହା ପ୍ରଯୁକ୍ତି କୌଶଳରେ ସ୍ବଚ୍ଛତା ବଜାୟ ରଖିବାରେ ବିଫଳ ହୋଇଛି ବୋଲି କହି ଆମେରିକା ମହାକାଶ କେନ୍ଦ୍ର ‘ନାସା’ ସମାଲୋଚନା କରିଛି। ନାସା ଯେଉଁ ଉଦ୍‌ବେଗ ପ୍ରକାଶ କରିଛି, ତାହାକୁ ମହାକାଶ ଯାତ୍ରା କାର୍ଯ୍ୟରେ ନିୟୋଜିତ ଦେଶଗୁଡ଼ିକ ଗମ୍ଭୀରତାର ସହିତ ନେବା ଦରକାର। ପରସ୍ପର ଭିତରେ ପ୍ରତିଦ୍ୱନ୍ଦ୍ୱିତା କରାଯିବା ଦ୍ୱାରା ପୃଥିବୀ ଗ୍ରହକୁ ବହୁତ କ୍ଷତି ପହଞ୍ଚିଲାଣି। ପୁଣି ମହାକାଶ ଓ ବାୟୁମଣ୍ଡଳକୁ ଅସନ୍ତୁଳନ କରାଗଲେ ସେଥିରେ ଯେଉଁ କ୍ଷତି ଘଟିବ, ମଣିଷ ସମ୍ଭାଳିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri