Posted inଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଳମ୍‌ଙ୍କ ସ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ, ୮।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଆର୍‌. କୁମାରମଙ୍ଗଳମ୍‌ଙ୍କ ସ୍ତ୍ରୀ କିଟ୍ଟି କୁମାରମଙ୍ଗଳମ୍‌ଙ୍କୁ ମଙ୍ଗଳବାର ରାତିରେ ତାଙ୍କ ଦିଲ୍ଲୀ ବାସଭବନରେ ହତ୍ୟା କରାଯାଇଛି। ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରସ୍ଥିତ ବାସଭବନରୁ ୬୭ ବର୍ଷୀୟ କିଟ୍ଟିଙ୍କ ମୃତଦେହ ମିଳିଛି। ପ୍ରାରମ୍ଭିକ ଅନୁଧ୍ୟାନ ଅନୁଯାୟୀ ତାଙ୍କ ମୁହଁକୁ ତକିଆରେ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି ବୋଲି ପୋଲିସ କହିଛି। ରାତି ୯ଟା ବେଳେ କିଟ୍ଟି ଘରେ ଜଣେ ସହାୟକଙ୍କ ସହ ରହିଥିଲାବେଳେ ତାଙ୍କ ପାଇଁ ରଜକ କାମ କରୁଥିବା ଜଣେ ବ୍ୟକ୍ତି ଅନ୍ୟ ଦୁଇଜଣଙ୍କ ସହ ଡକାୟତି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ।
ସେମାନେ ଘରୋଇ ସହାୟକଙ୍କୁ ଗୋଟିଏ ଘରେ ବନ୍ଦ କରିଦେବା ପରେ କିଟ୍ଟିଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। କିଟ୍ଟି ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ବାମୀ କୁମାରମଙ୍ଗଳମ୍‌ ୧୯୮୪ରେ ଲୋକ ସଭାକୁ ନିର୍ବାଚିତ ହୋଇ ଆଇନ, କମ୍ପାନୀ ବ୍ୟାପାର, ସଂସଦୀୟ ବ୍ୟାପାର ଓ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri