ପୂର୍ବତନ ୩ କାଉନସିଲର, ଯୁବ ସଭାପତିଙ୍କ ଇସ୍ତଫା

ସୋର, ୨୭।୨(ଡି.ଏନ.ଏ.): ପୌର ନିର୍ବାଚନ ଘୋଷଣା ହେବା ପରେ ସୋରରେ ପୌର ପରିଷଦର ୩ଜଣ ପୂର୍ବତନ କାଉନସିଲର ଏବଂ ପୂର୍ବତନ ଯୁବ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ପୂର୍ବତନ କାଉନସିଲର ତଥା ବିଜେଡିର ଜଣେ ଟାଣୁଆ ନେତା ରଞ୍ଜନ ଦାସ, ତାଙ୍କ ସ୍ତ୍ରୀ ପୂର୍ବତନ କାଉନସିଲର ସସ୍ମିତା ଦାସ, ବିଜେଡିର ପୂର୍ବତନ ଯୁବ ସଭାପତି ଲୋକନାଥ ରାଉତ ଏବଂ ତାଙ୍କ ସ୍ତ୍ରୀ ପୂର୍ବତନ କାଉନସିଲର ଊର୍ମିଳା ରାଉତ। ସେମାନେ ତାଙ୍କ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ସମ୍ପର୍କରେ ବିଜେଡି ରାଜ୍ୟ ସଭାପତି ତଥା ଜିଲା ସଭାପତିଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଏହି ଇସ୍ତଫାପତ୍ରରେ ସେ ସୋର ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ବିଧାୟକଙ୍କର ସ୍ବେଚ୍ଛାଚାରିତାରେ ଅତିଷ୍ଠ ହୋଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ତେବେ ଆଗାମୀ ଦିନରେ କେଉଁ ଦଳରେ ଯୋଗ ଦେବେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ନ ଥିଲେ ବି ଭାଜପାରେ ଯୋଗଦେବାର ସମ୍ଭାବନା ରହିଛି। ଠିକ୍‌ ନିର୍ବାଚନ ପୂର୍ବରୁ ଏହି ଇସ୍ତଫା କେତୋଟି ୱାର୍ଡ଼ରେ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ୨୦୧୩ ପୌର ନିବର୍ର୍ାଚନ ବେଳେ ସୋର ଏନ୍‌ଏସି ୨ନମ୍ବର ୱାର୍ଡ଼ରେ ବିଜେଡ଼ି ଟିକେଟରେ ଲୋକନାଥ ରାଉତଙ୍କ ସ୍ତ୍ରୀ ଊର୍ମିଳା ରାଉତ ବିଜୟୀ ହୋଇଥିବା ବେଳେ ୮ନଂ. ୱାର୍ଡ଼ରେ ରଞ୍ଜନ ଦାସଙ୍କ ସ୍ତ୍ରୀ ସସ୍ମିତା ଦାସ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ମାତ୍ର ନିର୍ବାଚନ କିଛିଦିନ ପରେ ଦାସ ସପତ୍ନୀକ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ରବିବର ସୋରରେ ଭାଜପାର ମହାମିଶ୍ରଣ ପର୍ବରେ ସେମାନଙ୍କର ଯୋଗଦାନ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?