ପରପାରିରେ ପୂର୍ବତନ ବାଚସ୍ପତି ଶରତ କର

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ସୋମବାର ଅପରାହ୍ନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟରେ ପୀଡ଼ିତ କର ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ମୃତ୍ୟୁ ବରଣ କରିଛନ୍ତି। ଏ ନେଇ ତାଙ୍କ ପୁଅ ସୁମନ କର ସୂଚନା ଦେଇଛନ୍ତି।  ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଚ୍ଛାୟା ଖେଳି ଯାଇଛି। ସେ ୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ କଟକ ଜିଲ୍ଲାର ଚାଇଁପାଳର ଅଡମ ମହେଶପୂର ଗାଁରେ ଜନ୍ମ ଗ୍ରହଣ କରିଥିଲେ। ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ।   ଅଭିଭକ୍ତ କଟକ ଜିଲାର ମାହାଙ୍ଗା ଆସନରୁ ସେ ବିଧାନସଭାକୁ ୩ ଥର ପ୍ରତିନିଧିତ୍ୱ କରିଥିଲେ। ୧୯୭୭ ମସିହାରେ କଟକ ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ କରି ଆଲୋଡନ ସୃଷ୍ଟି କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଖରାଛୁଟି: ଅନ୍‌ଲାଇନ୍‌ କ୍ଲାସ, ପରୀକ୍ଷା ବନ୍ଦ

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ମେ’ ୫ ତାରିଖ ଠାରୁ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର।...

ପ୍ରଥମ ଦିନରେ ୬୩୩ଜଣଙ୍କୁ ଧରାଗଲା ଚାଲାଣ: ଏଣିକି ଅନ୍‌ଲାଇନରେ ଲର୍ନିଂ ଲାଇସେନ୍ସ, ଫିଟ୍‌ନେସ

ଭୁବନେଶ୍ୱର,୩।୧୨:(ବ୍ୟୁରୋ): ଆଗକୁ ଆଉ ଲର୍ନିଂ ଲାଇସେନ୍ସ କାଗଜରେ ଦିଆଯିବ ନାହିଁ। ଏଥର ଏହା ଅନ୍‌ଲାଇନ ମାଧ୍ୟମରେ ମିଳିବ। ଆର୍‌ଟିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି...

ଓଟ ପିଠିରେ ବସି ପ୍ରଚାର

ବାରିପଦା ଅଫିସ,୧୨ା୨: କରୋନା କଟକଣାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକାଧିକ ଲୋକଙ୍କୁ ନେଇ ସଭାସମିତି ଓ ରାଲିକୁ ବାରଣ କରାଯାଇଛି। ଫଳରେ ପ୍ରାର୍ଥୀମାନେ...

ଗଞ୍ଜାମ ଲୋକକଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୫ା୧୨:ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ...

୨୩ରେ ଲଘୁଚାପ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଘୂର୍ଣ୍ଣିବଳୟ ଯୋଗୁ କେତେକ ଜାଗାରେ ଅସରାଏ କିମ୍ବା ଦି ଅସରା ବର୍ଷା ହେଉଛି।...

CORONAVIRUS UPDATE: ରାଜ୍ୟରେ ଆଉ ୮ ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୧୬୬କୁ ବୃଦ୍ଧି

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ଶୁକ୍ରବାର ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରର ୪ଜଣ, ଭଦ୍ରକରୁ ୨ ଏବଂ ବାଲେଶ୍ୱର ଓ କେନ୍ଦୁଝର...

କଟକ ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ

କଟକ ଅଫିସ, ୮ା୭: କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) କାର୍ଯ୍ୟାଳୟରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିଦ୍ୟୁତ୍‌ ସରବରାହ ପାଇଁ ଲାଗିଥିବା ମେନ୍‌ ସୁଇଜ୍‌ ପୋଡ଼ି...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ...

Advertisement
Archives

Model This Week