Posted inଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ୧୭ ପ୍ରକାର ଭାଷା ଶିଖିଥିଲେ, ହିନ୍ଦୀକୁ ନେଇ ଚନ୍ଦ୍ରବାବୁ ନାଇଡୁ କହିଲେ…

ଅମରାବତୀ,୧୬ା୭: ଭାଷାକୁ ନେଇ ସାରା ଦେଶରେ ବିବାଦ ଦେଖାଯାଉଛି। ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏବେ ଏହାକୁ ନେଇ ଏକ ବଡ଼ ହଙ୍ଗାମା ହୋଇଛି। ଏହି ବିବାଦ ଉପରେ ଚାଲିଥିବା ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ହିନ୍ଦୀ ସମେତ ୧୭ଟି ଭାଷା ଜାଣନ୍ତି।

ନରସିଂହ ରାଓଙ୍କ ଜୀବନ ଏବଂ ଐତିହ୍ୟ ବିଷୟ ଉପରେ ଏକ ବକ୍ତୃତା ପ୍ରଦାନ କରି ନାଇଡୁ ତାଙ୍କୁ ଜଣେ ମହାନ ରାଜନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଭାବରେ ମନେ ପକାଇଥିଲେ, ଯାହାଙ୍କ ଉପରେ ତେଲୁଗୁ ସମ୍ପ୍ରଦାୟ ଗର୍ବିତ। ତାମିଲନାଡୁ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ହିନ୍ଦୀ ଲାଗୁ ହେବାର ଅଭିଯୋଗ ଉପରେ କଟାକ୍ଷ କରି ସେ କହିଥିଲେ, ଏବେ ମୁଁ ପଚାରୁଛି, ଆମେ କାହିଁକି ହିନ୍ଦୀ ଶିଖିବା ଉଚିତ?

ସେ କହିଥିଲେ ଯେ, ନରସିଂହ ରାଓ ଭାରତର ଭବିଷ୍ୟତକୁ ବଦଳାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାଧୀନ ଭାରତ ଦୁଇଟି ପର୍ଯ୍ୟାୟରେ ବିଭକ୍ତ। ଆର୍ଥିକ ସଂସ୍କାର ପୂର୍ବରୁ ଏବଂ ତା’ପରେ।

ନାଇଡୁ ୧୯୯୧ର ଆର୍ଥିକ ସଙ୍କଟକୁ ମନେ ପକାଇଲେ ଏବଂ ଆର୍ଥିକ ସଂସ୍କାର ପାଇଁ ରାଓଙ୍କୁ ଶ୍ରେୟ ଦେଲେ ଏବଂ ତାଙ୍କୁ ଭାରତ ମାତାର ଜଣେ ମହାନ ପୁତ୍ର ବୋଲି କହିଥିଲେ। ପିଭି ନରସିଂହ ରାଓ ଥିଲେ ଭାରତର ଡେଙ୍ଗ ଜିଆଓପିଙ୍ଗ। ସେ ୧୯୯୧ରେ ଅର୍ଥନୀତିର ଖୋଲାପଣକୁ ୧୯୭୮ରେ ଚୀନ ଅର୍ଥନୀତିରେ ଡେଙ୍ଗଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନ ସହିତ ତୁଳନା କରିଥିଲେ। ନାଇଡୁ କହିଥିଲେ, ସେ ଭାରତର ଭବିଷ୍ୟତକୁ ବଦଳାଇ ଦେଇଥିଲେ ଏବଂ ଆଜି ଆମେ ତାଙ୍କ ସଂସ୍କାରର ଫଳ ପାଉଛୁ।

ରାଓ ସେତେବେଳେ ଏକ ସଂଖ୍ୟାଲଘୁ ସରକାରର ନେତୃତ୍ୱ ନେଉଥିଲେ। ସେତେବେଳେ ମଧ୍ୟ ତାଙ୍କର ରାଜନୈତିକ ବୁଦ୍ଧିମତା ଯୋଗୁ ସେ ବିଭିନ୍ନ ଦଳ ଏବଂ ବିଚାରଧାରା ମଧ୍ୟରେ ସହମତି ଗଠନ କରିବାରେ ସଫଳ ହୋଇଥିଲେ। ଏହା ତାଙ୍କର ସବୁଠାରୁ ବଡ଼ ସଫଳତା ଥିଲା। ନାଇଡୁ କହିଥିଲେ, ୧୯୮୯ରୁ ୨୦୧୪ ମଧ୍ୟରେ ମେଣ୍ଟ ସରକାର ସତ୍ତ୍ୱେ, ୧୯୯୧ର ଅର୍ଥନୀତିକ ସଂସ୍କାର ଯୋଗୁଁ ଗତ ଦଶନ୍ଧିରେ ସଂଖ୍ୟାଗରିଷ୍ଠ ସରକାର ଅପେକ୍ଷା ଫଳାଫଳ ଭଲ ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଓଙ୍କ ଦ୍ୱାରା କରାଯାଇଥିବା ସଂସ୍କାର ପରେ, ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାଳରେ ମୌଳିକ ଭିତ୍ତିଭୂମି ନିର୍ମାଣ ଉପରେ କାର୍ଯ୍ୟ କରିଥିଲେ। ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ତାଙ୍କୁ ଶ୍ରେୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ପାସ୍‌ବୁକ୍‌ ପରେ ସମ୍ପତ୍ତି ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧୧ା୧୧(ରବିନାରାୟଣ ଜେନା): ରାଜ୍ୟରେ ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ବଚ୍ଛ ଉପାୟରେ ଜମି ମାଲିକାନା ଦେବା ଏବଂ ବ୍ୟାଙ୍କ ଋଣ କରାଇବା…

ଏନ୍‌ଭିଡିଆ ବଜାର ମୂଲ୍ୟ ୧.୫୭ ଟ୍ରିଲିୟନ ଡଲାର ଖସିଲା

ଓ୍ବାଶିଂଟନ୍‌,୧୧ା୧୧: ଅନ୍ତର୍ଜାତୀୟ କର୍ପୋରେଟ୍‌ ଜଗତରେ ବିଶ୍ୱର ପ୍ରମୁଖ ଟେକ୍‌ ତଥା ଅତ୍ୟାଧୁନିକ ଚିପ୍‌ ନିର୍ମାଣକାରୀ କମ୍ପାନୀ ଏନ୍‌ଭିଡିଆ ପ୍ରସଙ୍ଗ ଏବେ ସବୁଠାରୁ ଚର୍ଚ୍ଚିତ ହୋଇଛି। ଚାଇନାର ଆଲିସ୍‌…

ମଧୁବାବୁ ପେନ୍‌ସନ ଯୋଜନାରେ ଯୋଡ଼ିହେଲେ ୫.୦୫ଲକ୍ଷ ନୂଆ ହିତାଧିକାରୀ

ବାଲେଶ୍ୱର, ୧୧।୧୧(ବାଞ୍ଛାନିଧି ଦେ): ବାଲେଶ୍ୱରସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଜୟ ଜଗନ୍ନାଥ, ଜୟ କ୍ଷୀରଚୋରା ଗୋପୀନାଥ, ଜୟ ବାବା ପଞ୍ଚଲିଙ୍ଗେଶ୍ୱରରୁ…

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?