Posted inଜାତୀୟ

ଏବେ ବି କୋମାରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ମଧ୍ୟ କୋମାରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪ ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା କୌଣସି ସୁଧାର ଆସି ନ ଥିବା ଡାକ୍ତରମାନେ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଗଷ୍ଟ ୧୦ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ତାଙ୍କ କରୋନା ପଜିଟିଭ୍‌ ଜଣାପଡିଥିଲା। ଏବେ ଏହାର ଚିକିତ୍ସା ମଧ୍ୟ କରାଯାଉଛି। ଡାକ୍ତରଖାନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛିି ଯେ ପ୍ରଣବ ମୁଖାର୍ଜୀ ଫୁସଫୁସ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଗତକାଲି ଠାରୁ ତାଙ୍କ କିଡନୀରେ ମଧ୍ୟ କିଛି ଅସୁବିଧା ପରିଲକ୍ଷିତ ହେଉଛି। ସେ ଏବେ ବି ଗଭୀର କୋମାରେ ଅଛନ୍ତି। ସୂଚନାଯୋଗ୍ୟ, ପ୍ରଣବ ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୦।୮-କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ବର୍ତ୍ତମାନ ସୁସ୍ଥ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଛି। ଏ ନେଇ ସୋମବାର...

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଦେଶବାସୀଙ୍କ ମତାମତ ଲୋଡ଼ିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଦିନ ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ...

ଚାଇନାକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍‌ ଲୋକାଲ’ ପାଇଁ ନିବେଦନ କରିଥିଲେ। ବିଶେଷ କରି...

କରୋନାରେ ଗଲା ଆଉ ଜଣେ ବିଧାୟକଙ୍କ ଜୀବନ

ଜୟପୁର,୧୯।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଗତ ୩ ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ...

ଶେଷକୃତ୍ୟରେ ଯୋଗଦେଇ ୨୧ ଜଣଙ୍କ ଜୀବନ ଗଲା

ଜୟପୁର, ୯ା୫: ରାଜସ୍ଥାନର ସିକର ଜିଲାରେ ଜଣେ କରୋନା ମୃତକଙ୍କ ସତ୍କାର କାର୍ଯ୍ୟରେ ଯୋଗଦେଇଥିବା ୧୫୦ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କେବଳ...

ପ୍ରଶଂସା କଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୬ା୮ (ଆଇଏଏନ୍‌ଏସ୍‌)- ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।...

ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା: ୨ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ

ଜୟପୁର,୨୯।୪: ଗତ ବର୍ଷ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ଏବଂ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜସ୍ଥାନର...

Advertisement
Archives

Model This Week