Posted inଜାତୀୟ

ଅଧୁରା ରହିଗଲା ମନମୋହନଙ୍କ ଏହି ଇଚ୍ଛା…ଚାହିଁଲେ ବି ଏହି ଘୋଟାଲାରେ କୋର୍ଟ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିଲେ ନାହିଁ

ନୂଆଦିଲ୍ଲୀ,୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୨୬ ଡିସେମ୍ବର ୨୦୨୪ରେ ୯୨ ବର୍ଷରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଦେଶର ରାଜନୈତିକ ତଥା ଅର୍ଥବ୍ୟବସ୍ଥାରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତେବେ କୋଇଲା ଦୁର୍ନୀତି ମାମଲାରେ ଲାଗିଥିବା ଦାଗକୁ ଧୋଇବା ଲାଗି ତାଙ୍କର ଇଚ୍ଛା ଅଧାରେ ରହି ଯାଇଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ କୋଇଲା ବ୍ଲକ ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଯଦି ଏହି ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଥାନ୍ତା ତେବେ ତାଙ୍କ ସ୍ବଚ୍ଛ ପତିଆରା ବଜାୟ ରଖିବାରେ ସହାୟକ ହୋଇଥାନ୍ତା।

ଗଣମାଧ୍ୟମ ରିପୋର୍ଟ ମୁତାବକ, ୨୦୧୫ ମାର୍ଚ୍ଚରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ କୋଇଲା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଭାବେ ସମନ କରିଥିଲେ। ଯେଉଁଥିରେ ପାରଦର୍ଶିତା ନ ଥାଇ କୋଇଲା ଉତ୍ପାଦନ ଲାଗି ଘରୋଇ କମ୍ପାନୀକୁ ଅଧିକାର ଦିଆଯାଇଥିବା କୁହାଯାଇଥିଲା। ସେତେବେଳେ ମନମୋହନ କହିଥିଲେ ଯେ, ମୁଁ ଚିନ୍ତିତ, ହେଲେ ଏହା ଜୀବନର ଏକ ଅଂଶ।

୨୦୧୫ରେ ସିବିଆଇ ନିଜର କ୍ଲୋଜର ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ କାହା ବିରୋଧରେ ମୋକଦ୍ଦମା ଚାଲିବା ନେଇ କୌଣସି ପ୍ରମାଣ ନାହିଁ। ଏହି ମାମଲା ୨୦୦୫ରେ ଓଡ଼ିଶାର ତାଲବିରା ବ୍ଲକର କୋଇଲା ଅଞ୍ଚଳରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଂଶକୁ ଅନ୍ୟ ଏକ କମ୍ପାନୀକୁ ଆବଣ୍ଟିତ କରିବା ସହ ଜଡ଼ିତ ଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ମନମୋହନଙ୍କ ନିକଟରେ କୋଇଲା ମନ୍ତ୍ରଣାଳୟର ଦାୟିତ୍ୱ ଥିଲା।

ଏପ୍ରିଲ ୨୦୧୫ରେ ସୁପ୍ରିମକୋର୍ଟ ମନମୋହନଙ୍କୁ ସମନ ପଠାଇବା ଲାଗି ଟ୍ରାଏଲ୍‌ କୋର୍ଟର ଆଦେଶ ଉପରେ ରୋକ ଲଗାଇଥିଲେ। ଅକ୍ଟୋବର ୨୦୧୫ରେ କୋର୍ଟ କହିଥିଲେ ଯେ କୋଇଲା ସଚିବ ଗୁପ୍ତା ମନମୋହନଙ୍କୁ ଅନ୍ଧାରରେ ରଖିଥିଲେ ଏବଂ ଗୁପ୍ତା ଏବଂ ୫ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ ହୋଇଥିଲା। ୨୦୧୭ରେ ଏକ ସ୍ପେଶାଲ ସିବିଆଇ କୋର୍ଟ କୋଇଲା ଘୋଟାଲା ସହ ସମ୍ବନ୍ଧିତ ମାମଲାରେ ଗୁପ୍ତା, କୋଇଲା ମନ୍ତ୍ରଣାଳୟର ପୂର୍ବ ସଂଯୁକ୍ତ ସଚିବ କେ ଏସ୍‌ କ୍ରୋଫା ଏବଂ ପ୍ରଭାରୀ ନିର୍ଦ୍ଦେଶକ କେ ସି ସମରିଆ ସମେତ କୋଇଲା ମନ୍ତ୍ରଣାଳୟର ୩ ପୂର୍ବ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାଦ୍ୱାରା ମନମୋହନଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିଲା।

ନିଜର ଅବସର ପରେ ସୁପ୍ରିମକୋର୍ଟର ବିଚାରପତି ଦତ୍ତୁ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଥିଲେ ଯେ, ସେ ଜଣେ ସ୍ବଚ୍ଛ ତଥା ନିର୍ମଳ ଛବି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ। ତାଙ୍କୁ ଏଭଳି ମାମଲାରେ ଅଭିଯୁକ୍ତ ଭାବେ ମୋକଦ୍ଦମାର ସମ୍ମୁଖୀନ ହେଉଥିବା ଦେଖି ପାରି ନ ଥାନ୍ତି, ଯାହାର ଆଧାର ତାଙ୍କ ଦଳର ରାଜନୈତିକ ନିଷ୍ପତ୍ତି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?