ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା

ପାଟଣା,୧୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କର ଶନିବାର ପାଟଣା ବ୍ଲକ ଚାକୁଣ୍ଡାପାଳସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ। ସେ ୧୯୬୬-୭୨ ପର୍ଯ୍ୟନ୍ତ ସ୍ବତନ୍ତ୍ର ପାର୍ଟି ଟିକଟରେ ବିଧାନସଭାକୁ ରାଜେନ୍ଦ୍ର ନାରାୟଣ ସିଂଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ। ରାଜନୀତି ପୂର୍ବରୁ ସେ ସରକାରୀ ଚାକିରିରେ ବନପାଳ ସହ ଶିକ୍ଷକତା କରୁଥିଲେ। ପୂର୍ବତନ କେନ୍ଦୁଝର ଏମ୍‌ପି ଗୋବିନ୍ଦ ମୁଣ୍ଡା ତାଙ୍କୁ ରାଜନୀତିକୁ ଆସିବା ପାଇଁ ପ୍ରେରଣା ଦେଇଥିଲେ। ସେ ଜଣେ ଅତ୍ୟନ୍ତ ଅମାୟିକ ବ୍ୟକ୍ତି ସହ ଦୁର୍ନୀତିମୁକ୍ତ ରାଜନେତା ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ପାଟଣା ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ତାଙ୍କ ପରଲୋକରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର ଶୋଭଯାତ୍ରା ପୂର୍ବରୁ ଅଘଟଣ: ପେଟ୍ରୋଲ ନିଆଁରେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ, ୭ା୧୨ (କଳ୍ପତରୁ ନାୟକ): ବାହାଘର ପାଇଁ ବନ୍ଧୁବାନ୍ଧବ ଆସି ଘରେ ପହଞ୍ଚତ୍ ସାରିଥିଲେ। ବରକୁ ନେଇ ବରଯାତ୍ରୀ କନ୍ୟାଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ।  ଏଥିପାଇଁ...

ଅଟୋ ଚଳାଇଲେ ଦିବ୍ୟଶଙ୍କର

ଭବାନୀପାଟଣା,୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହେଲିକେପ୍ଟର, ଉଡାଜାହାଜ ଚଳାଇବା କଥା ସମସ୍ତେ ଜାଣନ୍ତି। ହେଲେ...

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା...

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri