ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି କରି ରାଉରକେଲା ପୌରପାଳିକାର ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ ଜେଲଦଣ୍ଡ ଭୋଗିବା ପାଇଁ ଅଦାଲତ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧାର ରାମନାଥ ଦାସ (୭୫)।

ରାମନାଥ ଦାସ ୧୯୯୯-୨୦୦୧ରେ ରାଉରକେଲା ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ଦିନ ମଜୁରିଆଙ୍କ ମାଷ୍ଟର ରୋଲ ଜାଲ କରିବା ପାଇଁ ଲାଞ୍ଚ ନେଇଥିଲେ। ଏହି ମାମଲାରେ ଆଇପିସି ଦଫା ୪୭୭-କ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରାଉରକେଲା ଭିଜିଲାନ୍ସ ୟୁନିଟର ପୂର୍ବତନ ଇନ୍ସପେକ୍ଟର ଆରକେ କାନୁନ୍‌ଗୋ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ। ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶ୍ୟାମ ସୁନ୍ଦର ମିଶ୍ର ଓ ଉଦିତ ବାଟୁଶର୍ମା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ସନ୍ଦୀପ ପଣ୍ଡା, ସହାୟକ ପି.ପି. (କ୍ୟାଡର) ଭିଜିଲାନ୍ସ ପକ୍ଷରୁ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା…

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦିଗପହଣ୍ଡି-ସାନଖେମୁଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଅଗ୍ରଗତି ସମୀକ୍ଷା

ଦିଗପହଣ୍ଡି, ୩୧।୭(ଅଶେଷ ନାଥ ମିଶ୍ର): ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଶୁକ୍ରବାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri