ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅଙ୍କ ପରଲୋକ

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅ ସମ୍ବିତ୍‌ ନନ୍ଦଙ୍କ ଶନିବାର ମଧ୍ୟାହ୍ନରେ ପରଲୋକ ଘଟିଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ସେ ଜଣେ ଯୁବ ସମାଜସେବୀ ଥିଲେ। ତାଙ୍କ ପରଲୋକ ଖବର ପାଇ ଢେଙ୍କାନାଳରେ ଶୋକର ଛାୟା ଖେଳିଯାଇଛି। ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଛି।
ଅନ୍ୟପକ୍ଷେ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ତାଙ୍କର ଜୀବନ ରକ୍ଷା ପାଇଁ ଟୁଇଟ୍‌ କରି ନିବେଦନ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ତାଙ୍କ ପୁଅଙ୍କ ଇସିଏମ୍‌ଓ ଚିକିତ୍ସା ଆବଶ୍ୟକ ହେଉଛି। କିନ୍ତୁ ଏହା ଉପଲବ୍ଧ ହୋଇପାରୁନାହିଁ। ଏହି ପୋଷ୍ଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ୟାଗ କରିଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ସମ୍ବିତ୍‌ଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏହା ସତ୍ତ୍ୱେ ୨୮ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏଣୁ ତାଙ୍କୁ ଚିକିତ୍ସା ଲାଗି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଆସନ୍ତା ୧୦ରେ କଳାହାଣ୍ଡି ଗସ୍ତ କରିବେ ମନମୋହନ ସାମଲ, ଆଗାମୀ ନିର୍ବାଚନକୁ ନେଇ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୧୦ ତାରିଖ ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି । ଉକ୍ତ ଦିନ ସେ…

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି…

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri