ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୧ ବର୍ଷ ଜେଲ୍‌

ମାଲେ,୨୬।୧୨: ମାଲଦ୍ୱୀପ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୟାମିନ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଅଭିଯୋଗରେ କୋର୍ଟ ୟାମିନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା କରିଛନ୍ତି।
ସରକାରଙ୍କ ମାଲିକାନାରେ ଥିବା ଏକ ଦ୍ୱୀପ ଲିଜ ବଦଳରେ ୟାମିନ ଲାଞ୍ଚ ଗ୍ରହଣ କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୟାମିନ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ମାଲଦ୍ୱୀପର ରାଷ୍ଟ୍ରପତି ଥିଲେ। ସେ ୨୦୧୮ରେ ନିର୍ବାଚନ ହାରିଥିଲେ। ତେବେ ୨୦୨୩ରେ ହେବାକୁ ଥିବା ନିର୍ବାଚନ ପାଇଁ ୟାମିନଙ୍କୁ ପ୍ରଗତିଶୀଳ ପାର୍ଟି ଅଫ ମାଲଦ୍ୱୀପ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ କରାଯାଇଥିଲା।
ପୂର୍ବରୁ ହୋଇଥିବା ଦୁର୍ନୀତି ମାମଲାରେ ତାଙ୍କୁ ୨୦୧୯ରେ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୯ରେ ୧ ମିଲିୟନ ଡଲାର ଅର୍ଥ ହଡପ କରିଥିବାରୁ ତାଙ୍କୁ ୫ ମିଲିୟନ ଡଲାର ଜୋରିମନା କରାଯାଇଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ, ୟାମିନଙ୍କୁ ୨୦୨୦ରେ ଗିରଫ କରାଯାଇଥିଲା ଏବଂ ମାସକ ପରେ ତାଙ୍କୁ ମୁକ୍ତ କରାଯାଇଥିଲା।
ତେବେ ଦୁଇ ବର୍ଷ ପରେ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରି କହିଛନ୍ତି, ପ୍ରମାଣରେ ତ୍ରୁଟି ରହିଛି ଏବଂ ବ୍ୟକ୍ତିଗତ ଲାଭ ପାଇଁ ୟାମିନ ସରକାରୀ ପାଣ୍ଠିରୁ ୧ ମିଲିୟନ ଡଲାର ଲୁଟି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନ୍ତା ଭାଇରସ୍‌ ସଂକ୍ରମଣରେ ଜଣେ ମୃତ

ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର...

ଆତଙ୍କବାଦୀ ଆକ୍ରମଣ: ୫୬ରୁ ଅଧିକଙ୍କ ମୃତ୍ୟୁ

ନିୟାମେ,୩।୧: ନାଇଜରରେ ଆତଙ୍କବାଦୀ ଆକ୍ରମଣରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି...

ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି: ଟିଟିପି ନୂଆ ସରକାର ଘୋଷଣା କଲା…

ଇସଲାମାବାଦ,୨।୧ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଏବେ ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ...

ଚାଇନା-ରୁଷିଆ ବିପଦ ମଧ୍ୟରେ ହ୍ବାଇଟ ହାଉସ ଘୋଷଣା କଲା ୨୦୨୩ର ଯୋଜନା…

ଓ୍ବାଶିଂଟନ,୪।୧ : ରୁଷିଆ ଏବଂ ଚାଇନା ବିପଦ ମଧ୍ୟରେ ଆମେରିକା ୨୦୨୩ ପାଇଁ କୂଟନୈତିକ ସ୍ଥିତି ସ୍ପଷ୍ଟ କରିଛି। ହ୍ବାଇଟ ହାଉସ କହିଛି ଯେ ଦୀର୍ଘ...

କିମ୍‌ ଜଙ୍ଗ୍‌ ପିନ୍ଧିଲେ ମାସ୍କ

ପ୍ୟୋଙ୍ଗୟାଙ୍ଗ,୧୩।୫: ପ୍ରଥମଥର ପାଇଁ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏକ ବୈଠକରେ ଯୋଗଦେବା ଅବସରରେ କିମ୍‌...

ଚେତାବନୀ ଦେଲା ଆମେରିକା

ନ୍ୟୁୟର୍କ,୯।୧: ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାକୁ ଆର୍ଥିକ ଭାବେ ଦୁର୍ବଳ କରିଦେବୁ ବୋଲି ଆମେରିକା...

ରୁଷିଆ-ୟୁକ୍ରେନ ମଧ୍ୟରେ ଇସ୍ରାଏଲ୍‌ କରିବ ମଧ୍ୟସ୍ଥତା

ଜେରୁଜେଲମ୍‌,୧୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ...

ବାୟୁରେ କରୋନାର ଆନୁବଂଶିକ ଉପାଦାନ

ବେଜିଂ,୨୮ା୪(ପି.ଟି.): କରୋନା ଭୂତାଣୁର ଆନୁବଂଶିକ ଉପାଦାନ ବାୟୁରେ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହି ଭୂତାଣୁ ଉପାଦାନରୁ ସଂକ୍ରମଣ ହେବ କି ନାହିଁ ତାହା ସ୍ପଷ୍ଟ...

Advertisement
Archives

Model This Week