Posted inଜାତୀୟ

ନୀତୀଶଙ୍କୁ ଝଟକା: ଜେଡିୟୁ ନେତା ଅଜୟ ଆଲୋକ ଭାଜପାରେ ସାମିଲ

ପାଟନା,୨୮।୪: ଜେଡିୟୁର ପୂର୍ବତନ ମୁଖପାତ୍ର ଅଜୟ ଆଲୋକ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ତାଙ୍କୁ ଭାଜପାର ସଦସ୍ୟତା ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ଅଜୟ ଆଲୋକ ଦୀର୍ଘ ଦିନ ଧରି ଜେଡିୟୁର ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତମ ନେତାଙ୍କ ମଧ୍ୟରେ ବିବେଚନା କରାଯାଉଥିଲା।

ଲାଲୁ ପ୍ରସାଦ ଯାଦବଙ୍କ ଆଦର୍ଶକୁ ବିରୋଧ କରୁଥିବା ଅଜୟ ଆଲୋକ ତାଙ୍କ ବିବୃତ୍ତି ସହିତ ଅନେକ ସମୟରେ ଆରଜେଡି ସୁପ୍ରିମୋ ଏବଂ ତାଙ୍କ ପରିବାର ଉପରେ ଟାର୍ଗେଟ କରିଆସୁଛନ୍ତି। ଅଗଷ୍ଟ ୨୦୨୨ରେ ଯେତେବେଳେ ନୀତୀଶ କୁମାର ଗଠବନ୍ଧନରେ ଯୋଗ ଦେଇଥିଲେ, ସେତେବେଳେ ଅଜୟ ଆଲୋକ କ୍ରୋଧିତ ଥିଲେ। ଆରସିପି ସିଂଙ୍କ ନିକଟତର ଥିବା ଦର୍ଶାଇ ଦଳ ତାଙ୍କୁ ଇସ୍ତଫା ମାଗିଥିଲା। ଏହି ସମୟରେ ଅଜୟ ଆଲୋକ ମଧ୍ୟ ଜେଡିୟୁରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭୟଙ୍କର ଅଗ୍ନିକାଣ୍ଡ, ଦିନମଜୁରିଆ ପରିବାରର ସର୍ବସ୍ବ ପୋଡ଼ି ପାଉଁଶ

ଧୂଷୁରୀ,୨୪।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଣ୍ଡିହି ପଞ୍ଚାୟତର ସଇଦଜାଫର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଦିନମଜୁରିଆ ପରିବାର ସର୍ବସ୍ବ ହରାଇଛନ୍ତି। ଗତ…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri