ହାତୀ ନ ଥାଇ ବାଜୁଛି ସାଇରନ୍‌

ଢେଙ୍କାନାଳ ଅଫିସ,୨୮।୪: ହାତୀଙ୍କ ଉପସ୍ଥିତି ନାହିଁ। ତଥାପି ମନକୁ ମନ ବାଜୁଛି ସାଇରନ୍‌। ହାତୀ ଥିବା ଭୟରେ ଯାନବାହନ, ଯାତ୍ରୀ ଅଯଥାରେ ଅଟକି ରହୁଛନ୍ତି, ଯାହାକୁ ନେଇ ଢେଙ୍କାନାଳ ଜିଲା ୫୫ନଂ. ଜାତୀୟ ରାଜପଥରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ୫୫ନଂ. ଜାତୀୟ ରାଜପଥର ଅଧିକାଂଶ ସ୍ଥାନରେ ହାତୀ ଚଳପ୍ରଚଳ କରୁଛନ୍ତି। ପଥଚାରୀ ଏବଂ ଯାନବାହନ ଚାଳକଙ୍କୁ ଏ ନେଇ ସତର୍କ କରାଇବା ଉଦ୍ଦେଶ୍ୟରେ ପାଲଲହଡ଼ାର ଏକ ଘରୋଇ ସଂସ୍ଥା ଦ୍ୱାରା ପ୍ରସ୍ତୁତ ସାଇରନ୍‌ ଏବଂ ସତର୍କ ସଙ୍କେତ ଦେଉଥିବା ଲାଇଟ୍‌ ସଦର ଥାନା ଅନ୍ତର୍ଗତ ତେନ୍ତୁଳିଆପଡା ନିକଟରେ ରାଜପଥ କଡ଼ରେ ଲଗାଯାଇଥିଲା। ହାତୀପଲ ରାଜପଥ ଉପରକୁ ଆସିଲେ ସାଇରନ୍‌ ଆପଣାଛାଏ ବାଜୁଥିଲା। ଏଥିସହ ନାଲିବତି ଜଳି ଉଠୁଥିଲା। ହେଲେ ଗୁରୁବାର ହାତୀଙ୍କ ଉପସ୍ଥିତି ନ ଥିବା ସତ୍ତ୍ୱେ ଉକ୍ତ ସାଇରନ୍‌ ଆପେଆପେ ବାଜିଉଠିବା ସହ ନାଲି ଲାଇଟ୍‌ ଜଳୁଥିବା ଦେଖିବାକୁ ମିଳିଥିଲା। ଫଳରେ ଯାନବାହନ ଚାଳକ ଭୟଭୀତ ହୋଇ ଗାଡ଼ି ଅଟକାଇ ଦେଉଥିଲେ। ଏଭଳି ବୈଷୟିକ ତ୍ରୁଟି ସମ୍ପର୍କରେ ବନ କର୍ମଚାରୀଙ୍କ ନିକଟରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁମିତ କର କୁହନ୍ତି, ବର୍ଷା ଯୋଗୁ ପାଣି ପଶିଯାଇଥିବାରୁ ଏଭଳି ସମସ୍ୟା ଉପୁଜି ଥାଇପାରେ। ଏ ନେଇ କୌଣସି ସୂଚନା ନାହିଁ। ତଥାପି କ’ଣ ହୋଇଛି ଅନୁଧ୍ୟାନ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri