Posted inଜାତୀୟ

ଏଏପିରେ ଯୋଗଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ

ନୂଆଦିଲ୍ଲୀ,୩୧।୧୨: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗ ଶୁକ୍ରବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ। ଅଞ୍ଜୁ ଏହା ପୂର୍ବରୁ ମଦନଗୀର ୱାର୍ଡରେ କଂଗ୍ରେସ ପକ୍ଷରୁ କାଉନ୍‌ସିଲର ରହିଥିଲେ । ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଅନୁପ୍ରଣିତ ହୋଇ ଏଏପ୍‌ରେ ଯୋଗ ଦେଇଥିବା ଅଞ୍ଜୁ କହିଛନ୍ତି।

ନଗରନିଗମ ନିର୍ବାଚନ ପୂର୍ବରୁ ସମାଜସେବୀ ଅଞ୍ଜୁ ସେହ୍ବାଗ ଦଳରେ ଯୋଗ ଦେବା ନିଶ୍ଚିତ ଭାବେ ଲାଭ ମିଳିବ ବୋଲି ଏଏପ୍‌ ପକ୍ଷରୁ କୁହାଯାଇଛି। ସେହ୍ବାଗଙ୍କ ୨ ଜଣ ବଡ ଭଉଣୀ ଥିବା ବେଳେ ବିନୋଦ ସାନ ଭାଇ ଅଛନ୍ତି।

ଅଞ୍ଜୁ ୨୦୧୨ରେ କଂଗ୍ରେସ ଟିକେଟରୁ ଦକ୍ଷିଣପୁର ଏକ୍ସଟେସନ ୱାର୍ଡରୁ କାଉନସିଲର ଭାବେ ନିର୍ବାଚନ ଲଢି ଭାଜପାର ଆରତୀ ଦେବୀଙ୍କୁ ୫୫୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସିଙ୍କ କ୍ଷମତାର ସାମ୍ବିଧାନିକ ବୈଧତା ଯାଞ୍ଚ ହେବ

ନୂଆଦିଲ୍ଲୀ,୨୫ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ...

ଚନ୍ଦ୍ରରେ ବିଜୟ ଓ ସୂର୍ଯ୍ୟ ନମସ୍କାର ପରେ ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସ-ରେ ପୋଲାରିମିଟର ସାଟେଲାଇଟ’

ବେଙ୍ଗାଲୁରୁ,୨।୯: ଚନ୍ଦ୍ରାୟାନ ୩ ଓ ଆଦିତ୍ୟ-ଏଲ୍‌୧ ପରେ ଇସ୍ରୋ ପରବର୍ତ୍ତୀ ମିଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାର ଇସ୍ରୋ ଦ୍ୱାରା ଆଦିତ୍ୟ-ଏଲ୍‌୧କୁ ସଫଳତାର ସହ...

ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୫।୩: ଜମ୍ମୁ -କଶ୍ମୀର ଅବନ୍ତିପୋରା ଜିଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ...

ଟିକେଟ ନ ମିଳିବାରୁ, ଏଏପି ନେତାଙ୍କ ହାଇ ଡ୍ରାମା

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଏଏପି) ପ୍ରାର୍ଥିଙ୍କ ଦ୍ୱିତୀୟ ତାଲିକା ଜାରି କରି ସାରିଛି । ଏହାସହ ଏଏପି...

ଟୁରିଷ୍ଟ ବସ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୫ ଜୀବନ

ଅମ୍ବାଲା,୨୭।୧୨: ହରିୟାଣାର ଅମ୍ବାଲା-ଦିଲ୍ଲୀ ରାଜପଥରେ ଥିବା ହେଲିଙ୍ଗ ଟଚ ହସ୍ପିଟାଲ ନିକଟରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୩ ଟା...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ

ନୂଆଦିଲ୍ଲୀ,୧୦।୭: କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଶେଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।...

ପିଓକେ ଭାରତର ଅଂଶ : ସେନା ମୁଖ୍ୟ

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର କହିଛନ୍ତି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଓ ଗିଲଗିଟ ବାଲତିସ୍ତାନ ଭାରତର ଅଂଶ। ଏହାକୁ ପାକିସ୍ତାନ ଆତଙ୍କବାଦୀ...

ଯୋଗ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍‌ଏସ୍‌): ଲକ୍‌ଡାଉନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଫିଟ୍‌ନେସ ରଖିବା ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅନେକ...

Advertisement
Archives

Model This Week