ମହଙ୍ଗା ପଡ଼ିଲା ପୂର୍ବତନ କର୍ପୋରେଟରଙ୍କୁ ହତ୍ୟା ଧମକ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୮ା୩: ବ୍ରହ୍ମପୁର ସହରରେ ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଓ ଜଣେ କର୍ପୋରେଟରଙ୍କୁ ହତ୍ୟା ଧମକ ଘଟଣାରେ ଗୋଷାଣୀନୂଆଗାଁ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରେମନଗର ଫର୍ଚ୍ୟୁନ ଶଙ୍କର ପ୍ୟାଲେସରେ ରହୁଥିବା ଶିବା ଓରଫ କୁମାର ଅଭିଷେକ ବେହେରା(୧୯), ବିଜିପୁର ଲକ୍ଷ୍ମୀସାହିରେ ରହୁଥିବା ସାଗର ପାତ୍ର(୨୯), ହାଉସିଂ ବୋର୍ଡ ବିମଳାନଗରରେ ରହୁଥିବା ଅରୁଣ ଓରଫ ସରୋଜ କୁମାର ବେହେରା, ଜଗନ୍ନାଥ ବିହାରରେ ରହୁଥିବା ସିତୁନ ସାହୁ(୨୧) ଓ ବାଲାଜୀପେଣ୍ଠ ସାହିରେ ରହୁଥିବା ସନ୍ତୁ ଓରଫ ସନ୍ତୋଷ କୁମାର ସାହୁ(୨୯)।

ଘଟଣାରେ ବ୍ୟବହୃତ ସ୍କୋଡା କାର୍‌ (ଓଆର୍‌ ୦୨ ବି ଡବ୍ଲ୍ୟୁ ୦୦୨୪)କୁ ପୋଲିସ ଶିବାଙ୍କଠାରୁ ଜବତ କରିଛି। ମାମଲା ନଂ. ୪୬/୨୨ରେ ଗିରଫ ଉପରୋକ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ପ୍ରେସ୍‌ ବିବୃତିରେ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ପରେ ଅଭିଯୁକ୍ତମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ କହିଛି।

ପ୍ରକାଶ ଯେ, ହାଉସିଂ ବୋର୍ଡ ବ୍ରିଟ୍‌ କଲୋନିରେ ରହୁଥିବା ବୀରେନ ପଟ୍ଟନାୟକ ବିଏମ୍‌ସିର ଜଣେ ପୂର୍ବତନ କର୍ପୋରେଟର ଥିବା ବେଳେ ସେ ଚଳିତ ଥର ୱାର୍ଡ ନମ୍ବର ୧୨ରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେହିପରି ତାଙ୍କ ସ୍ତ୍ରୀ ସସ୍ମିତା ଦାସ ଭାଜପାରୁ ଟିକେଟ ପାଇ ବିଏମ୍‌ସିର ୧୪ ନମ୍ବର ୱାର୍ଡର କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଉଭୟ ବୀରେନ ଓ ତାଙ୍କ ସ୍ତ୍ରୀ ଉକ୍ତ ନିର୍ବାଚନରେ ପରାଜିତ ହୋଇଥିଲେ। ଗତ ୨୬ତାରିଖ ବିଳମ୍ବିତ ରାତି ପ୍ରାୟ ୩ଟାରେ ଏକ କାର୍‌ ବୀରେନଙ୍କ ଘର ସମ୍ମୁଖରେ ପହଞ୍ଚିଥିଲା। ଗାଡ଼ି ଭିତରୁ ୭/୮ ଜଣ ଯୁବକ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ବୀରେନ ଓ ତାଙ୍କ ସ୍ତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା।

ଫଟୋ-ବିଏମ-୨୮-୭-ଗିରଫ ୫ ଅଭିଯୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri