ପୂର୍ବତନ କୁଳପତି ସଂଘମିତ୍ରା ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୧।୭(ବ୍ୟୁରୋ): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୧୯୫୩ ଏପ୍ରିଲ ୧ରେ ଜନ୍ମଗ୍ରହଣ କରିଥିବା ସଂଘମିତ୍ରା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ଓଡ଼ିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଭାପତି ମଧ୍ୟ ରହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ ଥିଲେ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରୁ ଅବସର ନେବା ପରେ ଶ୍ରୀ ଶ୍ରୀ ୟୁନିଭରସିଟିର ବିଜ୍ଞାନ ବିଭାଗରେ ସିନିୟର ପ୍ରଫେସର ତଥା ଡିନ୍‌ ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ି ପଡ଼ିଛି କ୍ରୀଡ଼ା ଭିତ୍ତିଭୂମି

ଅନୁଗୋଳ ଅଫିସ, ୩୧।୧୦ – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ହୋଇପାରୁନାହିଁ। ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା...

କରୋନା କାୟା: ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜଧାନୀରେ ରବିବାର ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି। ସେଥିରୁ...

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବଡ଼ ବଡ ସହରରେ ନିଃଶ୍ୱାସପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ଟିକେ ପାଇବା କଷ୍ଟକର ହୋଇ ପଡ଼ିଲାଣି। ହୁ ହୁ ହୋଇ...

କେନ୍ଦୁଝରରୁ ଉଦ୍ଧାର କଲା ପୋଲିସ: ବାଳସୁଧାର ଗୃହକୁ ନେବା ବେଳେ ନାବାଳକ ଫେରାର

କେନ୍ଦୁଝର/ରାଉରକେଲା ଅଫିସ,୧୩।୧୨(ସ୍ବ.ପ୍ର.):କେନ୍ଦୁଝରରୁ ରାଉରକେଲାସ୍ଥିତ ଜୁଭେନାଇଲ ହୋମକୁ ପଠାଯାଉଥିବା ୯ନାବାଳକଙ୍କ ମଧ୍ୟରୁ ଜଣେ ବସ୍‌ରୁ ଅଧାରାସ୍ତାରେ ଫେରାର ହୋଇଯାଇଥିଲେ। କୋହଳ ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ନିଆଯାଉଥିବା ବେଳେ...

କ୍ଷତିପୂରଣ ବନୀକରଣ: ୨୬,୫୦୦ ଏକରର ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍‌ଏଚ୍‌ବି)ର ହାଉସିଂ ଅଞ୍ଚଳରେ ପ୍ରାୟ ୪ ଦଶନ୍ଧି ଧରି...

୧ମଣ୍ଡପ, ୫ ଗେଷ୍ଟ ହାଉସ୍‌ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବିଏମ୍‌ସି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାସହ କଟକଣା ଲାଗୁକରିଛି। । ହୋଲ୍ଡିଂ ଟ୍ୟାକ୍ସ ନ...

ନାକଚଣା ଦ୍ୱାରରେ ତିନିରଥ

ପୁରୀ ଅଫିସ,୧୦।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ। ମଙ୍ଗଳବାର ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ...

ଧାନ ରୋଇବାକୁ ଯାଇ ଆଉ ଫେରିଲେନି

ବନ୍ତ,୧୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସେକ୍‌...

Advertisement
Archives

Model This Week