ସିଡନୀ,୧୯।୧:୨୦୧୫ରେ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱ ଚାମ୍ପିଅନ କରାଇଥିବା ମାଇକେଲ କ୍ଲାର୍କ ଏବେ ନିଜ ପ୍ରେମିକାଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରେମିକାଙ୍କ ସହ ତାଙ୍କର ସଂଘର୍ଷର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ କ୍ଲାର୍କଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ଜାଡେ ୟାରବ୍ରୋ ଚାପୁଡ଼ା ସହ ମାରପିଟ କରୁଥିବା ଦେଖିବାପକୁ ମିଳିଛି।
କ୍ଲାର୍କ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟରେ ଥିବା ରାସ୍ତାରେ ଏହି ହାଇ ଭୋଲଟେଜ ଡ୍ରାମା ହୋଇଥିଲା। କ୍ଲାର୍କ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ରାସ୍ତାରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ୟାରବ୍ରୋ କ୍ଲାର୍କଙ୍କୁ ଚାପୁଡ଼ା ମାରିଥିଲେ। ୟାରବ୍ରୋ-କ୍ଲାର୍କଙ୍କ ଝଗଡାର ଭିଡିଓ ଭାଇରାଲ ହେବାରେ ଲାଗିଛି।
Michael Clarke and Karl Stefanovic fighting over cheating claims 🤡 pic.twitter.com/OB8u2C6ZMt
— Clown Wars Down Under 🤡 (@clowndownunder) January 18, 2023

