Posted inଜାତୀୟ

ପୂର୍ବତନ ସେନା ଅଧିକାରୀ ଗିରଫ

ମିରଟ୍‌, ୯ା୧: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ସୌରଭ ଶର୍ମାଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲାରୁ ଗିରଫ କରାଯାଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ସହ ଜଡିତ ସୂଚନା ସେ ଲିକ୍‌ କରୁଥିଲେ ବୋଲି ଅଭିଯୋଗ ରହିଛି। ଏହି କାମ ପାଇଁ ଆଇଏସ୍‌ଆଇ ତାଙ୍କ ସ୍ତ୍ରୀ ପୂଜା ଶର୍ମାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ବୋଲି ଜଣାପଡିଛି। ଗତ ନଭେମ୍ବରରେ ମିଲିଟାରୀ ଇଣ୍ଟେଲିଜେନ୍ସ ଶର୍ମାଙ୍କ ଏହି କାର୍ଯ୍ୟରେ ସମ୍ପୃକ୍ତି ଥିବା ନେଇ ସୂଚନା ପାଇଥିଲା। ଡିସେମ୍ବର ଆରମ୍ଭରେ ୟୁପି ଆଣ୍ଟି ଟେରରିଜିମ୍‌ ସ୍କ୍ବାଡ (ଏଟିଏସ୍‌)କୁ ତଥ୍ୟ ମିଳିବା ପରେ ପରେ ମିଳିତ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ୨୦୧୩ ରେ ସେନାରେ ଯୋଗ ଦେଇଥିଲେ। ପୂର୍ବରୁ ମଧ୍ୟ ଏଟିଏସ୍‌ ତାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲା। ହେଲେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଶର୍ମା ୨୦୧୪ରେ ଫେସ୍‌ବୁକ୍‌ ଯୋଗେ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ରହିଥିଲେ। ମହିଳା ଜଣକ ନିଜକୁ ଡିଫେନ୍ସ ଜର୍ନାଲିଷ୍ଟ ବୋଲି କହିଥିଲେ। ୨୦୧୬ରେ ଟଙ୍କା ବଦଳରେ ସେ ସମ୍ପଅକ୍ତା ପାକିସ୍ତାନୀ ଏଜେଣ୍ଟଙ୍କୁ ଭାରତର ଆଭ୍ୟନ୍ତରୀଣ ତଥ୍ୟ ଦେଇଥିଲେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ଆଗରେ ମାନିଛନ୍ତି। ଅଭିଯୁକ୍ତଙ୍କ ମୋବାଇଲରୁ ମଧ୍ୟ ଏ ସଂକ୍ରାନ୍ତରେ ଅନେକ ପ୍ରମାଣ ମିଳିଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଛି। ଜୁନ୍‌ ୨୦୨୦ରେ ଶର୍ମା ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ଶାରଦୀୟ ଷୋଳପୂଜାର ତୃତୀୟ ଦିନ: ଚନ୍ଦ୍ରଘଣ୍ଟା ବେଶରେ ଦେଲେ ମା’ ବନଦୁର୍ଗା

ନିରାକାରପୁର,୫।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ପାର୍ବଣର ଷୋଳପୂଜା ଆରମ୍ଭ ହୋଇଯାଇଛି। ସୋମବାର ପୂଜାର…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

୮ ତାରିଖ ଚକା ବନ୍ଦ ପାଳନକୁ ମିଳିଲା ବଡ଼ ସମର୍ଥନ 

ସୁନାବେଡ଼ା, ୫।୧୦(କୃତ୍ତିବାସ ପ୍ରଧାନ): ଚଳିତ ମାସ ୮ ତାରିଖରେ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?