ଫରେଷ୍ଟ କମିଶନ ଗଠନ ଦାବି ନେଇ ଏକାଠି ହେଲେ ବନ କର୍ମଚାରୀ

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ବ୍ରହ୍ମପୁର ଜୋନ୍‌ ପକ୍ଷରୁ ରବିବାର ଭଞ୍ଜନଗର ଲାଲସିଂ ନର୍ସରୀ ପରିସରରେ ଏକ ବୈଠକ ହୋଇଥିଲା। ସଭା ପ୍ରାରମ୍ଭରେ ଶିକାରୀ ମାନକ ଗୁଳିରେ ନିହତ ହୋଇଥିବା ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ବୈଠକରେ ଦାବି ହୋଇଥିଲା। ଏଥିସହ ସରକାର ତୁରନ୍ତ ଫରେଷ୍ଟ କମିଶନ ଗଠନ କରନ୍ତୁ। ପୋଲିସ ଭଳି ବନ କର୍ମଚାରୀଙ୍କୁ ମଧ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ବୈଠକରେ ଦାବି ହୋଇଥିଲା। ଉକ୍ତ ୩ ଦଫା ଦାବି ନେଇ ଆସନ୍ତା ୯ ତାରିଖରେ ସଂଘ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଏହାପରେ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ୍ୟାଚ ପିନ୍ଧି ଆନ୍ଦୋଳନ କରିବେ। ୨୧ ତାରିଖ ସୁଦ୍ଧା ସରକାର ଦାବିଗୁଡ଼ିକୁ ପୂରଣ ନ କଲେ ୨୨ ତାରିଖରୁ ସଙ୍ଘର ସମସ୍ତ ସଭ୍ୟା ସଭ୍ୟ ସମୂହ ଛୁଟିରେ ଯାଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ସମୟରେ ଆନ୍ଦୋଳନ ପ୍ରତ୍ୟାହାର ସମୟରେ ରାଜ୍ୟ କର୍ମକର୍ତ୍ତା ଏବଂ ବନଖଣ୍ଡ କର୍ମକର୍ତ୍ତା ମଧ୍ୟରେ ସମନ୍ବୟ ରହୁନାହିଁ। ଏଥିସହ କେତେକ ସ୍ଥାନରେ ବନଖଣ୍ଡ କର୍ମକର୍ତ୍ତା ଓ ସଭ୍ୟା ସଭ୍ୟଙ୍କ ମଧ୍ୟରେ ମଧ୍ୟ ସମନ୍ବୟ ରହୁନାହିଁ। ଫଳରେ ବିଗତ ଦିନରେ ଅନେକ ଆନ୍ଦୋଳନ ସଫଳ ହେଉନାହିଁ। କିନ୍ତୁ ଆଗାମୀ ଦିନରେ ହେଉଥିବା ଆନ୍ଦୋଳନ କିଭଳି ସଫଳ ହେବ ସେଥିପାଇଁ ସମସ୍ତ କର୍ମକର୍ତ୍ତା ସମସ୍ତ ଭେଦଭାବ ଭୁଲି ଆନ୍ଦୋଳନ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ରାଜ୍ୟ ସହ ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ ରତ୍ନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଦୋଳନ କିଭଳି ସଫଳ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ବୈଠକରେ ଜୋନ ସଭାପତି ଅନୁପ କୁମାର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଜୋନ୍‌ର ଉପ ସଭାପତି ଶୁଶାନ୍ତ କୁମାର ସାହୁ, ଜୋନ କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ରାୟ, ଜୋନ ସମ୍ପାଦକ ଅମରେଶ ଦାସ, ବ୍ରହ୍ମପୁର ବନଖଣ୍ଡ ସଭାପତି ଅବିନାଶ ଚୌଧୁରୀ, ପାରଳାଖେମୁଣ୍ଡି ସଭାପତି ଦେବାଶିଷ ଶତପଥୀ, ଦକ୍ଷୀଣ ଘୁମୁସର ବନଖଣ୍ଡ ସଭାପତି ସୁଶାନ୍ତ ବିଷୋୟୀ, ବାଲିଗୁଡ଼ା ବନଖଣ୍ଡ ସମ୍ପାଦକ ସନ୍ତୋଷ ସେନାପତି, ବରିଷ୍ଠ କର୍ମକର୍ତ୍ତା ଶରତ କୁମାର ମହାନ୍ତି, ଭଞ୍ଜନଗର ବନଖଣ୍ଡ ସଭାପତି ସନ୍ତୋଷ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀ, ଜିତେନ୍ଦ୍ର କୁମାର ସେଠୀ, ଅଭିମନ୍ୟୁ ମଳିକ, ସୁଶୀଲ ରାଉତ, କୋଷାଧ୍ୟକ୍ଷ ଶୁଭସ୍ମିତା ପାତ୍ର, ଦକ୍ଷିଣ ବନଖଣ୍ଡର ପଲ୍ଲବୀ ନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?