ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ନୈରାଶ୍ୟଜନକ

ଯାଜପୁର,୭ା୧୧(ହର୍ଷବର୍ଦ୍ଧନ ବେହେରା): ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ୨୦୦୮ରୁ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ଜଙ୍ଗଲ ଉପରେ ନିର୍ଭରଶୀଳ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଓ ଗୋଷ୍ଠୀ ଅଧିକାର ପ୍ରଦାନ କରାଯାଇଛି। ଏହିକ୍ରମରେ ଯାଜପୁର ଜିଲାରେ ୩୫୨ ଗ୍ରାମକୁ ଜଙ୍ଗଲ ସ୍ବୀକୃତି ଆଇନରେ ପରିସରଭୁକ୍ତ କରାଯାଇଛି। କିନ୍ତୁ ଏହି ଆଇନରେ ବିକାଶ ପ୍ରକ୍ରିୟାର ସଫଳତା ଯେତିକି ସମ୍ଭାବନା ରହିଛି, ସେତିକି ହାସଲ କରାଯାଇ ପାରିନାହିଁ। ଜିଲାର ଦାନଗଦି, ସୁକିନ୍ଦା, କୋରେଇ ଓ ବଡଚଣା ବ୍ଲକ ଅଞ୍ଚଳରେ ପ୍ରାୟ ୮ ହଜାର ପରିବାର ଏହି ଆଇନରେ ଜମି ପଟ୍ଟା ପାଇଥିବା ସୂଚନା ମିଳିଛି। ହେଲେ ସେହି ବନବାସୀମାନଙ୍କ ମଧ୍ୟରୁ ୫୦%ଙ୍କୁ ବି ବିଭିନ୍ନ ଆବାସ ଯୋଜନାରେ ସାମିଲ କରାଯାଇ ପାରି ନ ଥିବା ଜଣାପଡ଼ିଛି। ଏହାବାଦ୍‌ ଜଙ୍ଗଲ ଗ୍ରାମ ଏବଂ ସର୍ବେକ୍ଷଣ ହୋଇ ନ ଥିବା ଜନବସତିଗୁଡ଼ିକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରିବା ନୈରାଶ୍ୟଜନକ ରହିଛି ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ତେଣୁ ଜିଲାରେ ଜଙ୍ଗଲ ଅଧିକାର ସ୍ବୀକୃତିର ସମସ୍ତ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଯେଉଁ କେତେକ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ସହ ଘର ନିର୍ମାଣ କରାଯାଇଛି, ତାହା ଅତି ନିମ୍ନମାନର ବୋଲି ଲୋକାୟୁକ୍ତରେ ମାମଲା ବିଚାରାଧୀନ ରହିଛି।
ବନବାସୀ ଓ ଆଦିବାସୀ ନିଜ ଭିଟାମାଟିର ଅଧିକାର ପାଇବା ସହ ବିଭିନ୍ନ ଆବାସ ଯୋଜନାରେ ସାମିଲ ହୋଇପାରିବେ ବୋଲି ଜଙ୍ଗଲ ଅଧିକାର ଆଇନରେ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହି ଆଇନ କାର୍ଯ୍ୟକାରୀ କରାଯିବାର ୧୫ ବର୍ଷ ବିତିଗଲାଣି, ହେଲେ ଯାଜପୁରରେ ଏହା କଛପ ଗତିରେ ଚାଲିଛି। ବିଶେଷକରି ଏହି ଆଇନ ଅନ୍ତର୍ଗତ ଉପଯୁକ୍ତ ହିତାଧିକାରୀଙ୍କୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ବିଜୁ ପକ୍କାଘର ଆଦି ଆବାସ ଯୋଜନାରେ ପ୍ରାୟ ୧୦ ପ୍ରତିଶତ ହିତାଧିକାରୀଙ୍କୁ ସାମିଲ କରାଯାଇପାରିଛି। ଏହି ଆଇନ ମାଧ୍ୟମରେ ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ମାଙ୍କଡିଆ ସମ୍ପ୍ରଦାୟର ୮୭ ପରିବାରବର୍ଗଙ୍କୁ ଜମି ଯୋଗାଇ ଗୃହ ନିର୍ମାଣ ବାବଦକୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ଡିଏମଏଫ୍‌ରୁ ମଞ୍ଜୁର ହୋଇଛି। ସେଥିରୁ ୨୦୨୧-୨୨ ସୁଦ୍ଧା ୨ କୋଟି ୮୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ସେଥିରୁ ୨ କୋଟି ୮୧ ଲକ୍ଷ ୧୯ ହଜାର ୯୨୯ ଟଙ୍କା ଖର୍ଚ୍ଚ ହୋଇସାରିଛି। ହେଲେ ଏଯାଏ ସମ୍ପୃକ୍ତ ଆଦିବାସୀଙ୍କ ପକ୍କା ଘରେ ରହିବା ସ୍ବପ୍ନ ଅଧୁରା ରହିଛି। ଏପରିକି ଠିକାଦାର ସିଂହଭାଗ ଅର୍ଥ ଚଳୁ କରି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଭାବେ ଗୋଷ୍ଠୀ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଉପରେ ଅଧିକାରକୁ ସ୍ବୀକୃତି ଦେବା କ୍ଷେତ୍ରରେ ଯାଜପୁର ବହୁତ ପଛୁଆ ରହିଛି। ତେଣୁ ଆଦିବାସୀମାନଙ୍କ ଜୀବିକା ଅର୍ଜନ ଭିତ୍ତିକୁ ସୁଦୃଢ କରିବା ତଥା ସେମାନଙ୍କ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ମୋ ଜଙ୍ଗଲ ଜମି ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ସମସ୍ତ ଯୋଗ୍ୟ ଦାବିଦାରମାନଙ୍କ ଜୀବିକା ଏବଂ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି। ଏହିସବୁ ପ୍ରକ୍ରିୟା ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ନିର୍ଦ୍ଦେଶ ରହିଛି। ଏଥିରେ ଜଙ୍ଗଲ ଅଧିକାର କମିଟି ଗଠନ, ସ୍ବତନ୍ତ୍ର ଗ୍ରାମସଭା, ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ସମ୍ବଳ ଅଧିକାର ଏବଂ ସେଗୁଡ଼ିକର ପ୍ରମାଣପତ୍ର ସଂଗ୍ରହ, ପଡୋଶୀ ଗ୍ରାମର ଜଙ୍ଗଲ ଅଧିକାର କମିଟିଗୁଡ଼ିକ ସହ ଯୁଗ୍ମ ବୈଠକ, ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଦାବିଗୁଡ଼ିକର ମିଳିତ ଯାଞ୍ଚ ପ୍ରକ୍ରିୟା, ଚୂଡ଼ାନ୍ତ ଗ୍ରାମସଭା, ଉପଖଣ୍ଡସ୍ତରୀୟ ଜଙ୍ଗଲ ଅଧିକାର କମିଟିରେ ଦାବି ଦାଖଲ ଇତ୍ୟାଦି ରହିଛି। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାରୁ ଏଯାବତ୍‌ ପ୍ରାୟ ୧୧ ହଜାର ଆବେଦନ ମିଳିଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଜିଲାର ସମସ୍ତ ଗ୍ରାମରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri