ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ନୈରାଶ୍ୟଜନକ

ଯାଜପୁର,୭ା୧୧(ହର୍ଷବର୍ଦ୍ଧନ ବେହେରା): ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ୨୦୦୮ରୁ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ଜଙ୍ଗଲ ଉପରେ ନିର୍ଭରଶୀଳ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଓ ଗୋଷ୍ଠୀ ଅଧିକାର ପ୍ରଦାନ କରାଯାଇଛି। ଏହିକ୍ରମରେ ଯାଜପୁର ଜିଲାରେ ୩୫୨ ଗ୍ରାମକୁ ଜଙ୍ଗଲ ସ୍ବୀକୃତି ଆଇନରେ ପରିସରଭୁକ୍ତ କରାଯାଇଛି। କିନ୍ତୁ ଏହି ଆଇନରେ ବିକାଶ ପ୍ରକ୍ରିୟାର ସଫଳତା ଯେତିକି ସମ୍ଭାବନା ରହିଛି, ସେତିକି ହାସଲ କରାଯାଇ ପାରିନାହିଁ। ଜିଲାର ଦାନଗଦି, ସୁକିନ୍ଦା, କୋରେଇ ଓ ବଡଚଣା ବ୍ଲକ ଅଞ୍ଚଳରେ ପ୍ରାୟ ୮ ହଜାର ପରିବାର ଏହି ଆଇନରେ ଜମି ପଟ୍ଟା ପାଇଥିବା ସୂଚନା ମିଳିଛି। ହେଲେ ସେହି ବନବାସୀମାନଙ୍କ ମଧ୍ୟରୁ ୫୦%ଙ୍କୁ ବି ବିଭିନ୍ନ ଆବାସ ଯୋଜନାରେ ସାମିଲ କରାଯାଇ ପାରି ନ ଥିବା ଜଣାପଡ଼ିଛି। ଏହାବାଦ୍‌ ଜଙ୍ଗଲ ଗ୍ରାମ ଏବଂ ସର୍ବେକ୍ଷଣ ହୋଇ ନ ଥିବା ଜନବସତିଗୁଡ଼ିକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରିବା ନୈରାଶ୍ୟଜନକ ରହିଛି ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ତେଣୁ ଜିଲାରେ ଜଙ୍ଗଲ ଅଧିକାର ସ୍ବୀକୃତିର ସମସ୍ତ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଯେଉଁ କେତେକ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ସହ ଘର ନିର୍ମାଣ କରାଯାଇଛି, ତାହା ଅତି ନିମ୍ନମାନର ବୋଲି ଲୋକାୟୁକ୍ତରେ ମାମଲା ବିଚାରାଧୀନ ରହିଛି।
ବନବାସୀ ଓ ଆଦିବାସୀ ନିଜ ଭିଟାମାଟିର ଅଧିକାର ପାଇବା ସହ ବିଭିନ୍ନ ଆବାସ ଯୋଜନାରେ ସାମିଲ ହୋଇପାରିବେ ବୋଲି ଜଙ୍ଗଲ ଅଧିକାର ଆଇନରେ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହି ଆଇନ କାର୍ଯ୍ୟକାରୀ କରାଯିବାର ୧୫ ବର୍ଷ ବିତିଗଲାଣି, ହେଲେ ଯାଜପୁରରେ ଏହା କଛପ ଗତିରେ ଚାଲିଛି। ବିଶେଷକରି ଏହି ଆଇନ ଅନ୍ତର୍ଗତ ଉପଯୁକ୍ତ ହିତାଧିକାରୀଙ୍କୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ବିଜୁ ପକ୍କାଘର ଆଦି ଆବାସ ଯୋଜନାରେ ପ୍ରାୟ ୧୦ ପ୍ରତିଶତ ହିତାଧିକାରୀଙ୍କୁ ସାମିଲ କରାଯାଇପାରିଛି। ଏହି ଆଇନ ମାଧ୍ୟମରେ ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ମାଙ୍କଡିଆ ସମ୍ପ୍ରଦାୟର ୮୭ ପରିବାରବର୍ଗଙ୍କୁ ଜମି ଯୋଗାଇ ଗୃହ ନିର୍ମାଣ ବାବଦକୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ଡିଏମଏଫ୍‌ରୁ ମଞ୍ଜୁର ହୋଇଛି। ସେଥିରୁ ୨୦୨୧-୨୨ ସୁଦ୍ଧା ୨ କୋଟି ୮୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ସେଥିରୁ ୨ କୋଟି ୮୧ ଲକ୍ଷ ୧୯ ହଜାର ୯୨୯ ଟଙ୍କା ଖର୍ଚ୍ଚ ହୋଇସାରିଛି। ହେଲେ ଏଯାଏ ସମ୍ପୃକ୍ତ ଆଦିବାସୀଙ୍କ ପକ୍କା ଘରେ ରହିବା ସ୍ବପ୍ନ ଅଧୁରା ରହିଛି। ଏପରିକି ଠିକାଦାର ସିଂହଭାଗ ଅର୍ଥ ଚଳୁ କରି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଭାବେ ଗୋଷ୍ଠୀ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଉପରେ ଅଧିକାରକୁ ସ୍ବୀକୃତି ଦେବା କ୍ଷେତ୍ରରେ ଯାଜପୁର ବହୁତ ପଛୁଆ ରହିଛି। ତେଣୁ ଆଦିବାସୀମାନଙ୍କ ଜୀବିକା ଅର୍ଜନ ଭିତ୍ତିକୁ ସୁଦୃଢ କରିବା ତଥା ସେମାନଙ୍କ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ମୋ ଜଙ୍ଗଲ ଜମି ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ସମସ୍ତ ଯୋଗ୍ୟ ଦାବିଦାରମାନଙ୍କ ଜୀବିକା ଏବଂ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି। ଏହିସବୁ ପ୍ରକ୍ରିୟା ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ନିର୍ଦ୍ଦେଶ ରହିଛି। ଏଥିରେ ଜଙ୍ଗଲ ଅଧିକାର କମିଟି ଗଠନ, ସ୍ବତନ୍ତ୍ର ଗ୍ରାମସଭା, ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ସମ୍ବଳ ଅଧିକାର ଏବଂ ସେଗୁଡ଼ିକର ପ୍ରମାଣପତ୍ର ସଂଗ୍ରହ, ପଡୋଶୀ ଗ୍ରାମର ଜଙ୍ଗଲ ଅଧିକାର କମିଟିଗୁଡ଼ିକ ସହ ଯୁଗ୍ମ ବୈଠକ, ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଦାବିଗୁଡ଼ିକର ମିଳିତ ଯାଞ୍ଚ ପ୍ରକ୍ରିୟା, ଚୂଡ଼ାନ୍ତ ଗ୍ରାମସଭା, ଉପଖଣ୍ଡସ୍ତରୀୟ ଜଙ୍ଗଲ ଅଧିକାର କମିଟିରେ ଦାବି ଦାଖଲ ଇତ୍ୟାଦି ରହିଛି। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାରୁ ଏଯାବତ୍‌ ପ୍ରାୟ ୧୧ ହଜାର ଆବେଦନ ମିଳିଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଜିଲାର ସମସ୍ତ ଗ୍ରାମରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?