ନିଆଁ ବଳୟରେ ନୟାଗଡ଼ ବନଖଣ୍ଡ ଜଙ୍ଗଲ

ନୟାଗଡ଼ ଅଫିସ,୧୮ା୩(ଲୋକନାଥ ମିଶ୍ର): ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନୟାଗଡ଼ ବନଖଣ୍ଡରେ ମନୁଷ୍ୟକୃତ ନିଆଁର ଭୟାବହତା ଚିନ୍ତାର କାରଣ ପାଲଟିଛି। ଜଙ୍ଗଲରେ ନିଆଁକୁ ରୋକିବାକୁ ବନବିଭାଗର ପଦକ୍ଷେପ କାଟୁ କରୁନି । ଚଳିତ ବର୍ଷ ପଞ୍ଚରିଡା ରେଞ୍ଜର ଖତିଆ, ଦଶପଲ୍ଲା ରେଞ୍ଜର ଚଢ଼େୟାପଲ୍ଲୀ, ପୋଖରୀଗୋଛା, ପୋଲରା, ବାଣିଗୋଛା, ନସହର, ମହିପୁର ରେଞ୍ଜର ରତାଦେଇ, ପାଲଭା, ରଗଡିମଡା, ଖଣ୍ଡପଡା ରେଞ୍ଜର ସାପୁଆ, ମଇଁଷୀବିନ୍ଧା, ଓଡ଼ଗାଁ ରେଞ୍ଜର ଗୋଛା, ଗୟଳିସିଂହ ଆଦି ଜଙ୍ଗଲରେ ନିଆଁ ଲାଗିସାରିଲାଣିି । ଜଙ୍ଗଲ ନିଆଁକୁ ଲିଭାଇବାରେ ସହଯୋଗ କରୁଛି କାଳବୈଶାଖୀ ବର୍ଷା । ବର୍ଷ ନ ଥିଲେ ନୟାଗଡ଼ ବନଖଣ୍ଡର ଅଧିକାଂଶ ଜଙ୍ଗଲ ପୋଡି ପାଉଁଶ ହୋଇ ସାରନ୍ତାଣି । ଅନ୍ୟପକ୍ଷେ ଜଙ୍ଗଲରେ ନିଆଁ ଲାଗିଲେ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଉଛନ୍ତି। ହେଲେ ଅଧିକାଂଶ ସ୍ଥାନରେ ଅଭିଯୋଗ ଆସୁଛି ବିଳମ୍ବରେ ବନବିଭାଗର କର୍ମଚାରୀ ପହଞ୍ଚୁଛନ୍ତି । ବନବିଭାଗର ଅବହେଳା ଯୋଗୁ ବନାଗ୍ନି ଜଙ୍ଗଲର କ୍ଷୟକ୍ଷତି ବଢ଼ାଇ ଚାଲିଛି। ବନବିଭାଗର କର୍ମଚାରୀ ଓ ଅମାନିଆ ନିଆଁ ଲଗାଳି ମାନସିକତାରେ ପରିବର୍ତ୍ତନ ନ ଆଣିଲେ ଭାଷଣବାଜିରେ ସଚେତନତା ରହିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲା, ରେଞ୍ଜ, ସେକ୍ସନ, ବିଟ୍‌ସ୍ତରରେ ସଭା କରାଯାଇ ଅଗ୍ନି ନିୟନ୍ତ୍ରଣ ପରିଚାଳକ ଖସଡା ପ୍ରସ୍ତୁତ କରାଯିବ। ଫଳରେ ନିଆଁର ଭୟାବହତା ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଯିବ। ପ୍ରତି ରେଞ୍ଜର ଜଙ୍ଗଲିଆ ଅଞ୍ଚଳରେ ୮୦ କିମି ଫାୟାର ଲାଇନ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଅଧିକାଂଶ ଜଙ୍ଗଲରେ ଫାୟାର ଲାଇନ ଠିକ୍‌ ଭାବେ କଟା ଯାଉ ନ ଥିବାର ଅଭିଯୋଗ ଉଠିଛି । ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ସାରିବା ପରେ ଫାୟାର ଲାଇନ କଟାଯାଉଥିବା ଅଭିଯୋଗ ରହିଛି । ପୁଣି ଜଙ୍ଗଲରେ ନିଆଁ ଲିଭାଇବାରେ ସହଯୋଗ କରିବାକୁ ଗୋଟିଏ ରେଞ୍ଜ ପିଛା ୫ଟି ସ୍ବୟଂ ସହାୟିକା ଗୋଷ୍ଠୀ ଓ ୧୦ଟି ବନ ସଂରକ୍ଷଣ ସମିତି(ଭିଏସଏସ)କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ଅନୁଦାନ ଆସିଛି । ହେଲେ ଅନୁଦାନର ଖର୍ଚ୍ଚ ଉପରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ପ୍ରତି ରେଞ୍ଜରେ ଏକ ୧୦ ଜଣିଆ ନିଆଁ ଲିଭାଳି ଦଳ ନିୟୋଜିତ ହୋଇଛନ୍ତି। ଏମାନଙ୍କ ପାଇଁ ବୋଲେରୋ ନିଆଁ ଲିଭା ଉପକରଣ ଯୋଗାଇ ଦିଆଯାଇଛି। ହେଲେ ନିଆଁ ଲାଗିଲେ ଲିଭାଳି ଦଳ ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି । ସେହିପରି ଜଙ୍ଗଲ ନିଆଁର ସଚେତନତା ପାଇଁ ପ୍ରତି ରେଞ୍ଜରେ ୨୦ ହଜାର ଟଙ୍କା ସାଂସ୍କୃତିକ କାର୍ଯ୍ୟକ୍ରମରେ ଖର୍ଚ୍ଚ ପାଇଁ ଆସିଛି ।
ପାଟ୍ରୋଲିଂ ଲୋକ ଦେଖାଣିଆ
ଜଙ୍ଗଲରେ ନିଆଁ ଲାଗିଲେ ଗାଁ ମୁହାଁ ହୁଅନ୍ତି ବନ୍ୟ ପ୍ରାଣୀ । ଏଣୁ ଶିକାରୀ ଜଙ୍ଗଲରେ ନିଆଁ ଲଗାଇ ଶିକାର ଅପେକ୍ଷାରେ ଲୁଚି ରହି ଶିକାର କରେ । ସେହିପରି ଅଙ୍ଗାର ପାଇଁ ଜଙ୍ଗଲରେ ନିଆଁ ଲାଗୁଛି। ମହୁଲ ସଂଗ୍ରହ ଓ କେନ୍ଦୁପୁତ୍ର ସଂଗ୍ରହ ବେଳେ ନିଆଁ ଲଗା ଯାଇଥାଏ । ପୁଣି ଜଙ୍ଗଲରେ ଭୋଜି କରିବା ସମୟରେ ନିଆଁ ଲିଭା ଯାଇ ନ ଥାଏ । ଅନ୍ୟପକ୍ଷେ ବିଡି, ସିଗାରେଟରୁ ନିଆଁ ନ ଲିଭାଇ ଜଙ୍ଗଲ ଭିତରକୁ ଫୋପାଡି ଦେବା ଦ୍ୱାରା ନିଆଁ ଲାଗେ।  ଆଉ କେତେଜଣ ଲୋକ ମଜା ଦେଖିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି । ତେବେ ମନୁଷ୍ୟକୃତ ନିଆଁର ବିଭିନ୍ନ ରୂପ ଥିବାବେଳେ ଏହାକୁ ଧରପଗଡ଼ ପାଇଁ ବନବିଭାଗର ପଦକ୍ଷେପ ଓ ପାଟ୍ରୋଲିଂ ଉପରେ ଉଠିଛି ପ୍ରଶ୍ନ। ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ କ୍ଷେତ୍ର ବନ କର୍ମଚାରୀମାନେ ୨ ଚକିଆ ଯାନରେ ଓ ପାଦରେ ଚାଲି ଚାଲି ଜଙ୍ଗଲରେ ତଦାରଖ କରୁଥିବା କହୁଛନ୍ତି । ହେଲେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଧରି ପାରୁ ନାହାନ୍ତି । ଏନେଇ ପରିବେଶବିତ୍‌ ଗଛ ସାର ଅନ୍ତର୍ଯ୍ୟାମୀ ସାହୁ ଓ ବିଭୂ ପ୍ରସାଦ ଦାଶ ସାହୁ କୁହନ୍ତି, ମନୁଷ୍ୟକୃତ ନିଆଁକୁ ଧରପଗଡ଼ କରିବାକୁ ସ୍ଥାନୀୟ ଲୋକଙ୍କ ସହଯୋଗ ନେବା ସହ ପୁରସ୍କାର ରାଶି ଘୋଷଣା କରାଯିବା ଦରକାର । ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କୁହନ୍ତି, ମନୁଷ୍ୟକୃତ ନିଆଁକୁ ରୋକିବା ପାଇଁ ବନବିଭାଗ ସଚେନତନା ସୃଷ୍ଟି କରିବା ସହ ଏହାର ଭୟାବହତା ନେଇ ବାରମ୍ବାର ସଚେତନତା, ପ୍ରଚାର ପ୍ରସାର କରାଯାଉଛି। ଜଙ୍ଗଲରେ ନିଆଁ ଲାଗିବାର ଦେଖିଲେ କଣ୍ଟ୍ରୋଲ ରୁମକୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି। ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଦେଖିଲେ ବନବିଭାଗକୁ ଖବର ଦିଅନ୍ତୁ ବୋଲି କହିଛନ୍ତି। ନିଆଁ ଲାଗିଥିବା ସ୍ଥାନକୁ ପରିଦର୍ଶନ କରି ତା’ର କାରଣ, ଉତ୍ସ ଓ ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?