ପୁଣି ଓଡ଼ିଶାମୁହାଁ ଛତିଶଗଡ଼ ହାତୀପଲ

ରାଇଘର, ୬।୧(ଡି.ଏନ୍‌.ଏ.): ଛତିଶଗଡ଼ରୁ ପୁଣି ହାତୀପଲ ଓଡ଼ିଶାମୁହାଁ ହୋଇଛନ୍ତି। ସେମାନଙ୍କୁ ରୋକିବାକୁ ରାଇଘର ବନ ବିଭାଗ ପ୍ରୟାସ ଚଳାଇଛି। ବନ ବିଭାଗ କର୍ମଚାରୀ ଲୋକଙ୍କୁ ସଚେତନ କରିବା ସହ ହାତୀମାନେ ଯେପରି ଓଡ଼ିଶା ସୀମାରେ ନ ପଶିବେ, ସେଥିଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସନ୍ଧ୍ୟାରେ ବାଣ ଫୁଟାଇ, ବାଜା ବଜାଇ ଏବଂ ମଶାଲ ଜାଳି ବନ କର୍ମଚାରୀ ଜଗୁଛନ୍ତି। ନବରଙ୍ଗପୁର ଜିଲା ରାଇଘର ବ୍ଲକ ଛତିଶଗଡ଼ ସୀମାନ୍ତ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଓ କାଣ୍ଡେତରା ଗ୍ରାମରେ କିଛି ଦିନ ପୂର୍ବରୁ ହାତୀପଲ ଧାନ ଓ ମକା ଫସଲ ନଷ୍ଟ କରିଥିଲେ। ଏବେ ପୁଣି ଓଡ଼ିଶାମୁହାଁ ହେଉଥିବା ଖବରପାଇ ଅଞ୍ଚଳବାସୀ ଚିନ୍ତାରେ ରାଇଘର, ଉମରକୋଟ ଓ ନବରଙ୍ଗପୁର ବନବିଭାଗର ୩୦ଜଣ କର୍ମଚାରୀ ଉକ୍ତ ଗ୍ରାମ ନିକଟରେ ଜଗି ରହିଛନ୍ତି। ଗାଁ ଗାଁ ବୁଲି ବୈଠକ କରି ଲୋକଙ୍କୁ ସଚେତନ କରାଯାଉଛି ବୋଲି ରାଇଘର ଭାରପ୍ରାପ୍ତ ଅଧିକାରୀ ତନୁଜା କାର୍ତ୍ତିକ କହିଛନ୍ତି। ଏହି ଟିମ୍‌ରେ ରାଇଘର ବନପାଳ ବିପିନ୍‌ କୁମାର, କୁନ୍ଦେଇ ବନପାଳ ପ୍ରଫୁଲ୍ଲ ମାଝି, ଗୋନା ବନପାଳ ହର ମାଝି, କୋଡ଼ିଙ୍ଗା ବନପାଳ ରାମ ଯାନିଙ୍କ ସମେତ ସମସ୍ତ ବନ କର୍ମଚାରୀ ଯାଉଥିବା ପ୍ରକାଶ କରିଛନ୍ତି l ସୂଚନାନୁଯାୟୀ, ଛତିଶଗଡ଼ ଗରିଆବନ୍ଧ ଜିଲାର ସାଲେଭାଟ୍ଟା ସଂରକ୍ଷିତ ଜଙ୍ଗଲରୁ ଆସିଥିବା ହାତୀପଲ ମଧ୍ୟରୁ ଏକ ମାଈ ହାତୀ ଓଡ଼ିଶା ସୀମାରୁ ୨/୩ କି.ମି. ଦୂରରେ ଛୁଆ ଜନ୍ମ ଦେଇଛି। ତେଣୁ ହାତୀପଲ ଛୁଆଟିକୁ ସେଠାରେ ଜଗି ରହିଛନ୍ତି। ହାତୀପଲରେ ୧୫ରୁ ଅଧିକ ହାତୀ ଥିବାରୁ ଆମେ ଭୟଭୀତ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶିତ: ସୁଶ୍ରୀ ସୁଭସ୍ମିତା ବେଷ୍ଟ ଗ୍ରାଜୁଏଟ୍‌

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ବହୁ ବାଦବିବାଦ ପରେ ଶେଷରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୟୁଜି ଓ ପିଜି ବର୍ଗର...

କେନ୍ଦ୍ରୀୟ ଡେପୁଟେଶନରେ ଗଲେ ସନ୍ତୋଷ ଷଡ଼ଙ୍ଗୀ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ୧୯୯୪ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ତଥା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର...

ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ବର,୨୬।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ମଙ୍ଗଳବାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ...

ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଲୁଟ୍‌ : ହୋଲସେଲରଙ୍କ ଦୋକାନରେ ଚଢ଼ାଉ

ବଲାଙ୍ଗୀର ଅଫିସ/ସଇଁତଲା,୧୪ା୫(ଡି.ଏନ୍‌.ଏ.)-କରୋନା ମହାମାରୀ ସମୟରେ ପ୍ରତ୍ୟେକ ମଣିଷ ଅନ୍ୟକୁ ସହୃଦୟତା ଦେଖାଇବାକୁ ଅନୁରୋଧ କରୁଥିଲେ ମଧ୍ୟ କେତେକ ବ୍ୟବସାୟୀ ଖାଉଟୀଙ୍କୁ ଲୁଟ୍‌ କରିବାକୁ ପଛାଉ ନାହାନ୍ତି...

ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ: ଜିଲାପାଳଙ୍କ ଅଫିସ ଘେରାଉ କଲେ ଚାଷୀ

ନୂଆପଡା ଅଫିସ,୩ା୭: ନୂଆପଡା ଜିଲାରେ ରବି ଧାନକିଣାରେ ଅଚଳାବସ୍ଥା ଲାଗିରହିଛି । ଚାଷୀମାନେ ବାରମ୍ବାର ବ୍ଲକରୁ ଜିଲା ଅଫିସ ଦୌଡି ନୟାନ୍ତ ହେବା ପରେ ଜିଲାପାଳଙ୍କ...

ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆ ହୋଇ ପରିବା କିଣିବାକୁ ପରାମର୍ଶ

ପାଟପୁର,୨୬।୩(ଡି.ଏନ୍‌.ଏ.): ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌...

ମା’ ଭଳି ମାତୃଭାଷାକୁ ଆଦର କର

ବ୍ରହ୍ମପୁର ଅଫିସ୍‌,୧୬ା୭-ଦିନ ଥିଲା, ବ୍ରହ୍ମପୁର ସହରସ୍ଥିତ ବିଦ୍ୟାଳୟଗୁଡ଼ିକରେ ପ୍ରଥମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରୀଛାତ୍ର ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିଲେ । ହେଲେ...

କାର୍ଯ୍ୟକ୍ଷମ ହୋଇପାରୁନି ଉଠାଜଳସେଚନ ପଏଣ୍ଟ

ବାସୁଦେବପୁର, ୨୬।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଚଳିତ ଖରିଫ ଋତୁରେ ଚାଷକାର୍ଯ୍ୟ ପ୍ରାରମ୍ଭ ତଳି ପକାଇବାଠାରୁ ଆରମ୍ଭ...

Advertisement
Archives

Model This Week