ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ୭ଫୁଟ ମାଟି ତଳୁ ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ କେସିଙ୍ଗା, ଭବାନୀପାଟଣାର ମିଳିତ ଉଦ୍ୟମରେ ଜେସିବି ଲଗାଇ ବୁଧବାର ଉଦ୍ଧାର କରାଯାଇଛି। ଏଠାରେ ବିଶେଷ ସୂଚନା ଯେ
କନ୍ଧମାଳ ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ମୃତ ହାତୀ ଚଳିତ ମାସ ୫ରେ ନିଖୋଜ ଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ଧରିଥିଲା। କଳାହାଣ୍ଡି କେସିଙ୍ଗା ତହଁସିର ଗ୍ରାମ ନିକଟରେ ଥୁବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ୭ଫୁଟ ତଳେ ଫୋତା ଯାଇଥିଲା କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବନ ବିଭାଗ ଜାଣିବାରୁ ଜେସବି ଦ୍ୱାରା ମୃତଦେହ ୭ ଫୁଟ ମାଟି ତଳୁ ଖଣ୍ଡବିଖଣ୍ଡିତ ହାଡ଼ ଉଦ୍ଧାର କରାଯାଇଛି। କେସିଙ୍ଗା ଓ ଭବାନୀପାଟଣା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ବୁଧବାର ରାତି ଯାଏ ଶବ ବ୍ୟବଛେଦ କରାଯାଇଥିବାର ଜଣାପଡ଼ିଛି। ଘଟଣା ସ୍ଥଳକୁ କୌଣସି ଗଣମାଧ୍ୟମକୁ ଛଡା ଯାଇ ନ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ,
ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର ହେଉଛି କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ। ତାଙ୍କ ଗ୍ରାମ ନିକଟରୁ ମିଳିଲା କନ୍ଧମାଳ ରୁ ନିଖୋଜ ଥୁବା ମୃତ ହାତୀର ଦେହାବଶେଷ।
ହାତୀ ପୋତା ହୋଇଥିବା ସ୍ଥାନ ଜଣା ପଡିବା ପରେ ଏହି ଅପରେଶନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖା ଯାଇଥିଲା । ପରେ ବନ ବିଭାଗ ପକ୍ଷରୁ ଗ୍ରୀନ ବେରିକେଟ କରି ଘୋଡାଇ ଦେଇଥିଲେ। କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞ ମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ। ଏମିତି କି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଫୋଟୋ ଉଠାଇବାକୁ ମଧ୍ୟ ମନା କରାଯାଇ ଥିଲା। ବାଲିଗୁଡା ଡି. ଏଫ. ଓ. ଙ୍କ ନେତୃତ୍ୱରେ ଏହି ଅପରେଶନ ହୋଇଥିଲା। କଳାହାଣ୍ଡି ଉତ୍ତର ବନଖଣ୍ଡ ଡି. ଏଫ .ଓ .କନ୍ଧମାଳ ଜିଲାର ଅପରେସନ ହେଉଛି ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାରୁ ଆସିଥିବା ବନ ବିଭାଗ ଅଧିକାରୀମାନେ ସୂଚନା ଦେବା ପାଇଁ ମନା କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେବଡ଼ ସମ୍ବେଦନଶୀଳ ଘଟଣାରେ ଅପରେଶନ ବେଳେ ରାତି ହୋଇଥିଲେ ବି ମୋବାଇଲ ଲାଇଟରେ କିପରି ବ୍ୟବଚ୍ଛେଦ କରିଥିଲେ? ଆରମ୍ଭରୁ ଏହି ଘଟଣାରେ ବନ ବିଭାଗର ତଦନ୍ତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାରେ ସଂଶ୍ଳିଷ୍ଟ ଥବା ରେଞ୍ଜର ବିନୟ ବିଶଙ୍କୁ ନିଲମ୍ବିତ କରିଥିବାବେଳେ ତାଙ୍କ ଗାଁ ନିକଟରୁ ମିଳିଛି ମୃତ ହାତୀର ଖଣ୍ଡ ବିଖଣ୍ଡିତ ଦେହାବଶେଷ।
ଏ ସଂକ୍ରାନ୍ତରେ କେସିଙ୍ଗା ରେଞ୍ଜର ସ୍ନିଗ୍ଧାରାଣୀ ବଳିୟାର ସିଂ ଙ୍କୁ ପଚାରିବାରୁ ଡ଼ି ଏଫ ଓ ପ୍ରେସ ମିଟ ଦ୍ୱାରା ସୂଚନା ଦେବେ ବୋଲି ପ୍ରକାଶ କରିଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri