ହେନ୍ତାଳ ବନ ସୁରକ୍ଷା ଚିନ୍ତାରେ ବନ ବିଭାଗ

ବ୍ରହ୍ମପୁର,୧୮।୯(ଅଶୋକ କୁମାର ସାହୁ): ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷୟକ୍ଷତିକୁ ପ୍ରଶମିତ କରିବା ପାଇଁ ବନ ବିଭାଗ ନଜର ରଖିଛି। ଏଥିପାଇଁ ସମୁଦ୍ର ଉପକୂଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ନୂଆ ତରିକା ଆପଣେଇଛି। ଗତ ୨ମାସ ତଳେ ରାଜ୍ୟରେ ପ୍ରଥମ କରି ଏଥିପାଇଁ ରୋପଣ କରାଯାଇଥିବା ହେନ୍ତାଳ ଚାରା ବଡ ହୋଇଛି। ଏହାକୁ ନେଇ ଫିସ୍‌ବୋନ (ମାଛକଣ୍ଟା) ପ୍ରଣାଳୀରେ ଗଞ୍ଜାମ ଜିଲାର ୪ ବ୍ଲକରେ ରୋପଣ ପ୍ରକ୍ରିୟା ସରିଛି।

ଏହାର ସୁରକ୍ଷା ପାଇଁ ଧ୍ୟାନ ଦିଆଯାଉଛି ବୋଲି ଟ୍ବିଟରରେ ସୋମବାର ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର କହିଛନ୍ତି। ସେ କହିଛନ୍ତି, ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ସବୁବେଳେ ବାତ୍ୟା ଓ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି। ସମୁଦ୍ର କୂଳ ଲଂଘୁଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକର ଋଷିକୁଲ୍ୟା ନଦୀ ମୁହାଣ ତଥା ପୁରୁଣାବନ୍ଧ ଅଞ୍ଚଳରେ ୬ ଏକର ଜମିରେ ୧୫ ହଜାର ହେନ୍ତାଳ ଚାରା ରୋପଣ କରାଯାଇଥିଲା। ସେହି ଚାରା ଏବେ ବଡ ହୋଇଛି। ଚିକିଟି, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ, ଗଞ୍ଜାମର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରୋପଣ କରାଯାଇଛି। ୟୁଏନଡିପି ପାଣ୍ଠି ଜରିଆରେ ଏନହାନ୍ସିଂ କ୍ଲାଇମେଟ ରିସାଇଲେନ୍ସ ଅଫ ଇଣ୍ଡିଆସ କୋଷ୍ଟାଲ କମୁନିଟି (ଏକ୍ରିକ) ପ୍ରକଳ୍ପ ଏହି କାର୍ଯ୍ୟ ହାତକୁ ନେଇଛି।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଦ୍ୱାରା ୪ ବ୍ଲକର ୩୩ ପଞ୍ଚାୟତର ସମୁଦ୍ର ଉପକୂଳରେ ରହୁଥିବା ମାଛଧରା ସମ୍ପ୍ରଦାୟ ଲାଭବାନ ହେବେ। କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଜଳ ପରିଚାଳନା ବିଭାଗ ପକ୍ଷରୁ ଏହାର ସଫଳତା ପାଇଁ ସହଯୋଗ ରହିଛି। ତେବେ ଏହି ପ୍ରକଳ୍ପର ନୋଡାଲ ଅଫିସର ଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଜୁଲାଇ ମାସରେ ଯେଉଁ ପରିକଳ୍ପନା କରାଯାଇଥିଲା ତାହା ସଫଳ ହୋଇଛି।

ବନ ବିଭାଗ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏଭଳି ଜଙ୍ଗଲ ସୃଷ୍ଟି କରି ନିଜ ପରିସୀମା ବୃଦ୍ଧି କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଛି। ତେବେ ଖାଲି ଚାରା ବଢ଼ିଗଲେ ହେବନାହିଁ। ତାହାର ରୋପଣ ପ୍ରଣାଳୀ ଯଦି ଠିକ ହେବ ତାହା ସମସ୍ତଙ୍କ ପାଇଁ ଫଳପ୍ରଦ ହେବ। ତେଣୁ ମାଛକଣ୍ଟା ପ୍ରଣାଳୀରେ ତାହାକୁ ରୋପଣ କରାଯାଇଛି, ଯାହାକି ରାଜ୍ୟରେ ପ୍ରଥମ। ତେବେ ଏହାର ସୁରକ୍ଷା କେବଳ ବନବିଭାଗର ନୁହେଁ, ସମସ୍ତଙ୍କର ହେବା ଉଚିତ ବୋଲି ବନଖଣ୍ଡ ଅଧିକାରୀ ଖୋଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?