ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି:  ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକରାପଡ଼ା (ଗାନ୍ଧୀପଡ଼ା) ଛକରେ ଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ଟିକରାପଡ଼ା ଓ ସାଲେପଦର ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଏବଂ ଗ୍ରାମବାସୀମାନେ ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ପ୍ରାୟ ପାଞ୍ଚ ବର୍ଷ ଧରି ମୁଖ୍ୟ ସଡ଼କ କଡ଼ରେ ଉକ୍ତ ବିଦେଶୀ ମଦ ଦୋକାନ ଚାଲିଆସୁଛି। ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର, ମହିଳା, ଯୁବତୀ ଏବଂ ସାଧାରଣ ଲୋକ ଯାତାୟାତ କରୁଥିବା ବେଳେ ଦୋକାନ ନିକଟରେ ମଦ୍ୟପଙ୍କ ଭିଡ଼ ଜମୁଥିବାରୁ ଅସୁରକ୍ଷିତ ପରିବେଶ ସୃଷ୍ଟି ହେଉଛି। ମଦ୍ୟପମାନେ ପ୍ରାୟତଃ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାରୁ ମହିଳା ଓ ଯୁବତୀମାନେ ଏହି ରାସ୍ତାରେ ଯାତାୟାତ ସମୟରେ ଲଜ୍ଜିତ ଓ ଅସୁରକ୍ଷିତ ଅନୁଭବ କରୁଥିବା ଦାବି କରିଛନ୍ତି।

ଏହାଛଡ଼ା ମଦ ଦୋକାନ ନିକଟରେ ଶ୍ରୀ ସିଦ୍ଧେଶ୍ୱର ବାବା ମନ୍ଦିର, ତାରିଣୀ ମନ୍ଦିର, ହନୁମାନ ମନ୍ଦିର, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଏକ ସାଧାରଣ ନଳକୂପ ଥିବାରୁ ପ୍ରତିଦିନ ବହୁ ସଂଖ୍ୟକ ମହିଳା, ଶିଶୁ ଓ ଶ୍ରଦ୍ଧାଳୁ ସେହି ସ୍ଥାନକୁ ଆସିଥାନ୍ତି। ଏପରି ସମ୍ବେଦନଶୀଳ ସ୍ଥାନରେ ମଦ ଦୋକାନ ରହିବା ଫଳରେ ସାମାଜିକ ପରିବେଶ ନଷ୍ଟ ହେଉଥିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜନସ୍ୱାର୍ଥ ଦୃଷ୍ଟିରୁ ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମହିଳାମାନେ ଦୃଢ଼ ଦାବି ଜଣାଇଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଏହି ଅବସରରେ ଗ୍ରାମର ‘ମା ସୁରେଶ୍ୱରୀ’ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ମାଳତୀ ମେହେର, ସମ୍ପାଦିକା କୁମୁଦିନୀ ମେହେରଙ୍କ ସମେତ ବିଜୁଳି ମେହେର, ନାମିତା ମେହେର, ପ୍ରମିଳା ଭୁଏଁ, ଉର୍ମିଳା ମେହେର, ଶକୁନ୍ତଳା ଦାସ, କୌଶଲ୍ୟା ମେହେର, ମନ୍ଦୋଦରୀ ମେହେର ପ୍ରମୁଖଙ୍କ ସହ ଶତାଧିକ ମହିଳା ଓ ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

ଦାବିପତ୍ର ଗ୍ରହଣ କରି ଜିଳାପାଳ ନୃପରାଜ ସାହୁ ଘଟଣାର ଗୁରୁତ୍ୱକୁ ବିଚାର କରି ତିନି ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ଗ୍ରାମବାସୀ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

India Playing XI: ୨ଟି ପରିବର୍ତ୍ତନ, ତଥାପି ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ନାହିଁ…

ନୂଆଦିଲ୍ଲୀ,୨୮।୬: ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଏବଂ…

ସାବଧାନ! ୭୩୦ରୁ କମିଲେ ସିବିଲ ସ୍କୋର, ମିଳିବନି ଗାଡ଼ି କି ଘର ପାଇଁ ଋଣ; ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍‌

ନୂଆଦିଲ୍ଲୀ, ୨୮।୬: ଆଜିକାଲିର ସମୟରେ ଲୋନ୍‌ (ଋଣ) ନେବା ମଧ୍ୟ ଏକ ବେଶ କଷ୍ଟକର ପ୍ରକ୍ରିୟା ପାଲଟିବାରେ ଲାଗିଛି। ଆସନ୍ତା ବର୍ଷଗୁଡ଼ିକରେ ଘର କିଣିବା, ନୂଆ କାର୍‌…

ବର୍ଷା-ପବନ ହେଲେ ୫–୬ ଘଣ୍ଟା ବିଦ୍ୟୁତ ବିଭ୍ରାଟ: ହନ୍ତସନ୍ତ ୧୦ ହଜାରରୁ ଅଧିକ ଉପଭୋକ୍ତା

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ମୁର୍ଷୁଣ୍ଢୀ ଓ ସୁବଳୟା ଗ୍ରିଡ୍‌ର ଦୀର୍ଘ ଫିଡର୍ ଯୋଗୁଁ…

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ହାର୍ଦ୍ଦିକ ପାଣ୍ଡ୍ୟା? ଭାଇରାଲ ହେଲା ମାହିକା ଶର୍ମାଙ୍କ ସହ ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ନିଜ ଗର୍ଲଫ୍ରେଣ୍ଡ ମହିକା ଶର୍ମାଙ୍କୁ ବିବାହ କରିଛନ୍ତି? ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସାମ୍ନାକୁ ଆସିବା ପରଠାରୁ…

ବୋହୂର ପନିକି ଆକ୍ରମଣରେ ଶାଶୁ ଲହୁଲୁହାଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ, ୨୮।୬ (ପ୍ରଦୀପ ଦାସ): ପାରିବାରିକ କଳହକୁ କେନ୍ଦ୍ର କରି ବୋହୂର ପନିକି ଆକ୍ରମଣରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର…

ବୋମା ମାଡ଼ ମଧ୍ୟରେ ହର୍ମୁଜ ପ୍ରଣାଳୀ ଚିରି ବାହାରିଗଲା ଭାରତୀୟ ଜାହାଜ, ଧାନ ବୁଣା ପୂର୍ବରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮।୬: ହର୍ମୁଜ ପ୍ରଣାଳୀରେ ବଢୁଥିବା ଉତ୍ତେଜନା ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ମଧ୍ୟରେ, ଭାରତୀୟ ଚାଷୀଙ୍କ ପାଇଁ ଏକ ସ୍ବାଗତଯୋଗ୍ୟ ଖବର ଅଛି। ଇରାନ ଦ୍ୱାରା…

ଭାଜପାରେ ସାମିଲ ହେବେ କି ମହୁଆ? ଚମକାଇଲା ଭଳି ଜବାବ ଦେଲେ ଟିଏମସି ସାଂସଦ

କୋଲକାତା,୨୮।୬: ପଶ୍ଚିମବଙ୍ଗ ରାଜନୀତିରେ ଆଜିକାଲି ବେଶ୍‌ ହଲଚଲ ଦେଖିବାକୁ ମିଳୁଛି। ବିଧାନସଭା ନିର୍ବାଚନ ପରେ ଟିଏମସି (TMC) ରେ ବଡ଼ ଧରଣର ବିଭାଜନ ହେବାର ଖବର ସାମ୍ନାକୁ…

ମୁଣ୍ଡ ନୁଆଁଇଲା ଶେହବାଜ ସରକାର, ପାକିସ୍ତାନର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି

ଇସଲାମାବାଦ,୨୮।୬: ପାକିସ୍ତାନରେ ଗଣମାଧ୍ୟମ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ସରକାର ଦେଶର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲଗୁଡ଼ିକ ମଧ୍ୟରୁ ଗୋଟିଏ, ଜିଓ ନ୍ୟୁଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri