ଜବରଦଖଲ ଉଚ୍ଛେଦ, ୧୦ ଏକର ଜମିରେ ଏନ୍‌ଏସି ପୋତିଲା ଲାଲଝଣ୍ଡା

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧୀନ ବସ୍‌ଷ୍ଟାଣ୍ଡ ନିକଟ ଜାତୀୟ ରାଜପଥକୁ ଲାଗି ରହିଥିବା ୧୦ ଏକର ଜମି ଜବରଦଖଲମୁକ୍ତ ହୋଇଛି। ଦୀର୍ଘ ୩୦ ବର୍ଷ ଧରି କୁର୍ଲୁପଡା ଗ୍ରାମର କେତେକ ବ୍ୟକ୍ତି ସମ୍ପୃକ୍ତ ଜମିକୁ ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିଲେ। ଫଳରେ ସମ୍ପୃକ୍ତ ଜମିରେ ଏନ୍‌ଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସମସ୍ୟା ଦେଖାଦେଉଥିଲା।

ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରିଣୀ କିରଣ ବେହେରାଙ୍କ ପ୍ରଚେଷ୍ଟାରେ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ୧୦ ଏକର ଜମିକୁ ଜବରଦଖଲ ଉଚ୍ଛେଦ କରି ଏନ୍‌ଏସି ନିଜ ଅଧୀନକୁ ଆଣିଛି। ଏହି କାର୍ଯ୍ୟରେ ସହରବାସୀଙ୍କ ସହ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଆର୍‌ଆଇ ବଗର୍ତ୍ତୀ ବାବୁ ଓ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ସହ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।

ଜବରଦଖଲମୁକ୍ତ ଏହି ୧୦ ଏକର ଜମିର ଚଉହଦିରେ ଏନ୍‌ଏସି ପକ୍ଷରୁ ଲାଲଝଣ୍ଡା ଫୋତା ଯାଇଛି। ଜବରଦଖଲ ଉଚ୍ଛେଦ ପରେ ଉକ୍ତ ଜମିରେ କଲ୍ୟାଣ ମଣ୍ଡପ, ଟ୍ରକ ଟର୍ମିନାଲ, ବାସହୀନମାନଙ୍କ ପାଇଁ ଆଶ୍ରୟ ସ୍ଥଳ, ପାର୍କ ଓ ଦୋକାନ ଗୃହ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ଏନ୍‌ଏସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନ୍‌ଏସିର ଏହି କାର୍ଯ୍ୟକୁ କେସିଙ୍ଗା ସହରବାସୀଙ୍କ ସହ ବୁଦ୍ଧିଜୀବୀ ମହଲ ପକ୍ଷରୁ ପ୍ରଶଂସା କରାଯାଇଛି।

ଏ ସଂକ୍ରାନ୍ତରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କୁ ପଚାରିବାରୁ କୁର୍ଲୁପଡା ଗ୍ରାମର କେତେକ ଆଦିବାସୀ ସମ୍ପ୍ରଦାୟର ଲୋକେ ସରକାରୀ ଜମିକୁ ଦୀର୍ଘ ୩୦ ବର୍ଷ ହେଲା ଜବରଦଖଲ କରି ରଖିଥିଲେ। ଫଳରେ ଏନ୍‌ଏସି ପକ୍ଷରୁ ଏଥିରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁଥିଲା। ସମ୍ପୃକ୍ତ ଜମିରେ ଏଣିକି ଉନ୍ନୟନମୂଳକ କାର୍ଯ୍ୟ କରାଯିବା ପାଇଁ ଆଉ ସମସ୍ୟା ରହିବ ନାହିଁ ବୋଲି ଯାଦବ ପ୍ରକାଶ କିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ, ଏସଏଚ୍‌ଜି ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ବିଜେଡି ନିର୍ବାଚନୀ ଇସ୍ତାହାର : ଯୁବତୀଯୁବକଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, ମାଗଣା ବିଜୁଳି ସହ BSKY କାର୍ଡକୁ ନେଇ ହେଲା ବଡ଼ ଘୋଷଣା

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri