ଶ୍ରୀଜଗନ୍ନାଥ ଜମିରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୬।୫(ବ୍ୟୁରୋ): କୋରଡକଣ୍ଟାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହୋଇଛି। ମୋଟ ଦେଢ଼ ଏକର ପରିମିତ ଜମିକୁ ୨ଟି ପର୍ଯ୍ୟାୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ କରାଯାଇଛି। କିଛିଦିନ ତଳେ ସେଠାରୁ ପ୍ରାୟ ଏକର ଜମିରୁ ଜବରଦଖଲ ହଟିଥିଲା। ସମୟ ଅଭାବରୁ ବାକି ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇ ପାରି ନ ଥିଲା। ଗୁରୁବାର ଉକ୍ତ ବଳକା ଜମିରେ ଥିବା ଜବରଦଖଲକୁ ହଟାଯାଇଛି। ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ କ୍ଲବ ଘର, ଦୋକାନ, ହୋଟେଲ ଆଦି ନିର୍ମାଣ କରାଯାଇଥିଲା। କିଛି ଅସାମାଜିକ ଯୁବକ ସେଠାରେ ନିୟମିତ ଆଡ୍ଡା ଜମାଇବା ସହ ଏହି ଜମିକୁ ନିଜ ଅକ୍ତିଆରରେ ରଖି ଭଡ଼ା ଆଦାୟ କରୁଥିଲେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ଉପପ୍ରଶାସକ (ରାଜସ୍ବ) ବିଡିଏକୁ ଚିଠି ଲେଖି ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ କହିଥିଲେ। ଏହାପରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କ୍ବାଡ୍‌ ଉକ୍ତ ଜମିକୁ ଜବରଦଖଲମୁକ୍ତ କରିଛି। ଉଚ୍ଛେଦରେ ୮ଟି ଆଜବେଷ୍ଟସ ସେଡ/ଦୋକାନ, ଗୋଟିଏ ଶୌଚାଳୟ, ଗୋଟିଏ ଲୁହାଗେଟ, ପ୍ରାୟ ୨୦୦ଫୁଟ ଲମ୍ବର ପାଚେରି ଏବଂ ୧୦୦ଫୁଟ ଲମ୍ବର ବାଉଁଶ ନିର୍ମିତ ସେଡ ଭଙ୍ଗାଯାଇଥିଲା। ଗୁରୁବାର ପ୍ରାୟ ୦.୫୦ ଡିସିମିଲ ଜମି ଜବରଦଖଲମୁକ୍ତ ହୋଇଥିଲା। ତେବେ ଏଠାରେ ଥିବା କ୍ଲବ ଘରର କିଛି ଅଂଶ ଭଙ୍ଗାଯାଉଥିବାବେଳେ ବର୍ଷା ଯୋଗୁ ଆଉ ଉଚ୍ଛେଦ ନ କରି ବିଡିଏ ସ୍କ୍ବାଡ୍‌ ଫେରିଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ବିଡିଏର ଯୁଗ୍ମ କମିଶନର (ଏନ୍‌ଫୋର୍ସମେଣ୍ଟ) ଶ୍ୱେତ କୁମାର ଦାଶ, ବିଡିଏ ଲିଆଇଶନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ପୁରୀ ମନ୍ଦିର ଅଫିସର ମନ୍ମଥ କୁମାର ମିଶ୍ରଙ୍କ ସହ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନା ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ସୋରରେ ଚାଲିଛି ପୋଟଳ କାମ

ପୁରୀ ଅଫିସ, ୨୯ା୬: ଜୁଲାଇ ୪ରେ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥକାମ। ଗୁରୁବାର ତୃତୀୟ ଭୂଇଁ କାଠ ଉଠି ବଡ଼ ଥାଳି...

ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ: ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସାମାଜିକ ଦୂରତ୍ୱ,...

କେନ୍ଦୁଝର ଆସିବେ କେନ୍ଦ୍ରମନ୍ତ୍ରୀ

କେନ୍ଦୁଝର,୨୭ା୭(ସ୍ବ.ପ୍ର.): ଗୁରୁବାର କେନ୍ଦୁଝର ଅଭିମୁଖେ ୩ ଦିନିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏହି ଅବସରରେ କେନ୍ଦୁଝର ଜିଲା ଭାଜପା...

ଦଳୀୟ ପାର୍ଥିନୀଙ୍କ ସହ ପ୍ରଚାରରେ ବାହାରିଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୪।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ...

ବାଜ୍ୟାପ୍ତି ହେବ ରାଜାଙ୍କ ବହୁ କୋଟି ଟଙ୍କାର ବେଆଇନ ସମ୍ପତ୍ତି: ଇଣ୍ଟରନ୍ୟାଶନାଲ ଲିଙ୍କ୍‌ ନେଇ ମିଳିଲା ପ୍ରମାଣ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଧୂଳିସାତ୍‌ ହେବ ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କୁ ୭ ଦିନିଆ ରିମାଣ୍ଡରେ...

ହାତୀପଲ ଖାଇଗଲେ ରାଶନ

ଢେଙ୍କାନାଳ ଅଫିସ, ୧୯।୭-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ପଲରେ ୧୬ ହାତୀ ଉପଦ୍ରବ ସୃଷ୍ଟି କରିଛନ୍ତି। ହାତୀଙ୍କ...

ଶିକ୍ଷା ପାଇଁ ଶୋଇବା ସମୟ କମୁଛି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ଓଡ଼ିଶା ଅଭିବାଭକ ମହାସଂଘ ପକ୍ଷରୁ ‘ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଶିଶୁ ସ୍ବାସ୍ଥ୍ୟ’ ଶୀର୍ଷକ କର୍ମଶାଳା ଶୁକ୍ରବାର ଇମେଜ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି।...

ଜୁନ୍‌ରେ ରାଜ୍ୟରେ ହେବ ଅଧିକ ବର୍ଷା

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଚଳିତ ବର୍ଷ ଜୁନ ମାସରେ ରାଜ୍ୟରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଇଏମ୍‌ଡ...

Advertisement
Archives

Model This Week