Posted inଜାତୀୟ

‘ସ୍ତ୍ରୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ’

ମୁମ୍ବାଇ,୧୩।୮: ବିବାହ ପରେ ସ୍ତ୍ରୀଙ୍କ ସହ ସ୍ବାମୀ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ ବୋଲି ମୁମ୍ବାଇ ଆଡିସନାଲ ସେସନ ଜଜ୍ଜ ସଜ୍ଞାଶ୍ରୀ ଜେ ଘରାଟ କହିଛନ୍ତି। ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଜଣେ ମହିଳା ସ୍ବାମୀ ନାଁରେ ଅଭିଯୋଗ ଆଣିଥିଲେ ଏହାର ଶୁଣାଣି କରି ଜଜ୍‌ ସଂଜ୍ଞାଶ୍ରୀ କହିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସ୍ବାମୀ ହୋଇଥିବାରୁ ସେ ଶାରୀରିକ ସମ୍ପର୍କ ରଖି କୌଣସି ବେଆଇନ କାମ କରିଛନ୍ତି ବୋଲି କୁହାଯାଇପାରିବ ନାହିଁ। ଏହାସହ ଅଭିଯୁକ୍ତ ସ୍ବାମୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୦ ନଭେମ୍ବର, ୨୨ରେ ସେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀ ଏବଂ ଶାଶୁଘର ଲୋକେ ତାଙ୍କ ଉପରେ ଅନେକ କଟକଣା ଲଗାଇଥିଲେ। ତାଙ୍କୁ ମାଡ଼ ମାରିବା ସହ ଯୌତୁକ ଆଣିବାକୁ ବାଧ୍ୟ କରିଥିଲେ। ବିବାହର ମାସକ ପରେ ସ୍ବାମୀ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଜାନୁଆରୀ ୨ ତାରିଖରେ ଦମ୍ପତି ମୁମ୍ବାଇ ନିକଟ ମହାବଳେଶ୍ୱର ଯାଇଥିଲେ। ଏଠାରେ ମଧ୍ୟ ସ୍ବାମୀ ଜଣଙ୍କ ବଳପୂର୍ବକ ତାଙ୍କ ସହ ସେକ୍ସ କରିଥିଲେ। ଏହି ଘଟଣା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇପଡି ସହ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ମହିଳାଙ୍କର ଅଣ୍ଟା ତଳ ଅଂଶ ପାରାଲିସିସି ହୋଇଯାଇଥିବା କହିଥିଲେ। ଏହାପରେ ମୁମ୍ବାଇ ପୋଲିସ ମହିଳା ଜଣଙ୍କ ତାଙ୍କ ସୱାମୀ ଓ ଶାଶୂ ଘର ଲୋକଙ୍କ ବିରୋଧରେ ଏଫଆଇଆର ଦାଏର କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବାରୁ ସୱାମୀ ଓ ଶାଶୂ ଘର ଲୋକ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୂଟନୈତିକ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୭ା୬: ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ବୁଧବାର ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସାକ୍ଷାତ...

ଏନ୍‌କାଉଣ୍ଟରରେ ୨୬ ମାଓବାଦୀ ନିହତ

ନାଗପୁର,୧୩।୧୧:ମହାରାଷ୍ଟ୍ରର ଗଡଚିରୋଲି ଜିଲା ମର୍ଡିଣ୍ଟୋଲା ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ସମୟରେ ସି -୬୦ ପୋଲିସ କମାଣ୍ଡୋର...

ମିଛ କହୁଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଯେଉଁ ନାଗରିକତ୍ୱ ସଂଶୋଧନ...

ମହାରାଷ୍ଟ୍ରରେ ଏମିତି କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି: ସଞ୍ଜୟ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସରକାର ଗଠନ କରି ପାରୁ ନାହାନ୍ତି। କାରଣ...

୮ ଗୁଣ ବୃଦ୍ଧି ହେଲା ସଡ଼କ ଦୁର୍ଘଟଣାରେ ମୃତ୍ୟୁ କ୍ଷତିପୂରଣ

ନୂଆଦିଲ୍ଲୀ,୨୮।୨: ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ୮ ଗୁଣ ବୃଦ୍ଧି କରାଯାଇଛି। ଏପ୍ରିଲ ୧ରୁ ଦୁର୍ଘଟଣାରେ କେହି ପ୍ରାଣ ହରାଇଲେ ତାଙ୍କ ପରିବାର...

ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ସରକାର…

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଚାଷୀଙ୍କ ସମସ୍ୟାକୁ ସରକାର ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ନମାମୀ ଗଙ୍ଗେ ପ୍ରକଳ୍ପର ସମୀକ୍ଷା କଲେ ମୋଦି

କାନ୍‌ପୁର,୧୪ା୧୨(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତୀୟ ଗଙ୍ଗା ପରିଷଦ ବୈଠକରେ ପ୍ରଥମ ଥର ଲାଗି ଅଧ୍ୟକ୍ଷତା କରି ନମାମୀ ଗଙ୍ଗେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା...

ଆଜିକୁ ପୁରିଲା ମୋଦି ସରକାରଙ୍କ ୫ ବର୍ଷ: ବିଜୁଳି, ସ୍ବଚ୍ଛ ଭାରତ ଯୋଜନା ଆଣି ଦେଇଛି ସଫଳତା; କଳାଧନ, ବିମୁଦ୍ରିକରଣକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

ନୂଆଦିଲ୍ଲୀ,୧୬।୫: ୨୦୧୪ ମସିହା ଆଜିର ଦିନରେ ପ୍ରକାଶ ପାଇଥିଲା ଲୋକ ସଭା ନିର୍ବାଚନର ଫଳାଫଳ। ଏଥିରେ ଭାଜପା ବହୁମତ ସାବ୍ୟସ୍ତ କରିବା ସହ କେନ୍ଦ୍ରରେ ସରକାର...

Advertisement
Archives

Model This Week