ଅସରାଏ ବର୍ଷାରେ ରାସ୍ତାରେ ପାଣି

ମୋରଡା,୧୯ ।୬ (ଡି.ଏନ.ଏ.) ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ହଳଦୀପାଳ ପଞ୍ଚୟତର ହଳଦୀପାଳ ଗ୍ରାମରେ ଅସରାଏ ବର୍ଷାରେ ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ଚାରି ଓ ପାଞ୍ଚ ନମ୍ବର ୱାର୍ଡ ରହିଥିବା ବେଳେ ନିତିଦିନିଆ ଯିବାଆସିବା ପାଇଁ କେବଳ ଏହି ଗୋଟିଏ ରାସ୍ତା। କିନ୍ତୁ ଏଯାଏ, ପ୍ରଶାସନର ଉକ୍ତ ରାସ୍ତା ଉପରେ ନଜର ପଡ଼ିନି। ଉକ୍ତ ରାସ୍ତାକୁ ବର୍ତ୍ତମାନ ସୁଦ୍ଧା କଙ୍କ୍ରିଟ କରାଯାଇ ନାହିଁ କି ରାସ୍ତା କଡ଼ରେ ଡ୍ରେନେଜ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଫଳରେ ବର୍ଷା ହେଲେ ରାସ୍ତା ଉପରେ ଦୁଇ ଫୁଟ ବର୍ଷା ଜଳର ସୁଅ ଛୁଟେ। ତେଣୁ ଲୋକେ ଯାତାୟାତ କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେବେ ଏବାବଦରେ ପୂର୍ବରୁ ଜନସାଧାରଣ ମାନେ ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟିଗୋଚର କରାଇଥିଲେ ମଧ୍ୟ କୌଣସି କାରଣ ବଶତଃ ରାସ୍ତା କାର୍ଯ୍ୟ ହୋଇପାରୁ ନାହିଁ l ବେଳେ ବେଳେ ବର୍ଷା ହେଲେ ଉକ୍ତ ରାସ୍ତାରେ ବାଇକ ଯୋଗେ ଯିବାଆସିବା କରିବା ଜୀବନ ପ୍ରତି ବିପଦ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେଣୁ ଯଥାଶୀଘ୍ର ଉକ୍ତ ରାସ୍ତାକୁ କଙ୍କ୍ରିଟ କରିବା ଓ ରାସ୍ତା କଡ଼ରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri