ଜାତୀୟ ରାଜପଥ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଜୟପୁର, ୩୦।୬ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରୁ ବୁଧବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ା ଗାନ୍ଧୀଛକଠାରୁ ଗ୍ଲୋକାଲ ହସ୍‌ପିଟାଲ ଯାଏ ଉଚ୍ଛେଦ ଜାରି ରହିଛି ା ରାସ୍ତାର ଉଭୟ ପଟେ ଥିବା ଗ୍ୟାରେଜ, ହେଟେଲ ଆଦି କରି ଲୋକେ ଜବରଦଖଲ କରିଥିଲେ ା ଫଳରେ ଏହି ରାଜପଥ ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏହାର ସମାଧାନ ପାଇଁ ଜାତୀୟ ରାଜପଥ ବିଭାଗ, ରାଜସ୍ବ ବିଭାଗ, ପୌରପାଳିକା ଏବଂ ପୋଲିସ ମିଳିତ ଭାବେ ଉପସ୍ଥିତ ରହି ଉଚ୍ଛେଦ କରିଥିଲେ। ଗାନ୍ଧୀ ଛକଠାରୁ ଗ୍ଲୋକାଲ ହସପିଟାଲ ଯାଏ ରାଜପଥର ଉଭୟ ପାର୍ଶ୍ୱରେ ଥିବା ୧୫୦ରୁ ଅଧିକ ଗ୍ୟାରେଜକୁ ଉଚ୍ଛେଦ କରାଯାଇଛି ା ସେମାନଙ୍କୁ ଅନ୍ୟ ଏକ ସ୍ଥାନରେ ଥଇଥାନ ନ କରି ଅଚାନକ ଉଚ୍ଛେଦ କରାଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଆଗକୁ ରାଜପଥ ପାର୍ଶ୍ୱରେ ହୋଇଥିବା ଏପରି ବେଆଇନ ଜବରଦଖଲ ଉଚ୍ଛେଦ ଜାରି ରହିବ ବୋଲି ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା କହିଛନ୍ତି। ଏହି ସମୟରେ ତହସିଲଦାରଙ୍କ ସହ ଏସଡିପିଓ ଅରୁପ ଅଭିଷେକ ବେହେରା, ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ, ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri