ବାଜି ଲାଗୁଛି ପିଲାଙ୍କ ଜୀବନ

ମାଲକାନଗିରି,୩୦।୬ (ଡି.ଏନ.ଏ.):  ମାଲକାନଗିରି ଜିଲାରେ ଗରିବ ଓ ଆଦିବାସୀ ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅବହେଳା ଯୋଗୁ ପିଲାଙ୍କ ଜୀବନ ବାଜି ଲାଗୁଛି। ଜିଲାରେ ଅନ୍ବେଷା ଯୋଜନାରେ ଜିଲାର ବିଭିନ୍ନ ଅଞ୍ଚଳରୁ ଅନେକ ଅନୁସୂଚିତ ଜନଜାତିର ପିଲାଙ୍କୁ ଆଣି ଜିଲା ସଦର ମହକୁମାରେ ଥିବା ହଷ୍ଟେଲଗୁଡ଼ିକରେ ରଖାଯାଇ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ଛାତ୍ରୀଛାତ୍ରଙ୍କୁ ସବୁ ଦିନ ହଷ୍ଟେଲରୁ ବିଭିନ୍ନ ବିଦ୍ୟାଳୟକୁ ନେବା ଆଣିବା କରିବା ପାଇଁ ସରକାର ବସ୍‌ ବ୍ୟବସ୍ଥା କରିଛନ୍ତି। ଗୋଟିଏ ବସ୍‌ରେ ପ୍ରାୟ ଶହେ ଛାତ୍ରୀଛାତ୍ର ବିଭିନ୍ନ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ବସ୍‌ଟିର ଫିଟ୍‌ନେସ୍‌ ଠିକ୍‌ ନ ଥିବାରୁ ପ୍ରାୟ ସଦାବେଳେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟରେ ଡେରିରେ ପହଞ୍ଚୁଛନ୍ତି। ବସ୍‌ର ଫିଟ୍‌ନେସ୍‌ ନାହିଁ କି ଇନ୍ସୁରାନ୍ସ ନାହିଁ। ସରକାରୀ ନିୟମ ଅନୁଯାୟୀ ବସ୍‌ରେ ଥିବା ସିଟ ସଂଖ୍ୟା ଅନୁଯାୟୀ ଯାତ୍ରୀ ଯାତାୟାତ କରିବା କଥା। ମାତ୍ର ଏହି ବସ୍‌ରେ ୩୩ଟି ସିଟ୍‌ ଥିବା ବେଳେ ୮୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ବସ୍‌ଟି ନେବା ଆଣିବା କରୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରୁନାହିଁ। କେବଳ ପରିବହନ ବିଭାଗ ଏନେଇ ତାଗିଦ କରିଥିଲେ ମଧ୍ୟ ତାହାର ପ୍ରଭାବ ପଡିନାହିଁ। ପ୍ରଶାସନ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରିବା ଲାଗି ଆଉ ଗୋଟିଏ ବସ୍‌ ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri