ଇରାନୀ-ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି

ନୟାଗଡ ଅଫିସ,୧।୧୧:ଭାଜପାର ଦୁଇଗୋଷ୍ଠୀ ପକ୍ଷରୁ ନୟାଗଡ଼ ନିର୍ବାଚନମଣ୍ଡଳୀର ନୟାଗଡ଼ ଓ ଓଡ଼ଗଁାରେ ପୃଥକ୍‌ ଭାବେ ସୋମବାର ସମାନ୍ତରାଳ ବୈଠକ ପରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ ଓ କନ୍ଧମାଳ ପୂର୍ବତନ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମାନ୍ତରାଳ ବୈଠକ କରି ନିଜର ପରାକାଷ୍ଠା ଦେଖାଇଛନ୍ତି। ଇରାନୀଙ୍କ ସଭାରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇଥିଲେ ମଧ୍ୟ ଦଳୀୟ କନ୍ଦଳ ନେଇ କିଛି କହି ନ ଥିଲେ। ଏପରି କି ଇରାନୀ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନକୁ ଧାମନଗର ଉପନିର୍ବାଚନ ବାହାନା ଦେଖାଇ ସେ ଏଡାଇ ଯାଇଥିଲେ। ଯଦିଓ ନିର୍ବାଚନ ଏବେ ହେବାର ନାହିଁ, ତେବେ ବିଧାନସଭା ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଉଭୟ ନାରୀ ନେତ୍ରୀଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ପ୍ରକାଶଥାଉ କି ହେମେନ୍ଦ୍ର କୁମାର ସିଂ କଂଗ୍ରେସ ସଙ୍ଗଠନକୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ସୁଦୃଢ଼ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିରେ ଯୋଗଦେଇ କନ୍ଧମାଳ ଏମ୍‌ପି ହୋଇଥିଲେ। କିଛି ମାସ ପରେ ତାଙ୍କର ମୃତ୍ୟୁ ହେବା ପରେ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପନିର୍ବାଚନରେ କନ୍ଧମାଳ ଏମ୍‌ପି ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ନ ପାଇବାରୁ ଭାଜପାରେ ଯୋଗ ଦେଇଥିଲେ। ସେପଟେ ଲାଲା ମନୋଜ ରାୟ ଭାଜପାର ଜିଲା ସଭାପତି ରହି ନିଜ ପତ୍ନୀ ଇରାନୀଙ୍କୁ ନୟାଗଡ଼ ନିର୍ବାଚନମଣ୍ଡଳୀରେ ଟିକେଟ୍‌ ଦେଇଥିଲେ।
ଇରାନୀ ରାୟ ସୋମବାର ବାଲୁଗଁା ମଣ୍ଡଳର ବୈଠକ କରାଇଥିବାବେଳେ ଏଥିରେ ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ର ଯୋଗ ଦେଇଥିଲେ। ଦଳୀୟ କନ୍ଦଳ ସମ୍ପର୍କରେ ଇରାନୀ ରାୟଙ୍କୁ ପଚାରିବାରୁ ରାଷ୍ଟ୍ରୀୟ ପ୍ରବକ୍ତା ଏହାର ଉତ୍ତର ରଖିବେ ବୋଲି କହିଥିଲେ। ଏ ନେଇ ସୋମବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ର ପ୍ରେସ ମିଟ୍‌ କରିବେ ବୋଲି ନୟାଗଡ଼ର ଏକ ହୋଟେଲକୁ ଖବରଦାତାଙ୍କୁ ଡକାଯାଇଥିଲା। ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କର କୌଣସି ପ୍ରଶ୍ନର ଉତ୍ତର ନ ରଖି ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ର ଚାଲି ଗଲେ। ଅନ୍ୟପକ୍ଷେ ଓଡ଼ଗଁା ବ୍ଲକର ୨ ନଂ. ଜିଲା ପରିଷଦ ଜୋନ ଅନ୍ତର୍ଗତ ସାକେରୀ ପଞ୍ଚାୟତ ଲିମ୍ବେଶ୍ୱରୀ ମହାଦେବଙ୍କ ପଡିଆରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମିଶ୍ରଣ ପର୍ବ କରିଥିଲେ। ଏଥିରେ ପ୍ରତ୍ୟୁଷାଙ୍କ ପ୍ରତି ସମର୍ଥନ ବଢ଼ିବା ପରି ଦେଖାଯାଉଥିଲା। ଏ ନେଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପଚାରିବାରୁ କହିଥିଲେ, ଭାଜପାରେ ମୁଁ ଯୋଗ ଦେବା ସମୟରେ ମୋତେ ୨୦୨୪ରେ ଟିକେଟ୍‌ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମିଶ୍ରଣ ସମୟରେ ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନାରୀନେତ୍ରୀ ଇରାନୀ ରାୟ ଓ ଜିଲା ସଭାପତି ଲାଲା ମନୋଜ ରାୟ ଉପସ୍ଥିତ ଥିଲେ। ସେଇ ଆଧାରରେ ସଙ୍ଗଠନ ବଢ଼ାଉଛି। ଦଳରେ କୌଣସି ଫାଟ ସୃଷ୍ଟି କରୁନାହିଁ ବୋଲି ସେ କହିଥିଲେ। ଇରାନୀ ରାୟ କୁହନ୍ତି, ସଙ୍ଗଠନ କରିବାକୁ କାହାକୁ ମନା ନାହିଁ। କିନ୍ତୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଭାଜପାର ସଙ୍ଗଠନ ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଅଛି। ୨୦୨୪ ନିର୍ବାଚନ ଆଗକୁ ଅଛି। ଏହା ପୂର୍ବରୁ କିଏ ଟିକେଟ ପାଇବ କହି ହେବ ନାହିଁ। ଅନ୍ୟପକ୍ଷେ ଦଳ ବିରୋଧରେ କିଏ କାମ କଲେ ମୁଁ କିଛି କହିପାରିବି ନାହିଁ। ନିଜେ ନିଜକୁ ପ୍ରାର୍ଥୀ ଘୋଷଣା କରି ଦେଲେ ହେବନି। ସୋମବାର ବୈଠକ ପରେ ସେ ଆଶୟୀ ପ୍ରାର୍ଥୀ ହୋଇପାରନ୍ତି। ତେବେ ଏହା ଦଳୀୟ କନ୍ଦଳ ବୋଲି କୁହାଯିବନି। ମୋ ସମର୍ଥକମାନେ ଓଡ଼ଗଁା ବୈଠକକୁ ଯାଇନାହାନ୍ତି। କିଛି ଜିଲା ପରିଷଦ ପାଇଁ ପ୍ରାର୍ଥୀ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପାରେ ମିଶିବା ସମୟରେ ଦଳ ପକ୍ଷରୁ କେହି ବିଧାୟକ ପ୍ରାର୍ଥୀ ହେବା ପାଇଁ ପ୍ରତିଶ୍ରୁତି ଦେଇନାହାନ୍ତି। ପ୍ରତ୍ୟୁଷା ଯାହା କହୁଛନ୍ତି ମୁଁ ଏହାକୁ ଖଣ୍ଡନ କରୁଛି। ଜିଲା ସଭାପତି ଲାଲା ମନୋଜ ରାୟ କୁହନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମାନ୍ତରାଳ ଭାବେ ସଙ୍ଗଠନ ଓ ବୈଠକ କରୁଥିବା ନଜରକୁ ଆସିଛି। ହେଲେ ଏବେ ଧାମନଗର ନିର୍ବାଚନରେ ବ୍ୟସ୍ତ ଅଛି। ଦଳରେ ବିଶୃଙ୍ଖଳାକୁ ବରଖାସ୍ତ କରାଯିବନି। ଦଳରେ ବିଶୃଙ୍ଖଳା ସୃଷ୍ଟି କରାଯାଉଥିବାରୁ ଏ ନେଇ ରାଜ୍ୟ କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?