ଇରାନୀ-ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି

ନୟାଗଡ ଅଫିସ,୧।୧୧:ଭାଜପାର ଦୁଇଗୋଷ୍ଠୀ ପକ୍ଷରୁ ନୟାଗଡ଼ ନିର୍ବାଚନମଣ୍ଡଳୀର ନୟାଗଡ଼ ଓ ଓଡ଼ଗଁାରେ ପୃଥକ୍‌ ଭାବେ ସୋମବାର ସମାନ୍ତରାଳ ବୈଠକ ପରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ ଓ କନ୍ଧମାଳ ପୂର୍ବତନ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମାନ୍ତରାଳ ବୈଠକ କରି ନିଜର ପରାକାଷ୍ଠା ଦେଖାଇଛନ୍ତି। ଇରାନୀଙ୍କ ସଭାରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇଥିଲେ ମଧ୍ୟ ଦଳୀୟ କନ୍ଦଳ ନେଇ କିଛି କହି ନ ଥିଲେ। ଏପରି କି ଇରାନୀ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନକୁ ଧାମନଗର ଉପନିର୍ବାଚନ ବାହାନା ଦେଖାଇ ସେ ଏଡାଇ ଯାଇଥିଲେ। ଯଦିଓ ନିର୍ବାଚନ ଏବେ ହେବାର ନାହିଁ, ତେବେ ବିଧାନସଭା ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଉଭୟ ନାରୀ ନେତ୍ରୀଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ପ୍ରକାଶଥାଉ କି ହେମେନ୍ଦ୍ର କୁମାର ସିଂ କଂଗ୍ରେସ ସଙ୍ଗଠନକୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ସୁଦୃଢ଼ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିରେ ଯୋଗଦେଇ କନ୍ଧମାଳ ଏମ୍‌ପି ହୋଇଥିଲେ। କିଛି ମାସ ପରେ ତାଙ୍କର ମୃତ୍ୟୁ ହେବା ପରେ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପନିର୍ବାଚନରେ କନ୍ଧମାଳ ଏମ୍‌ପି ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ନ ପାଇବାରୁ ଭାଜପାରେ ଯୋଗ ଦେଇଥିଲେ। ସେପଟେ ଲାଲା ମନୋଜ ରାୟ ଭାଜପାର ଜିଲା ସଭାପତି ରହି ନିଜ ପତ୍ନୀ ଇରାନୀଙ୍କୁ ନୟାଗଡ଼ ନିର୍ବାଚନମଣ୍ଡଳୀରେ ଟିକେଟ୍‌ ଦେଇଥିଲେ।
ଇରାନୀ ରାୟ ସୋମବାର ବାଲୁଗଁା ମଣ୍ଡଳର ବୈଠକ କରାଇଥିବାବେଳେ ଏଥିରେ ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ର ଯୋଗ ଦେଇଥିଲେ। ଦଳୀୟ କନ୍ଦଳ ସମ୍ପର୍କରେ ଇରାନୀ ରାୟଙ୍କୁ ପଚାରିବାରୁ ରାଷ୍ଟ୍ରୀୟ ପ୍ରବକ୍ତା ଏହାର ଉତ୍ତର ରଖିବେ ବୋଲି କହିଥିଲେ। ଏ ନେଇ ସୋମବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ର ପ୍ରେସ ମିଟ୍‌ କରିବେ ବୋଲି ନୟାଗଡ଼ର ଏକ ହୋଟେଲକୁ ଖବରଦାତାଙ୍କୁ ଡକାଯାଇଥିଲା। ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କର କୌଣସି ପ୍ରଶ୍ନର ଉତ୍ତର ନ ରଖି ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ର ଚାଲି ଗଲେ। ଅନ୍ୟପକ୍ଷେ ଓଡ଼ଗଁା ବ୍ଲକର ୨ ନଂ. ଜିଲା ପରିଷଦ ଜୋନ ଅନ୍ତର୍ଗତ ସାକେରୀ ପଞ୍ଚାୟତ ଲିମ୍ବେଶ୍ୱରୀ ମହାଦେବଙ୍କ ପଡିଆରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମିଶ୍ରଣ ପର୍ବ କରିଥିଲେ। ଏଥିରେ ପ୍ରତ୍ୟୁଷାଙ୍କ ପ୍ରତି ସମର୍ଥନ ବଢ଼ିବା ପରି ଦେଖାଯାଉଥିଲା। ଏ ନେଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପଚାରିବାରୁ କହିଥିଲେ, ଭାଜପାରେ ମୁଁ ଯୋଗ ଦେବା ସମୟରେ ମୋତେ ୨୦୨୪ରେ ଟିକେଟ୍‌ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମିଶ୍ରଣ ସମୟରେ ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନାରୀନେତ୍ରୀ ଇରାନୀ ରାୟ ଓ ଜିଲା ସଭାପତି ଲାଲା ମନୋଜ ରାୟ ଉପସ୍ଥିତ ଥିଲେ। ସେଇ ଆଧାରରେ ସଙ୍ଗଠନ ବଢ଼ାଉଛି। ଦଳରେ କୌଣସି ଫାଟ ସୃଷ୍ଟି କରୁନାହିଁ ବୋଲି ସେ କହିଥିଲେ। ଇରାନୀ ରାୟ କୁହନ୍ତି, ସଙ୍ଗଠନ କରିବାକୁ କାହାକୁ ମନା ନାହିଁ। କିନ୍ତୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଭାଜପାର ସଙ୍ଗଠନ ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଅଛି। ୨୦୨୪ ନିର୍ବାଚନ ଆଗକୁ ଅଛି। ଏହା ପୂର୍ବରୁ କିଏ ଟିକେଟ ପାଇବ କହି ହେବ ନାହିଁ। ଅନ୍ୟପକ୍ଷେ ଦଳ ବିରୋଧରେ କିଏ କାମ କଲେ ମୁଁ କିଛି କହିପାରିବି ନାହିଁ। ନିଜେ ନିଜକୁ ପ୍ରାର୍ଥୀ ଘୋଷଣା କରି ଦେଲେ ହେବନି। ସୋମବାର ବୈଠକ ପରେ ସେ ଆଶୟୀ ପ୍ରାର୍ଥୀ ହୋଇପାରନ୍ତି। ତେବେ ଏହା ଦଳୀୟ କନ୍ଦଳ ବୋଲି କୁହାଯିବନି। ମୋ ସମର୍ଥକମାନେ ଓଡ଼ଗଁା ବୈଠକକୁ ଯାଇନାହାନ୍ତି। କିଛି ଜିଲା ପରିଷଦ ପାଇଁ ପ୍ରାର୍ଥୀ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପାରେ ମିଶିବା ସମୟରେ ଦଳ ପକ୍ଷରୁ କେହି ବିଧାୟକ ପ୍ରାର୍ଥୀ ହେବା ପାଇଁ ପ୍ରତିଶ୍ରୁତି ଦେଇନାହାନ୍ତି। ପ୍ରତ୍ୟୁଷା ଯାହା କହୁଛନ୍ତି ମୁଁ ଏହାକୁ ଖଣ୍ଡନ କରୁଛି। ଜିଲା ସଭାପତି ଲାଲା ମନୋଜ ରାୟ କୁହନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମାନ୍ତରାଳ ଭାବେ ସଙ୍ଗଠନ ଓ ବୈଠକ କରୁଥିବା ନଜରକୁ ଆସିଛି। ହେଲେ ଏବେ ଧାମନଗର ନିର୍ବାଚନରେ ବ୍ୟସ୍ତ ଅଛି। ଦଳରେ ବିଶୃଙ୍ଖଳାକୁ ବରଖାସ୍ତ କରାଯିବନି। ଦଳରେ ବିଶୃଙ୍ଖଳା ସୃଷ୍ଟି କରାଯାଉଥିବାରୁ ଏ ନେଇ ରାଜ୍ୟ କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri