ପ୍ରଥମ ଥର ପାଇଁ ବ୍ୟାଙ୍କକୁ ଗଲା ଭତ୍ତା ଟଙ୍କା

ଗଞ୍ଜାମ,୧୭ା୮(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ସରକାର ବିଭିନ୍ନ ଭତ୍ତା ଆଗୁଆ ୪ ମାସର ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ କରୋନା ସାମାନ୍ୟ ଥମିଥିଲେ ମଧ୍ୟ ଚଳିତ ମାସ ଭତ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ବ୍ୟବସ୍ଥା କରାଯାଇଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ କହିଛନ୍ତି। ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଯେଉଁମାନେ ଆଧାର କାର୍ଡ ଓ ଆକାଉଣ୍ଟ ନମ୍ବର ଦେଇନାହାନ୍ତି ସେମାନଙ୍କ ଘରକୁ ଏନ୍‌ଏସି କର୍ମଚାରୀ ଯାଇ ଭତ୍ତା ଟଙ୍କା ପ୍ରଦାନ କରିବେ ବୋଲି ସେ କହିଛନ୍ତି। କୋଭିଡ୍‌ ମୁକାବିଲାକୁ ସ୍ଥାନୀୟ ପ୍ରଶାସନ ସୂଚାରୁରୂପେ ତୁଲାଇ ଆସିଥିବା ଯୋଗୁ ଏହି ଏନ୍‌ଏସି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। ଗତ ଜୁନ ୪ ତାରିଖରେ ଏହି ଏନ୍‌ଏସିରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ୫୪ ଜଣ ପଜିଟିଭ୍‌ ଥିବା ଏନ୍‌ଏସି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେଥିରୁ ୧୭ ଆକ୍ଟିଭ କେସ୍‌ ଥିବା ବେଳେ ସୁସ୍ଥହାର ୬୬ ପ୍ରତିଶତ ଥିବା ଜଣାପଡ଼ିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ତଥା ଏନ୍‌ଏସି ଇଓ ଦାସଙ୍କ ସମେତ ତହସିଲଦାର ଅବନୀ କୁମାର ସାହୁ, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ପ୍ରମୁଖ କରୋନା ଯୋଦ୍ଧାଙ୍କ ପାଇଁ ଗଞ୍ଜାମ ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ୨୪ ଟିକିଆ ହାତୀପଲ, ଅଟକିଲା ଗାଡ଼ି

କେନ୍ଦୁଝର,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ୍‌ଏଚ...

ଖୋଲିଲା ଘଟଗାଁ ତାରିଣୀ ପୀଠ

ଘଟଗାଁ/କେନ୍ଦୁଝର,୧୮।୧: ଦୀର୍ଘ ୧୦ମାସ ପରେ ଖୋଲିଲା ଘଟଗାଁ ମା’ତାରିଣୀ ପୀଠ। ସୋମବାର ସକାଳେ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର...

କେନ୍ଦୁଝରରେ ପାଣିପାଗରେ ପରିବର୍ତ୍ତନ: ଆଗଭଳି ହାଡ଼ଭଙ୍ଗା ଶୀତ ନାହିଁ

କେନ୍ଦୁଝର, ୪।୧୨ (ସ୍ବ.ପ୍ର.)-ବିଳମ୍ବରେ ହେଉ ପଛକେ କେନ୍ଦୁଝର ଜିଲାରେ ଶୀତର ଆଗମନକୁ ନେଇ ଅନେକ ଖୁସି ବ୍ୟକ୍ତ କରୁଛନ୍ତି ା ତେବେ ଏହି ସମୟରେ ଯେଉଁ...

ଶିବନାରାୟଣପୁରରୁ ବଞ୍ଚୋ ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ଅଭିଯାନ

ହାଟଡିହୀ,୨୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୬ନଂ. ଜୋନ୍‌ ଶିବନାରାୟଣପୁର ଠାରୁ ବଞ୍ଚୋ ଯାଏ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଞ୍ଚୋ ସରପଞ୍ଚଙ୍କ...

ଫୋରେନ୍‌ସିକ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାଟି ଖୋଳି ବାହାର କରାଗଲା ମହିଳାଙ୍କ କଙ୍କାଳ

ଚାନ୍ଦବାଲି,୨୦।୮ (ଡି.ଏନ.ଏ.) – ମୃତ୍ୟୁର ୫ ବର୍ଷ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳାଙ୍କ ମୃତଦେହର ଫୋରେନ୍‌ସିକ ପରୀକ୍ଷା ପାଇଁ ଶ୍ମଶାନରୁ ମାଟି ଖୋଳି ଅସ୍ଥି,...

କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ଜବରଦଖଲ ବାଧକ

କେନ୍ଦୁଝର, ୪।୬(ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ରାଇସୁଆଁ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଗର ରାଇସୁଆଁ-ଗୋପୀନାଥପୁର-ସିଲସୁଆଁ ମୁଖ୍ୟ କେନାଲ ଜମି ଜବରଦଖଲ ଯୋଗୁ ନୂତନ...

ଧାନ କାଟିଲେ ବିଧାୟକ

କୋକସରା,୨୭।୧୧(ଡି.ଏନ.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବିଧାୟକ ମୌଷଧି ବାଗ ଧାନ କାଟିଛନ୍ତି। ନିଜ ଗାଁ କୋକସରା ବ୍ଲକ ମାଝୀଗୁଡା ସ୍ଥିତ ଚାଷ ଜମିରେ ଶ୍ରମିକମାନଙ୍କ ସହ...

ରାତି ପାହିଲେ ଘୋଷଯାତ୍ରା: ଆଜି ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୩୦।୬: ଆଉ କେଇ ଘଣ୍ଟାର ଅପେକ୍ଷା। ରାତି ପାହିଲେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଗୁରୁବାର ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଛି। ରଥରେ ଶେଷ...

Advertisement
Archives

Model This Week