Posted inଜାତୀୟ

ଗୁଜରାଟ ବିଧାନସଭା ଇତିହାସରେ ପ୍ରଥମ: ରହିବେ ନାହିଁ ବିରୋଧୀ ଦଳ ନେତା

ଗାନ୍ଧୀନଗର,୨୪।୨: ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ  ଏବଂ ବିରୋଧୀ ଦଳର ଗୁରୁତ୍ୱ ସମାନ। ଯେଉଁଥିରେ କି ଶାସକ ଦଳ ନୀତି ଏବଂ ଯୋଜନା ମାଧ୍ୟମରେ ବିକାଶର ନୂତନ ଦିଗ ସୃଷ୍ଟି କରିବାକୁ ଆଲୋଚନା କରୁଥିବାବେଳେ ବିରୋଧୀ ତ୍ରୁଟି ଗଣନା କରି ସରକାରଙ୍କ ଉପରେ ଚାପ ପକାଇଥାନ୍ତି। କିନ୍ତୁ ଯଦି କୌଣସି ରାଜ୍ୟ ବିଧାନସଭାରେ ବିରେଧୀ ଦଳ ନେତା ନ ଥାନ୍ତି ତେବେ କ’ଣ ହେବ ଥରେ ଭାବନ୍ତୁ ତ। ଗୁଜରାଟ ବିଧାନସଭାରେ ସେଭଳି ପରିସ୍ଥିତି ଦେଖିବାକୁ ମିଳିଛି।
ବର୍ତ୍ତମାନ ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଛି। ଶାସକ ଦଳ ସାମ୍ନାରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ବିରୋଧୀ ଭୂମିକାରେ ଅଛନ୍ତି। ହେଲେ ବିରୋଧୀ ଦଳର ନେତା ନାହାନ୍ତି। କାରଣ ବିରୋଧୀଦଳର ନେତା ହେବାକୁ ହେଲେ ଯେକୌଣସି ଦଳ ମୋଟ ଆସନର ୧୦ ପ୍ରତିଶତ ପାଇବା ଉଚିତ। କିନ୍ତୁ ଗୁଜରାଟର କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ସେହି ସର୍ତ୍ତ ପୂରଣ କରିପାରୁନାହାନ୍ତି। ଫେବୃୟାରୀ ୨୩, ବଜେଟ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅମିତ ଚାଓ୍ବଡାଙ୍କୁ ବିରୋଧୀଦଳର ନେତା କରାଯାଉ ବୋଲି ବାଚସ୍ପତି ଶଙ୍କର ଲାଲ ଚୌଧୁରୀଙ୍କୁ ଅନୁରୋଧ କରିଥିଲା। ହେଲେ ସେଭଳି ନିୟମ ନ ଥିବା ଦର୍ଶାଇ ବାଚସ୍ପତି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବିରୋଧୀ ଦଳର ନେତା ହେବାର ନିୟମ:
ଗୁଜୁରାଟ ବିଧାନସଭାରେ ମୋଟ ୧୮୨ ଟି ଆସନ
ବିରୋଧୀଦଳର ନେତା ମାନ୍ୟତା ପାଇବାକୁ ୧୦ ପ୍ରତିଶତ ସିଟ ଆବଶ୍ୟକ
ଏହି ନିୟମ ଅନୁଯାୟୀ କଂଗ୍ରେସରେ ୧୮ ଜଣ ବିଧାୟକ ରହିବା ଉଚିତ। କିନ୍ତୁ କଂଗ୍ରେସ ମାତ୍ର ୧୭ ଟି ଆସନ ପାଇବାରେ ସଫଳ ହୋଇଛି।

୧୯୮୫ ରେ ଜନତା ପାର୍ଟି କଂଗ୍ରେସ ସମ୍ମୁଖରେ ବିରୋଧୀ ଦଳ ଭାବେ ଥିଲା। ଜନତା ପାର୍ଟି ନିକଟରେ ବିରୋଧୀଦଳର ନେତା ମାନ୍ୟତା ପାଇବାକୁ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟା ନଥିଲା। ସେତେବେଳେ ବିଧାନସଭା ବାଚସ୍ପତି ଜନତା ଦଳକୁ ନିରାଶ କରି ନ ଥିଲେ। ଏବେ କିନ୍ତୁ ବାଚସ୍ପତିଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସ ନେତା ମନୀଷ ଦୋଶି କହିଛନ୍ତି ଯେ ଭାଜପା ଏଭଳି ନିଷ୍ପତ୍ତି ନେଇପାରିଥାନ୍ତା। କିନ୍ତୁ ସେମାନେ ଆମର ଆବେଦନକୁ ପ୍ରତ୍ୟାଖ୍ୟାନ କଲେ। ଯଦିଓ ତାଙ୍କ ଦଳ ବିରୋଧୀ ଦଳର ନେତା ପଦବୀ ପାଇନାହାନ୍ତି, ତଥାପି ପୂର୍ବ ଭଳି ଜନସାଧାରଣଙ୍କ ସ୍ବାର୍ଥର ପ୍ରସଙ୍ଗ ଉଠାଇବେ ବୋଲି ମନୀଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?