Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ଗରିବ ପିଲାଙ୍କ ପାଇଁ ପାଠ୍ୟ ଉପକରଣ କିଣିଥିଲି: ଭବାନୀ ଭୂୟାଁ

ପିଲାଦିନେ ବେଳେ ବେଳେ ଭାବେ ଚାକିରୀ କରିବି । ବାପା, ମାଆଙ୍କୁ ଆଣି ପାଖରେ ରଖିବି କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଧାରା ବି ପରିବର୍ତ୍ତିତ ହେବାକୁ ଲାଗିଲା । ମୁଁ ମୋର ପ୍ରଥମ ରାଜନୈତିକ କର୍ମକ୍ଷେତ୍ରରୁ (ବାଲିଆପାଳରୁ )
ଫେରିବା ପରେ ସାଇବସ୍ତିରେ କିଛି ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଉଥିଲି । ଯେହେତୁ ପାଠପଢ଼ାରେ ସେମାନେ ଦୁର୍ବଳ ଥିଲେ ଏବଂ ପାଠପଢ଼ାରେ ଆଦୌ ମାନଯୋଗ ଦେଉନଥିଲେ । ସେହି ପିଲାମାନଙ୍କୁ ପେଶାଦାର କୋଚିଂ ଶ୍ରେଣୀ ପାଇଁ ତାଙ୍କ ବାପାମାଆଙ୍କ ପାଖରେ ସେମିତି ବିଶେଷ ସମ୍ବଳ ବି ନଥିଲା । ମୁଁ ବି.ଇଡି. ପଢ଼ା ସାରିଦେଇଥିଲି ସେତେବେଳେ । ମୋର ସେହି ବିଶେଷ ଡିଗ୍ରୀ ଏବଂ ଆଗ୍ରହ ଯୋଗୁଁ ମୁଁ ସେମାନଙ୍କ ପାଠପଢ଼ାର ଦାୟିତ୍ୱ ନେଲି । ମାସେ ଦେଢ଼ ମାସ ପଢେଇଲା ପରେ ସେମାନେ ଯେତେବେଳେ ମାସିକ ଦରମା ଭାବରେ କିଛି ଟଙ୍କା ଆଣି ମୋତେ ଦେଲେ ସଂକୋଚ ଯୋଗୁଁ ମୁଁ ପ୍ରଥମେ ନେଇ ପାରିଲି ନାହିଁ ।

ପରେ ପରେ ସେମାନଙ୍କ ବାପା ମାଆ ଶ୍ରଦ୍ଧାରେ ବଳେଇ ଦେବାରୁ ମୁଁ ଆଣିଲି । ନିଜ ପାଇଁ କିଛି ଖର୍ଚ୍ଚ କରି ହୁଏ ବୋଲି ଭାବି ହେଲାନି ସେହି ସମୟରେ। ପର୍ସରେ ନିଜ ଅର୍ଜିତ ରୋଜଗାରର ପୁଲକକୁ ବାନ୍ଧି ମୁଁ ବଜାରକୁ ଆସିଲି। ସେଇ ପଇସାରେ ସେହି ପିଲାମାନଙ୍କ ପାଇଁ ଖାତା, ବହି, ସ୍କେଲ, ସ୍ଲେଟ, ପେନସିଲ, ରବର ଇତ୍ୟାଦି କିଣିଲି । ପାଠପଢ଼ା ପାଇଁ ଆବଶ୍ୟକୀୟ ଉପକରଣ ନଥିବା ପିଲାଙ୍କଠାରୁ ପାଠ ପଢା ପାଇଁ ପଇସା ନେବାକୁ ମନ କହୁ ନ ଥିଲେ ହେଁ ସେମାନଙ୍କ ସ୍ବାଭିମାନରେ ବାଧା ଦେବାକୁ ଇଚ୍ଛା ନ ଥିଲା । ତେଣୁ ସେହି ସମୟରେ ସେମାନଙ୍କ ପାଇଁ ପାଠ୍ୟ ଉପକରଣ କିଣିବାକୁ ମନ କହିଲା । ତା ପରଦିନ ମୋ ଉପହାରକୁ କେମିତି ଗ୍ରହଣ କରିବେ ଭାବି ଟିକେ ଚିନ୍ତାରେ ଥିଲି। ସେମାନେ ସେସବୁ ଖୁବ୍‌ ଖୁସିରେ ଗ୍ରହଣ କରି ମୋତେ ଅଧିକ ଖୁସି ଦେଲେ । ପହିଲି ରୋଜଗାରର ପୁଲକ ମୁଁ ସେମାନଙ୍କ ଖୁସିରେ ପାଇଥିଲି ।

ପରେ ପରେ ମାସକୁ ଥରେ ସେମାନଙ୍କ ଲାଗି ଏକ ପ୍ରତିଯୋଗିତା ଆୟୋଜନ କରେ । ମହାପୁରୁଷମାନଙ୍କ ଜୀବନୀ, ଗୀତ, ନାଚ, ଚିତ୍ର, ନିଜ ଅନୁଭୂତି, କବିତା ଲେଖିବା, ଗପ ଲେଖିବା ଇତ୍ୟାଦି ଉପରେ ସେହି ପ୍ରତିଯୋଗିତା ହୁଏ। ସେମାନଙ୍କ ଟ୍ୟୁସନ୍‌ ପଇସା ଓ ବାପାମାଙ୍କଠାରୁ ମୋ ପାଇଁ ମୁଁ ଆଣୁଥିବା ପଇସାକୁ ମିଶାଇ ସେମାନଙ୍କ ପାଇଁ ଉପହାର ଆଣେ ଏବଂ ସେମାନଙ୍କୁ ପୁରସ୍କୃତ କରେ। ସେମାନେ ସେମାନଙ୍କ ଅର୍ଜନରେ ସେସବୁ ପାଉଛନ୍ତି ବୋଲି ତାଙ୍କ ଭିତରେ ଆତ୍ମବିଶ୍ୱାସ ତିଆରି କରି ସଫଳ ହୁଏ। ସେମାନଙ୍କ ଖୁସିରେ ମୋତେ ବି ବହୁତ ଖୁସି ଲାଗେ। ହଁ ମନେ ଅଛି , ସେମାନେ ଗୀତ ଶୁଣି ନାଚିବେ ବୋଲି ଗୋଟେ ଟେପରେକର୍ଡର୍‌ କମ ରେଡ଼ିଓଟେ କିଣିଥିଲି । ବହୁତ ଦିନ ସେହି ସବୁ କାର୍ଯ୍ୟକ୍ରମ ଚାଲିଥିଲା । ପିଲାମାନେ ବିଭିନ୍ନ ଜାଗାରେ ମଧ୍ୟ ଗୀତ ନାଚ କାର୍ଯ୍ୟକ୍ରମ କରି ପ୍ରଶଂସା ଓ ପୁରସ୍କାର ପାଇଥିଲେ । ଏହି ଖୁସି ଠାରୁ ଆଉ ଅଧିକା ଖୁସି ବୋଲି କଣ କିଛି ଅଛି ?


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri