ପୀଡ଼ିତାଙ୍କ ପରିବାର ପାଇଁ ଦେବଦୂତ ସାଗର

କେନ୍ଦ୍ରାପଡ଼ା ଅଫିସ,୮ା୯:   କେନ୍ଦ୍ରାପଡ଼ା ବ୍ଲକ୍‌ କଂସାର ପଞ୍ଚାୟତ ଏଣ୍ଡର ଗ୍ରାମର ସାଗର ଜେନା ଏବେ ଜଣେ ଚର୍ଚ୍ଚିତ ମଣିଷ । ସେ ପୀଡ଼ିତା ଓ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପାଇଁ ଦେବଦୂତ ସାଜିଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ପାଇଁ ସେ ପଦକ୍ଷେପ ଗ୍ରହଣ କରିଛନ୍ତି । କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟର ବହୁ ଦୁର୍ଗତ ପରିବାର ସଦସ୍ୟ ତାଙ୍କ ଦ୍ୱାରା ନ୍ୟାୟ ପାଇ ଉପକୃତ ହୋଇଛନ୍ତି । ଗତ ୩ ବର୍ଷରେ ତାଙ୍କ ପକ୍ଷରୁ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ୮୬୯ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ସେ ୭୨ଟି ମାମଲାରେ ସଫଳତା ପାଇଛନ୍ତି। ଫଳରେ ପ୍ରତି ମାସରେ ପୀଡ଼ିତଙ୍କ ନିକଟରେ ୪୦ରୁ ୫୦ ଲକ୍ଷ ଟଙ୍କା ପହଞ୍ଚତ୍ ପାରୁଛି । ଗତ ଅଗଷ୍ଟ ମାସରେ ଏପରି ୯ ମାମଲାର ବିଚାର କରାଯାଇ ୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୨୧ ଜାନୁୟାରୀ ୯ରେ ପୁଣେ ସିଭିଲ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମାନବାଧିକାର କମିଶନରଙ୍କ ନିକଟରେ ସେ ଅଭିଯୋଗ (କେସ୍‌ ନଂ. ୧୫୪୪/୨୧) କରିବା ପରେ ପ୍ରତି ପରିବାରଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୨୨ ଏପ୍ରିଲ ୧୧ରେ ଗୁଜରାଟ ରାଜ୍ୟ ଭରୁଚ ଜିଲାରେ ଏକ କେମିକାଲ ଫ୍ୟାକ୍‌ଟ୍ରିରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ମାମଲା (ନଂ. ୫୬୪/୨୨)ରେ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ପ୍ରତ୍ୟେକଙ୍କ ପରିବାରକୁ ୨ ଲକ୍ଷ ଓ କମ୍ପାନୀ ପକ୍ଷରୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଢେଙ୍କାନାଳ ଜିଲା ସାରଙ୍ଗୀ ଫରେଷ୍ଟ ରେଞ୍ଜ ନିକଟରେ ଗତ ଏପ୍ରିଲରେ ହାତୀ ଆକ୍ରମଣରେ (କେସ୍‌ ନଂ. ୯୩୪/୨୨) ମୃତ ରାଜେନ୍ଦ୍ର ମଲ୍ଲିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିହାର ରାଜ୍ୟ ମୁଜାଫର ଜିଲାର ଏକ ନୁଡୁଲ ଫ୍ୟାକ୍‌ଟ୍ରିରେ ୨୦୨୧ ଡିସେମ୍ବରରେ ବିସ୍ଫୋରଣରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମାମଲା (ନଂ.୫୩୫୬/୨୧)ରେ ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ସହିତ କ୍ଷତିପୂରଣ ପାଇଁ ମାମଲା ଜାରି ରହିଛି ।

ୟୁପି ହାଥରସର ବହୁଚର୍ଚ୍ଚିତ ୪ ବର୍ଷର ନାବାଳିକାଙ୍କୁ ବଳାତ୍କାର ସହିତ ହତ୍ୟା କରାଯାଇଥିଲା । ଏଥିରେ ଉତ୍ତରପ୍ରଦେଶ ସରକାର ପୀଡ଼ିତା ପରିବାରବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ ସହିତ ମାମଲାଭୁକ୍ତ ଅଭିଯୁକ୍ତମାନେ ବିଚାରାଧୀନ କଏଦୀ ଅଛନ୍ତି । ଏଥିସହିତ ସୁନ୍ଦରଗଡ଼ ଜିଲା ବଣାଇସ୍ଥିତ ସ୍ପଞ୍ଜ ଫ୍ୟାକ୍‌ଟ୍ରିରେ ମୃତ ଅଜିତ ମହନ୍ତଙ୍କ ପରିବାର (କେସ୍‌ ନଂ. ୧୫୫୧/୨୨)କୁ ୮ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପାଇଁ ମାନବ ଅଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ ନଭେମ୍ବର ମାସରେ ଜଗତ୍‌ସିଂହପୁର ଜିଲା ପାରାଦୀପ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା । ଏହି ମାମଲା (ନଂ. ୩୮୩/୨୨)ରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମାମଲା ଏବେ ଚାଲୁ ରହିଛି । ସେହିପରି ଛତିଶଗଡ଼ ରାଜ୍ୟ ରଜନଗଁାଓ ଜିଲାର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କୁ ଜଣେ ଶିକ୍ଷକ ୨୦୨୧ ଜୁନ ମାସରେ ଅସଦାଚରଣ କରିଥିଲେ । ମାମଲା (କେସ୍‌ ନଂ. ୭୭୨/୨୧)ର ଶୁଣାଣି ପରେ ପ୍ରାଥମିକ ପର୍ଯ୍ୟାୟରେ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ ସହ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଚଳିତ ଅଗଷ୍ଟ ମାସରେ ସାଗରଙ୍କ ଜାତୀୟ ମାନବ ଅଧିକାର କମିଶନରଙ୍କ ନିକଟରେ ହୋଇଥିବା ମାମଲା (୨୮୨୮/୨୦)ର ଶୁଣାଣି ହୋଇଛି । ବିହାର ରାଜ୍ୟ ତୈମୁର ଜିଲାର ବଳାତ୍କାର ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଭିଯୁକ୍ତମାନେ ଜେଲରେ ଅଛନ୍ତି ।

ଦିନଥିଲା ସାଗର ମାଟ୍ରିକ ଛାତ୍ରୀଛାତ୍ରଙ୍କୁ ଗଣିତ ଓ ବିଜ୍ଞାନ ବିଷୟ ଟ୍ୟୁଶନ କରୁଥିଲେ। ନିୟମିତ ଧରିତ୍ରୀ ସହିତ ଅନ୍ୟାନ୍ୟ ଖବରକାଗଜ ପଢ଼ିବା ବି ତାଙ୍କର ଅଭ୍ୟାସ । ଖବରକାଗଜରେ ପ୍ରକାଶ ପାଉଥିବା ବିଭିନ୍ନ ଦୁର୍ଗତଙ୍କ ସମ୍ପର୍କରେ ଅବଗତ ପରେ ସେ ମାନବ ଅଧିକାର କମିଶନରଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ନ୍ୟାୟ ମାଗୁଛନ୍ତି। ମାନବ ଅଧିକାର କ୍ଷୁଣ୍ଣ କରୁଥିବା ଅଭିଯୁକ୍ତ ଓ କ୍ଷତିପୂରଣ ପ୍ରଦାନରେ ଅବହେଳା କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ସେ କାଠଗଡ଼ାକୁ ଟାଣି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ଏବେ ସଙ୍କଳ୍ପ ନେଇଛନ୍ତି । ତାଙ୍କ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ, ପ୍ରତାପ କୁମାର ପାଢ଼ୀ, ସୁନିଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, ପାଠ ପଢ଼ିବା ଓ ପଢ଼ାଇବା ରୁଚି ସହିତ ବହୁ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରି ଏବେ ଚର୍ଚ୍ଚିତ ବ୍ୟକ୍ତିତ୍ୱର ପରିଚୟ ପାଲଟିଛନ୍ତି ସାଗର । ଏ ସମ୍ପର୍କରେ ସାଗର କୁହନ୍ତି, ୨୦୧୯ରେ ସୁନ୍ଦରଗଡ଼ ଜିଲାର ଜଣେ ଆଦିବାସୀ ନାବାଳିକା ବଳାତ୍କାର ଘଟଣା ଘଟିଥିଲା । ତାଙ୍କୁ ନ୍ୟାୟ ଦେବା ପାଇଁ ମୁଁ ପ୍ରଥମ ଥର ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲି । ପୀଡ଼ିତାଙ୍କ ପରିବାର ଉପକୃତ ପରେ ସେମାନଙ୍କ ଫୋନ୍‌ କଲ ମୋତେ ଖୁସି ଆଣିଦିଏ ା


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri