ବିକ୍ରି ହେଉଛି ଅନୁପଯୋଗୀ ପାନୀୟଜଳ

ପାରାଦୀପ,୧୮।୧୦(ଶରତ ରାଉତ): ପାରାଦୀପ ବନ୍ଦର ସହରରେ ଏବେ ଖୋଲାରେ ୨୦ ଲିଟର ବିଶିଷ୍ଟ ପାନୀୟ ଜଳ ବିକ୍ରି ହେଉଛି। ପାରାଦୀପଗଡ ଠାରୁ ଆରମ୍ଭ କରି ଷଣ୍ଢକୁଦ ପର୍ଯ୍ୟନ୍ତ ୧୫ରୁ ଅଧିକ ବ୍ୟବସାୟୀ ଭୂତଳ ଜଳକୁ ସାମାନ୍ୟ ଶୋଧନ କରିବା ପରେ ତାକୁ ବଜାର ଓ ଘରେ ଯୋଗାଇ ଦେଉଛନ୍ତି। ଉକ୍ତ ପାଣିକୁ ବ୍ୟବସାୟୀମାନେ ଭୂତଳରୁ ଉତ୍ତୋଳନ କରିବା ଓ ବଟଲିଂ କରି ବିକିବା ପର୍ଯ୍ୟନ୍ତ କୌଣସି ସରକାରୀ ସ୍ବୀକୃତି ଅବା ଲାଇସେନ୍ସ ନେଇନାହାନ୍ତି ବୋଲି ପାରାଦୀପର ଖାଦ୍ୟ ନିରୀକ୍ଷକ ପ୍ରୀତିଶ ଦାସ ସୂଚନା ଦେଇଛନ୍ତି। ଏପରିକି ଉକ୍ତ ପାଣି ପିଇବା ପାଇଁ ଅନୁପଯୁକ୍ତ ବୋଲି ସେ କହିଛନ୍ତି। ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ କେତେକ ପାଣି ବୋତଲରୁ ନମୁନା ସଂଗ୍ରହ କରାଯାଇଥିଲା। ଏଥିରେ ପିଇବା ପାଣି ପାଇଁ ଯେଉଁ ପାରାମିଟର ରହିବା କଥା ସେଥିରେ ନାହିଁ। ସେଥିପାଇଁ ଉକ୍ତ ପାଣି ବିକ୍ରି ବନ୍ଦ କରିବା ସହ କାରଖାନାକୁ ସିଲ କରିବା ପାଇଁ ସେ ସରକାରୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜଗତ୍‌ସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କୁ ଏନେଇ ରିପୋର୍ଟ ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ନିରୀକ୍ଷକ ଦାସ ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି। ତାଙ୍କ ମତରେ ୨୦ ଲିଟର ବିଶିଷ୍ଟ ପାଣିରେ ଆଇରନ ଅଧିକ ରହୁଛି। ସେଥିରେ ଇକୋଲାଇ ନାମକ ବ୍ୟାକ୍ଟେରିଆ ରହିଛି। ଟିଡିଏସ (ଟୋଟାଲ ଡିଜଲ୍ଭଡ ସଲିଡସ)ଏବଂ ପିଏଚ ପରିମାଣ ଅଧିକ ରହୁଛି। ବିନା ସିଏମ/ଇଏଲ ଲାଇସେନ୍ସରେ ଏପରି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ବୋଲି ସେ ଆଶଙ୍କାବ୍ୟକ୍ତ କରିଛନ୍ତି। ସେଥିପାଇଁ ପାରାଦୀପର ଦୁଇଟି ପାଣି ପ୍ଲାଣ୍ଟକୁ ଛାଡ଼ିଦେଲେ ଆଉ ସବୁ ପ୍ଲାଣ୍ଟ ସିଲ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଭଳି ପାଣି ବଟଲିଂ କରି ବିକୁଥିବା ଷଣ୍ଢକୁଦ ବସ୍ତିର ଏସ୍‌ଗୋପିଙ୍କୁ ମଙ୍ଗଳବାର ବଡ଼ପଡ଼ିଆଠାରେ ପଚାରିବାରୁ ସେ କହିଥିଲେ ମୋର ଲାଇସେନ୍ସ ଆନ୍ଧ୍ର ଭାଇଜାଗରୁ ଆଣିଛି। ପାଣି ଭୂତଳରୁ ଉତ୍ତୋଳନ ପାଇଁ ପାରାଦୀପ ପୌରପାଳିକା ସ୍ବୀକୃତି ଦେଇଛି।
ଏସମ୍ପର୍କରେ ପୌରପାଳିକା ଜନସ୍ବାସ୍ଥ୍ୟ ଅଧିକାରୀ ମାନସ ମୁର୍ମୁଙ୍କୁ ପଚାରିବାରେ କୁହନ୍ତି ଆମେ ଅନୁମତି ଦେଇନାହୁଁ। ଏମିତି ପାଣିକୁ ପାରାଦୀପର ଅଧିକାଂଶ କମ୍ପାନୀ, ସରକାରୀ କ୍ୟାଣ୍ଟିନ ଆଦି ଜାଗାକୁ ସପ୍ଲାଇ କରାଯାଉଥିବା ଜଣାପଡ଼ିଛି। ଗୋପିଙ୍କ ମତରେ ସେ ଦିନକୁ ୨ ରୁ ୩ ହଜାର୨୦ ଲିଟର ବିଶିଷ୍ଟ ବୋତଲ ପାଣି ବିଭିନ୍ନ ଜାଗାକୁ ଦେଉଛନ୍ତି। ବୋତଲ ପିଛା ୨୫ ଟଙ୍କାରେ ବିକ୍ରି ହେଉଛି। ଏପରି ଅନୁପଯୁକ୍ତ ପିଇବା ପାଣିକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ବ୍ୟବହାର କରାଯାଉଛି। ଏହା ଦ୍ୱାରା ଲୋକେ ଅଜାଣତରେ ଏହି ପାଣି ପିଇ ଦୂରାରୋଗ୍ୟରେ ଆକ୍ରାନ୍ତ ହେବା ଆଶଙ୍କାକୁ ଏଡ଼ାଇଯାଇ ହେବନି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?