ଗୋଲାପି ଓଠ ପାଇଁ…

ଗୋଲାପି ଓଠ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ହେଲେ କେବେ କେବେ ବିଭିନ୍ନ କାରଣରୁ ଓଠ କଳା ପଡ଼ିଯିବା ଅନେକଙ୍କ ପାଇଁ ଚିନ୍ତାର କାରଣ ସାଜିଥାଏ। ଯଦି ଆପଣଙ୍କର ବି ଏଭଳି ସମସ୍ୟା ରହିଛି ତେବେ ଜାଣି ରଖନ୍ତୁ ପ୍ରାକୃତିକ ଉପାୟରେ ଓଠ ଗୋଲାପି କରିବାର ଟିପ୍ସ …
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତୁଳାରେ ଗୋଲାପ ଜଳ ନେଇ ଓଠରେ ଲଗାନ୍ତୁ। ଓଠ ନରମ ଲାଗିଲେ ଏହାକୁ ଆଙ୍ଗୁଠିରେ ଧୀରେ ଧୀରେ ଘଷି ଡେଡ୍‌ ସେଲ୍‌ ବାହାର କରିଦିଅନ୍ତୁ। ଓଠକୁ ପୋଛି ଲିପ୍‌ ବାମ୍‌ ଲଗାନ୍ତୁ। ଏହାଦ୍ୱାରା ଧୀରେ ଧୀରେ ନୂଆ ସେଲ୍‌ ସୃଷ୍ଟି ହେବା ସହ ଓଠ ପୂର୍ବାପେକ୍ଷା ନରମ ଏବଂ ଗୋଲାପି ଲାଗିବ।
ଓଠର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନଡ଼ିଆ ତେଲ ମଧ୍ୟ ବହୁ ଉପକାରୀ। ଏହାକୁ ଓଠରେ ଲଗାଇବା ଦ୍ୱାରା ତାହା ପ୍ରାକୃତିକ ମଶ୍ଚରାଇଜରର କାମ କରିଥାଏ ଏବଂ ଓଠକୁ ନରମ ରଖେ ଏବଂ ଫାଟିବାକୁ ଦିଏ ନାହିଁ। ତା’ଛଡ଼ା ଏହା ଓଠର ସ୍କିନ୍‌ ଟୋନ୍‌ ଲାଇଟ୍‌ କରିବାରେ ବି ସାହାଯ୍ୟ କରୁଥିବାରୁ ଧୀରେ ଧୀରେ ଓଠର କଳା ରଙ୍ଗ ଦୂର ହୋଇ ଗୋଲାପି ଲାଗିଥାଏ।
ଅଧା ଚାମଚ ଲେଖାଏ ଲେମ୍ବୁ ରସ ଏବଂ ମହୁ ନେଇ ମିଶାଇ ଦିଅନ୍ତୁ। ଏହାକୁ ଓଠରେ ଲଗାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଧୀରେ ଧୀରେ ଘଷନ୍ତୁ। ଡେଡ୍‌ ସେଲ୍‌ ବାହାରିଯିବା ପରେ ଓଠକୁ ହାଲୁକା ଭାବେ ପୋଛି ନଡ଼ିଆ ତେଲ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। ପ୍ରତିଦିନ ଏପରି କଲେ ଓଠ ନରମ ଏବଂ ଗୋଲାପି ଲାଗିବ।
ବିଟ୍‌ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍‌ ଲାଭଦାୟକ। ଏକ ଚାମଚ୍‌ ବିଟ୍‌ ରସରେ ୨-୩ ବୁନ୍ଦା ନଡ଼ିଆ ତେଲ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଓଠରେ ଲଗାଇ ୩-୪ ମିନିଟ୍‌ ପର୍ଯ୍ୟନ୍ତ ଧୀରେ ଧୀରେ ଘଷନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri