ପ୍ରମାଣପତ୍ର ପାଇଁ ଭୂମିହୀନ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧।୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗ୍ରାମରେ ପ୍ରାୟ ୩୦୦ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଅନୁସୂଚିତ ଜାତି ବର୍ଗ। ତେବେ ଏସ୍‌ଇସିସି (ସୋସିଓ ଇକୋନୋମିକ ଆଣ୍ଡ କାଷ୍ଟ ସେନସସ)ର ତଥ୍ୟ ଜିଲା ପ୍ରଶାସନ ନିକଟରେ ନ ଥିବାରୁ ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏହିପରି ଅନେକ ପରିବାର ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ବେଳେ ଜିଲାରେ ଭୂମିହୀନ ପଛୁଆବର୍ଗଙ୍କ ପାଇଁ ଜାତି ପ୍ରମାଣପତ୍ର ପାଇବା ଏବେ ସ୍ବପ୍ନ ହୋଇଛି ା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ଓ ଯୋଜନା, ଶିକ୍ଷାନୁଷ୍ଠାନରେ ଆଡମିଶନ, କର୍ମ ନିଯୁକ୍ତି, ରିହାତି, ଛାତ୍ରବୃତ୍ତି ଆଦିରୁ ପଛୁଆ ବର୍ଗ ବଞ୍ଚତ୍ତ ହେଉଛନ୍ତି।
ଏସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ୨୦୦୯ ଜାନୁୟାରୀ ୯ରେ କେନ୍ଦ୍ର ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୂମିହୀନଙ୍କୁ ଜାତି ପ୍ରମାଣ ପତ୍ର ପ୍ରଦାନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜମିର ପଟ୍ଟାକୁ ବାଧ୍ୟତା ମୂଳକ ରଖା ଯାଇଥିଲା। ଏହି ବିଜ୍ଞପ୍ତିର କେତେକ ଅଂଶରେ ଭୂମିହୀନଙ୍କ ପାଇଁ କୋହଳ ସର୍ତ୍ତ ରଖାଯାଇଥିଲା ା ଜାତି ପ୍ରମାଣପତ୍ର ପ୍ରସ୍ତୁତ ସମୟରେ ମାତାପିତା ଓ ଅବିଭାବକଙ୍କ ଜାତି ପ୍ରମାଣପତ୍ର, ସେମାନଙ୍କ ସଂସ୍କୃତି, ସାମାଜିକ ବ୍ୟବସ୍ଥା, ଦେବତା, ରୀତିନୀତି, ବିବାହର ଧାରା, ମୃତ୍ୟୁ ସମାରୋହ, ମୃତଦେହର ସଂସ୍କାର ବିଧି ଆଦି ପଦ୍ଧତି ଲକ୍ଷ୍ୟ କରି ଜାତି ସ୍ଥିର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସାମାଜିକ ସ୍ଥିତି ଯାଞ୍ଚ କରିବା ପାଇଁ ସ୍ଥାନାନ୍ତର କାରଣ ଓ ମୂଳ ସ୍ଥାନ ନୀରିକ୍ଷଣ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଏହା ସତ୍ତ୍ୱେ ଜିଲାର ବହୁ ସ୍ଥାନରେ ପଛୁଆବର୍ଗ ଭୂମିହୀନ ଭାବେ ରହି ଆସୁଥିଲେ ମଧ୍ୟ ଆବେଦନକାରୀଙ୍କୁ ପ୍ରଶାସନିକ ଅସହଯୋଗ କାରଣରୁ ଜାତି ପ୍ରମାଣ ପତ୍ର ମିଳୁ ନ ଥିବା ସେ ମତ ଦେଇଛନ୍ତି। ରାଜନଗର ବ୍ଲକ ଭେକ୍ଟା ଗ୍ରାମର ପ୍ରୀତିଲଗ୍ନା ଦାସ କହିଛନ୍ତି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପରିବାର ସଦସ୍ୟ ଅନୁସୂଚିତ ବର୍ଗର ହୋଇଥିଲେ ମଧ୍ୟ ଭୂମିହୀନ ହୋଇଥିବାରୁ ତାଙ୍କୁ ଜାତି ପ୍ରମାଣ ପତ୍ର ମିଳିନାହିଁ। ଫଳରେ ସାଧାରଣ ବର୍ଗର ଛାତ୍ରୀ ଭାବେ ସେ ପାଠ ପଢ଼ିଥିବା ବେଳେ ସରକାରଙ୍କ ଷ୍ଟାଇପେଣ୍ଡ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଆର୍ଥିକ ଦୁର୍ବଳ ସ୍ଥିତି ଥିବାରୁ କଲେଜରେ ପାଠ ପଢ଼ିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି। ଜାତୀୟ ମାନବାଧିକାର ପରିଷଦର ଜିଲା ସଭାପତି ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୧୧ ସାମାଜିକ ଅର୍ଥନୈତିକ ଜନଗଣନା ଅନୁଯାୟୀ ରାଜ୍ୟରେ ୮.୩୩ ପ୍ରତିଶତ ଭୂମିହୀନ ଦଳିତ ପରିବାର ଅଛନ୍ତି। ଏମାନଙ୍କ ପାଇଁ ଜାତି ପ୍ରମାଣପତ୍ର ଯୋଗାଡ଼ କରିବା କଷ୍ଟକର ବ୍ୟାପାର। ଏଥିପାଇଁ ବହୁ ସମୟରେ ସରକାରୀ ସୁବିଧାର ସୁଯୋଗ ପାଇ ପାରୁନାହାନ୍ତି। ତେବେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦୨୦ ଫେବୃଆରୀ ୨୬ରେ ଚିଠି ନଂ. ୯୬୧୮ରେ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରି ଜାତି ପ୍ରମାଣ ପତ୍ର ଦେବା ପାଇଁ ପ୍ରତ୍ୟେକ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍‌ସି ଏସ୍‌ଟି ବିଭାଗ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ସ୍ବତନ୍ତ୍ର ଗାଇଡ୍‌ ଲାଇନ ପ୍ରସ୍ତୁତ କରିଛନ୍ତି ା ଏସବୁ ସତ୍ତ୍ୱେ ପରିଚାଳନାଗତ ତ୍ରୁଟି କାରଣରୁ ପଛୁଆବର୍ଗର ଛାତ୍ରୀଛାତ୍ର ଓ ଲୋକମାନେ ବିଭିନ୍ନ ପ୍ରମାଣପତ୍ର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଠିକ୍‌ ତଦାରଖ ହେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ଭୂମିହୀନଙ୍କୁ ଜମି ଯୋଗାଇଦେବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ ହେଉଛି ା ସେହିପରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗରେ ଆବାସ ଯୋଜନାର ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଜାତି ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିବା ଏଡିଏମ୍‌ ସାମଲ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲ୍‌ବୁଲ୍‌ ପ୍ରଭାବ: ଧାନଚାଷ ଉଜୁଡ଼ିବା ଆଶଙ୍କା, ଚିନ୍ତାରେ ଚାଷୀ

ପାଟକୁରା,୯।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ଏ ନେଇ ଶୁକ୍ରବାର ପ୍ରବଳ ବର୍ଷା ଲାଗି ରହିଥିବା ବେଳେ...

ଆଜିଠୁ ପଶ୍ଚିମଦ୍ୱାର ଦେଇ ଦର୍ଶନ

ପୁରୀ ଅଫିସ,୧।୧୧: ନୂତନ ଏସ୍‌ଓପି ଅନୁଯାୟୀ ସୋମବାରଠାରୁ ପୁରୀ ସହରବାସୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶକରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ କୋଭିଡ୍‌ କଟକଣା...

୫ ବର୍ଷରେ ଗଲାଣି ୭ ଜୀବନ

ବେଗୁନିଆ,୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀଙ୍କ ଉପରେ କଟକଣା ନ...

ପୁବୁ ସାହି ନିକଟ ଶଙ୍ଖ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ସାନପୁଅ ଆଣିଲେ ହତ୍ୟା ଅଭିଯୋଗ, ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୬।୪: ଖୋର୍ଦ୍ଧା ଆର୍ଦଶ ଥାନା ଜାତୀୟ ରାଜପଥ ପୁବୁ ସାହି ନିକଟ ଶଙ୍ଖ ତଳୁ ପୋଲିସ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ପୁରୀ ଅଫିସ,୩।୪: ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଫିସର ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ସମ୍ପର୍କରେ ଶନିବାର...

ବିଦ୍ୟାଳୟରେ ତାଲା ପକାଇବା ଘଟଣା: ବିଇଓ ଏବଂ ସ୍କୁଲ ପରିଚାଳନା କମିଟିର ଆଲୋଚନା; ୨୬ ଓ ୨୭ରେ ହେବ ବିଧିବଦ୍ଧ ତଦନ୍ତ

ଆନନ୍ଦପୁର,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ କୋଚିଆନେଣ୍ଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କମିଟି ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ପଟ୍ଟନାୟକଙ୍କ ବିରୋଧରେ ଗତ ଶନିବାର...

ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ: ମୁଖ୍ୟ ପ୍ରବେଶ ପଥ ସିଲ୍‌

ଗଞ୍ଜାମ,୧୭।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର l କରୋନା ନିଜର କାୟା ବିସ୍ତାର କରି ଚାଲିଛି l ବିଶେଷକରି ଗଞ୍ଜାମ ଜିଲାରେ ଦିନକୁ ଶହ ଶହ...

ପୋଲିସ୍‌ ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍‌.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍‌ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର...

Advertisement
Archives

Model This Week