Posted inଖେଳ

ଫୁଟବଲପ୍ରେମୀଙ୍କ ବିଜୟ: ଅନୁରାଗ

ଜୁରିକ୍‌/ନୂଆଦିଲ୍ଲୀ,୨୮ା୮:ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ) ଉପରୁ ଫିଫାର ବାସନ୍ଦାଦେଶ ଉଠିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର। ଏହା ଫୁଟବଲ ଫ୍ୟାନ୍‌ମାନଙ୍କର ବିଜୟ ବୋଲି ଠାକୁର ଅଭିହିତ କରିଛନ୍ତି। ତୃତୀୟ ପକ୍ଷ ହସ୍ତକ୍ଷେପ ଅଭିଯୋଗ କରି ଫିଫା ପକ୍ଷରୁ ଅଗଷ୍ଟ ୧୫ ତାରିଖରେ ଭାରତକୁ ନିଲମ୍ବନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫା ସହିତ ଆଲୋଚନା କରାଯାଇଥିବା ବେଳେ ସୁପ୍ରିମକୋର୍ଟ କମିଟି ଅଫ୍‌ ଆଡମିନିଷ୍ଟ୍ରେଶନ୍‌(ସିଓଏ)ର ଉଚ୍ଛେଦ କରିଥିଲେ। ଫିଫା ବାସନ୍ଦାଦେଶ ହଟିବା ପରେ ଭାରତରେ ୧୭ ବର୍ଷ କମ ମହିଳା ବିଶ୍ୱକପ ଆୟୋଜନ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତା ଅକ୍ଟୋବର ୧୧-୩୦ ମଧ୍ୟରେ ଭାରତରେ ଫୁଟବଲ ବିଶ୍ୱକପ ଆୟୋଜନ ହେବ। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଏଆଇଏଫ୍‌ଏଫ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବାଇଚୁଙ୍ଗ ଭୂତିଆ ଓ କଲ୍ୟାଣ ଚୌବେ ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଫିଫାର ବାସନ୍ଦାଦେଶ ପରେ ଭାରତରେ ବିଶ୍ୱକପ ଆୟୋଜନ ଉପରେ ସଙ୍କଟର କଳାବାଦଲ ଛାଇ ଯାଇଥିଲା। ମାତ୍ର ସିଓଏ ଏବଂ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫା ସହିତ ଆଲୋଚନା ପରେ ବିଶ୍ୱକପ ଆୟୋଜନ ସ୍ପଷ୍ଟ ହୋଇଯାଇଛି। ସିଓଏ ଉଚ୍ଛେଦ ହୋଇଥିବା ନେଇ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫାକୁ ସ୍ପଷ୍ଟୀକରଣ ଦିଆଯିବା ପରେ ଭାରତକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏସିଆନ ଫୁଟବଲ ସଂଘ(ଏଏଫ୍‌ସି) ପକ୍ଷରୁ ଏଆଇଏଫ୍‌ଏଫ୍‌ ନିର୍ବାଚନକୁ ମନିଟର କରାଯିବା ସହିତ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପ୍ରଦାନ କରାଯିବା ନେଇ ଫିଫା ସ୍ପଷ୍ଟ କରିଛି। ଏହା ସହିତ ଏଆଇଏଫ୍‌ଏଫ୍‌ର ଦୈନନ୍ଦିନ କାର୍ଯ୍ୟକୁ ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ସୁନନ୍ଦୋ ଧର ପରିଚାଳନା କରିବେ।

ଫିଫାର ଏହି ନିଷ୍ପତ୍ତିକୁ ପୂର୍ବତନ ଫୁଟବଲ ଦଳ ଅଧିନାୟକ ବାଇଚୁଙ୍ଗ ଭୂତିଆ ସ୍ବାଗତ କରିଛନ୍ତି। ଏହାବ୍ୟତୀତ ପୂର୍ବତନ ମିଡ୍‌ଫିଲ୍ଡର ରେନେଡି ସିଂ ଓ ପୂର୍ବତନ କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷରେ ଫିଫା ବାସନ୍ଦାଦେଶକୁ ନେଇ ଗୋକୁଳମ କେରଳ କ୍ଷତି ସହିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଷ୍ଟ୍ରାଇକର ସବିର ଅଲୀ। ଭାରତୀୟ ଫୁଟବଲ ଇତିହାସରେ ଏହି ୧୧ ଦିନ ବ୍ୟାପୀ କଳାଦିବସର ଅବସାନ ଘଟିଥିବା ବେଳେ ଫିଫାର ଦାବିକୁ ଭାରତ ମାନି ନେଇଛି। ଏଆଇଏଫ୍‌ଏଫ୍‌ ନିର୍ବାଚନ ଆଗୁଆ କରିଥିଲେ ଏଭଳି ପରସ୍ଥିତିର ସାମ୍ନା କରିବାକୁ ପଡିନଥାନ୍ତା। ଗୋକୁଳମ୍‌ କେରଳର ଖେଳାଳିମାନେ ତାସକେଣ୍ଟରେ ଦୀର୍ଘ ଏକ ସପ୍ତାହ ଧରି ଅଟକି ରହିଥିଲେ। ଏଭଳି ପରିସ୍ଥିତିର ସାମ୍ନା କରିଥିବା ଦଳକୁ ଏଆଇଏଫ୍‌ଏଫ୍‌ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ ବୋଲି ସବିର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?