ଫେରିଲା ଫୁଟ୍‌ବଲ୍‌ ଫିଭର

ଢେଙ୍କାନାଳକୁ ଫେରିଛି ଫୁଟ୍‌ବଲ ଫିଭର। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ, ଆମେ ଓଡ଼ିଆ ସଙ୍ଗଠନ ଏବଂ ଜିଲା କ୍ରୀଡ଼ା ସଂସଦ ସହଯୋଗରେ ନଭେମ୍ବର ୩ରୁ ଆୟୋଜିତ ହେଉଛି ‘ବାଜି ରାଉତ କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ’। ସେହିପରି ରାଜ୍ୟ ସରକାର, ଜିଲା କ୍ରୀଡ଼ା ସଂସଦ ଏବଂ ପ୍ରଶାସନର ମିଳିତ ଆନୁକୂଲ୍ୟରେ ୧୬ରୁ ୨୭ ତାରିଖ ଯାଏ ଅନୁଷ୍ଠିତ ହେବ ଅନ୍ୟ ଏକ ଜାତୀୟସ୍ତରୀୟ ପ୍ରତିଯୋଗିତା। ବାହାର ରାଜ୍ୟର ଦଳ ଓ ଖେଳାଳିଙ୍କୁ ନେଇ ଦୀର୍ଘବର୍ଷ ପରେ ଏଭଳି ଟୁର୍ନାମେଣ୍ଟର ଆୟୋଜନ କରାଯାଉଥିବାବେଳେ ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି କ୍ରୀଡ଼ାପ୍ରେମୀ ଏବଂ ସହରବାସୀ।

ଢେଙ୍କାନାଳ ଅଫିସ, ୨।୧୧: ହକି ଓ ଫୁଟ୍‌ବଲ୍‌ର ଅନ୍ତୁଡ଼ିଶାଳ ଢେଙ୍କାନାଳ। ଏଠାରୁ ସୃଷ୍ଟି ହୋଇଥିବା କ୍ରୀଡ଼ାବିତ୍‌ କେବଳ ରାଜ୍ୟସ୍ତରରେ ନୁହେଁ, ଜାତୀୟସ୍ତରରେ ଅର୍ଜିଛନ୍ତି ସୁନାମ। ତେବେ କ୍ରୀଡ଼ା ବିଭାଗର ଅବହେଳା ଏବଂ ପ୍ରୋତ୍ସାହନର ଅଭାବରୁ କିଛିବର୍ଷ ହେଲା ଏଭଳି ଲୋକପ୍ରିୟ ଖେଳରେ ଲାଗିଯାଇଥିଲା ଗ୍ରହଣ। ତେବେ ବିଳମ୍ବରେ ହେଲେ ବି ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡ଼ିଛି ହକି ଉପରେ। ସେହିପରି ବିଦ୍ୟାଳୟସ୍ତରରେ ଲୁକ୍କାୟିତ ଫୁଟ୍‌ବଲ୍‌ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ସମାନ୍ତରାଳ ଭାବେ ଉଦ୍ୟମ ଆରମ୍ଭ ହୋଇଛି। ଏସବୁ ଭିତରେ ଢେଙ୍କାନାଳ ଷ୍ଟାଡିୟମରେ ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦୁଇଟି ଜାତୀୟସ୍ତରୀୟ ଫୁଟ୍‌ବଲ ପ୍ରତିଯୋଗିତାକୁ ନେଇ ସବୁଠି ସୃଷ୍ଟି ହୋଇଛି ବିପୁଳ ଉତ୍କଣ୍ଠା।
ଢେଙ୍କାନାଳ, ଅନୁଗୋଳ ଏବଂ ତାଳଚେରରେ ହେବାକୁ ଥିବା ‘ବାଜି ରାଉତ କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ’ରେ ଯୋଗଦେବେ ଓଡ଼ିଶା ସମେତ ଜାତୀୟସ୍ତରୀୟ ମୋଟ ୮ ଦଳ। ଢେଙ୍କାନାଳ ଷ୍ଟାଡିୟମ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ୩ ତାରିଖରେ ଏହାର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ପୂର୍ବାହ୍ନ ୧୧ଟାରେ ଓଡ଼ିଶା ଏଫ୍‌ସି ଓ କେଙ୍କ୍ରେ ଏଫ୍‌ସି ମୁମ୍ବାଇ ମୁହଁାମୁହିଁ ହେବେ। ସେହିଦିନ ଅପରାହ୍ନ ୨ଟାରେ ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସି ଗୋଆ ଓ ଗୋକୁଳମ୍‌ ଏଫ୍‌ସି କେରଳ ମଧ୍ୟରେ ଅନ୍ୟ ଏକ ମ୍ୟାଚ୍‌ ଖେଳାଯିବ। ଉଭୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ର ବିଜେତା ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହେବେ। ପ୍ରତିଯୋଗିତାର ଅନ୍ୟ ୨ କ୍ୱାର୍ଟର ଫାଇନାଲ ଓ ୨ ସେମିଫାଇନାଲ ମ୍ୟାଚ୍‌ ଅନୁଗୋଳ କଦମ ପଡ଼ିଆରେ ଖେଳାଯିବ। ତାଳଚେର ସାଉଥ୍‌ ବଲଣ୍ଡା ବ୍ଲାକ ଡାଇମଣ୍ଡ୍‌ ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।
ସେହିପରି ୧୬ ତାରିଖରୁ ଆରମ୍ଭ ହେଉଥିବା ଟୁର୍ନାମେଣ୍ଟରେ କୋଲକାତାର ଆର୍ଯ୍ୟାନ କ୍ଲବ, ବିହାରର ୟୁନାଇଟେଡ୍‌ କ୍ଲବ, ଜାମସେଦପୁରର ଆରଏମ୍‌ସି, ଗୋଆର ମର୍ନିଂ କ୍ଲବ, ତେଲଙ୍ଗାନାର ହାଇଦ୍ରାବାଦ ଆର୍ଟିଲେରି ଏବଂ ଦକ୍ଷିଣପୂର୍ବ ରେଲଓ୍ବେ କୋଲକାତା ଭାଗନେବେ। ଏହି ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ୭ ଲକ୍ଷ ଟଙ୍କା ଏବଂ ଖେଳ ପରିଚାଳନା ପାଇଁ ଅତିରିକ୍ତ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅପରପକ୍ଷେ ଦୁଇଟି ଜାତୀୟସ୍ତରୀୟ ପ୍ରତିଯୋଗିତାକୁ ନେଇ ଢେଙ୍କାନାଳ ଷ୍ଟାଡିୟମ ସଜେଇ ହେଉଛି। ସବୁଜିମାଭରା ଘାସପଡ଼ିଆ ଖେଳାଳିଙ୍କ ଅପେକ୍ଷାରେ ରହିଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ନୂତନ ଆଶା ସଞ୍ଚାର

ଅଶୀ ଦଶକରେ ଢେଙ୍କାନାଳରେ ଫୁଟବଲ୍‌କୁ ନେଇ ରହିଥିଲା ସ୍ବତନ୍ତ୍ର କ୍ରେଜ୍‌। ଢେଙ୍କାନାଳ ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କ୍ରୀଡ଼ାବିତ୍‌ ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟରେ ଛାଡ଼ିଥିଲେ ଛାପ। ଏପରି କି ବହୁ ପ୍ରତିଭାବାନ ଖେଳାଳି ରାଜ୍ୟ ପୋଲିସ ଦଳରେ ନିୟମିତ ସ୍ଥାନ ମଧ୍ୟ ପାଉଥିଲେ। ଏହାକୁ ବାଦ୍‌ଦେଲେ ଆନ୍ତଃ କ୍ଲବ ପ୍ରତିଯୋଗିତାରେ ମଧ୍ୟ ଖେଳାଳିଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଇତିମଧ୍ୟରେ ବୟସାଧିକ୍ୟ କାରଣରୁ ଅନେକ କ୍ରୀଡ଼ାବିତ୍‌ ଅବସର ନେଇସାରିଲେଣି। ଚାକିରି ସରିବା ପରେ ବହୁ ଖେଳାଳି ନିଜକୁ ଫୁଟ୍‌ବଲଠାରୁ ଦୂରେଇ ଦେଇଛନ୍ତି। ଶିଳ୍ପବହୁଳ ଜିଲାରେ ଏହି କ୍ରୀଡ଼ାକୁ ଯେତିକି ପ୍ରୋତ୍ସାହନ ମିଳିବା କଥା ତାହା ମିଳୁନାହିଁ। ଢେଙ୍କାନାଳ ଷ୍ଟାଡିୟମରେ ଦୀର୍ଘବର୍ଷ ତଳେ ସନ୍ତୋଷ ଟ୍ରଫି୍‌ ଫୁଟବଲ ଟୁର୍ନାମେଣ୍ଟର ମାତ୍ର ଗୋଟିଏ ମ୍ୟାଚ୍‌ ଆୟୋଜନ ହୋଇଥିବାବେଳେ ପ୍ରୋତ୍ସାହନ ଏବଂ ଇଚ୍ଛାଶକ୍ତିର ଅଭାବ ଏଭଳି ଲୋକପ୍ରିୟ କ୍ରୀଡ଼ା ବିକାଶରେ ପ୍ରତିବନ୍ଧକ ସାଜିଛି। ତେବେ ନିକଟରେ ହେବାକୁ ଥିବା ଦୁଇଟି ଜାତୀୟ ପ୍ରତିଯୋଗିତା ଏ ଦିଗରେ ନୂଆ ଆଶା ସଞ୍ଚାର କରିଥିବାବେଳେ ଫୁଟବଲର ଗୌରବମୟ ଦିନ ଫେରିବ ବୋଲି କ୍ରୀଡ଼ାବିତ୍‌ମାନେ କହିଛନ୍ତି।

 

କ୍ରୀଡ଼ାବିତ୍‌ମାନେ ଅଭିଜ୍ଞତା ହାସଲ କରିବେ
ଢେଙ୍କାନାଳରେ ଅନୁଷ୍ଠିତ ହେବାକୁ ଥିବା ଫୁଟ୍‌ବଲ ଟୁର୍ନାମେଣ୍ଟ ଜାତୀୟସ୍ତରୀୟ କ୍ରୀଡ଼ାବିତ୍‌ଙ୍କୁ
ଉତ୍ସାହିତ କରିବ। ଆଞ୍ଚଳିକ କ୍ରୀଡ଼ାବିତ୍‌ମାନେ ବହୁ ଅଭିଜ୍ଞତା ହାସଲ କରିବେ ଏବଂ ଭଲ ଫୁଟବଲ ଖେଳାଳି ହେବା ଲାଗି ପ୍ରସ୍ତୁତି କରିପାରିବେ ା
ରାମକୃଷ୍ଣ ବେହେରା, ପୂର୍ବତନ ଫୁଟ୍‌ବଲ ଖେଳାଳି
୨ଟି ଜାତୀୟ ପ୍ରତିଯୋଗିତା ହେବା ଖୁସିର କଥା
ଦୀର୍ଘବର୍ଷ ପରେ ଢେଙ୍କାନାଳରେ ୨ଟି ଜାତୀୟ ଫୁଟ୍‌ବଲ ପ୍ରତିଯୋଗିତା ଅନୁଷ୍ଠିତ ହେବା ଖୁସିର ବିଷୟ। ମୁମ୍ବାଇ, ଗୋଆ, ଓଡ଼ିଶା ଦଳର ପ୍ରତିଭାବାନ ଖେଳାଳିଙ୍କ ଦକ୍ଷତା ଦେଖିବାକୁ ମିଳିବ।
– ଅମିୟ ଚାନ୍ଦ, ବରିଷ୍ଠ କ୍ରୀଡ଼ା ଘୋଷକ
ଖେଳାଳି, ସଙ୍ଗଠକମାନେ ଉତ୍ସାହିତ
ଜାତୀୟସ୍ତରୀୟ ଟୁର୍ନାମେଣ୍ଟକୁ ନେଇ ଖେଳାଳି ଏବଂ ସଙ୍ଗଠକ ଉତ୍ସାହିତ ଅଛନ୍ତି। ଢେଙ୍କାନାଳ, ଅନୁଗୋଳ, ତାଳଚେରରେ ଅନୁଷ୍ଠିତ ବାଜି ରାଉତ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଓଡ଼ିଶା ସମେତ ୮ ଦଳ ଭାଗନେବେ। ସେହିପରି ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶା ସମେତ ୬ ଦଳ ଅଂଶଗ୍ରହଣ କରିବେ।
– ନଳିନୀ କୁମାର ଦାସ, ଢେଙ୍କାନାଳ ଜିଲା କ୍ରୀଡ଼ା ସଂସଦ ସମ୍ପାଦକ

 

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?