ନିର୍ବାଚନ ପରେ ଖାଦ୍ୟ ସାମଗ୍ରୀ ଦର ବଢୁଛି

ଯାଜପୁର,୯ା୬(ହର୍ଷବର୍ଦ୍ଧନ ବେହେରା)ସାଧାରଣ ନିର୍ବାଚନ ପରେ ପରେ ଖାଉଟି ସାମଗ୍ରୀ ମୂଲ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ଚାଉଳ ସମେତ ତେଲ, ଡାଲି, ଆଳୁ, ପିଆଜ, ଟମାଟୋ ଇତ୍ୟାଦିର ଦର ବୃଦ୍ଧି ଯୋଗୁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ପରିବାରଙ୍କ ମୁଣ୍ଡରେ ଚଡ଼କ ପଡିଛି। ରାଜ୍ୟ ସରକାର ଡାଲି ଜାତୀୟ, ଆଳୁ, ପିଆଜ ସମେତ ପନିପରିବା ଉତ୍ପାଦନରେ ବିଫଳ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ମତପ୍ରକାଶ ପାଇଛି।
ଗତ କିଛି ବର୍ଷ ଧରି ଖାଉଟି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିର ବୋଝ ଗ୍ରାହକମାନେ ମୁଣ୍ଡେଇ ଆସୁଛନ୍ତି । ଦରଦାମ ବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ ସଫଳତା ମିଳୁ ନ ଥିବାରୁ ସାଧାରଣ ଲୋକେ ନାହିଁ ନଥିବାର ସମସ୍ୟା ଭୋଗୁଛନ୍ତି। ଏହାର ଫାଇଦା ବ୍ୟବସାୟୀମାନଙ୍କୁ ବେଶ୍‌ ସୁହାଉଛି। ପର୍ବପର୍ବାଣୀ ସମୟରେ ସାମଗ୍ରୀ ମୂଲ୍ୟକୁ ସେମାନେ ମନଇଚ୍ଛା ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ସାଧାରଣତଃ ରାଜ୍ୟର ବଜାରଗୁଡ଼ିକ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସାମଗ୍ରୀ ମୂଲ୍ୟରେ ହ୍ରାସର କଳ୍ପନା କରାଯାଇପାରୁନାହିଁ। ବିଶେଷକରି ଆଳୁ ଓ ପିଆଜ ପାଇଁ ଯାଜପୁର ଜିଲାବାସୀ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ଉପରେ ନିର୍ଭର କରିଥାନ୍ତି। କେତେକାଂଶରେ କଟକ ଓ ଭୁବନେଶ୍ୱର ଉପରେ ମଧ୍ୟ ବେପାରୀ ନିର୍ଭରଶୀଳ ହେଉଥିବାରୁ ଦରଦାମ ବୃଦ୍ଧି ଚିନ୍ତାର କାରଣ ହୋଇଛି। ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ମୁଗ, ହରଡ ଓ ବୁଟ ଡାଲି ୧୦ ଟଙ୍କା, ତେଲ ୧୦ ଟଙ୍କା, ଚାଉଳ କେଜି ପ୍ରତି ୪ ଟଙ୍କା, ଆଳୁ ଓ ପିଆଜ ୫ ଟଙ୍କା ବୃଦ୍ଧି ପାଇଛି ା ଏହାବାଦ ଟମୋଟା ଦର ହଠାତ କିଲୋ ପ୍ରତି ୩୦ ଟଙ୍କାରୁ ୬୦ ଟଙ୍କାରେ ବୃଦ୍ଧି ପାଇଛି।
କୃଷି ସହିତ ଡାଲି, ଆଳୁ, ପିଆଜି ଆଦି ଜାତୀୟ ଫସଲ ଉପତ୍ାଦନରେ ସରକାର ସେତେଟା କାର୍ଯ୍ୟପନ୍ଥା ଗ୍ରହଣ କରି ପାରିନାହାନ୍ତି ା ଆବଶ୍ୟକ ପ୍ରୋସତ୍ାହନ ଅଭାବରୁ ଚାଷୀ ପୂର୍ବଭଳି ଆଉ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ ବୋଲି ମତପ୍ରକାଶ ପାଇଛି। ରାଜ୍ୟରେ ବାର୍ଷିକ ପ୍ରାୟ ୧୦.୨୧ ଲକ୍ଷ ମେଟ୍ରିକଟନ (ଏମ୍‌ଟି) ଆଳୁର ଆବଶ୍ୟକତା ରହିଛି। କିନ୍ତୁ ଏହାର ମାତ୍ର ୨୦ପ୍ରତିଶତ ଆଳୁ ରାଜ୍ୟରେ ଉପତ୍ାଦନ ହୋଇପାରୁଛି। ସାରା ରାଜ୍ୟରେ ପ୍ରାୟ ୧୫ ହଜାର ହେକ୍ଟର ଜମିରେ ବାର୍ଷିକ ୨ରୁ ୨.୫ ଲକ୍ଷ ଏମ୍‌ଟି ଆଳୁ ଉପତ୍ାଦନ ହୋଇଥାଏ। ଏଭଳିସ୍ଥିତିରେ ଓଡ଼ିଶା ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷେ ଆବଶ୍ୟକ ଶୀତଳଭଣ୍ଡାରର ଅଭାବ ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ସଂରକ୍ଷିତ ରଖାଯାଇପାରୁନାହିଁ। ଫଳରେ ଦର ବଢ଼ିଚାଲିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?