ଶ୍ରୀଲଙ୍କାରେ ମିଳୁନି ଖାଦ୍ୟ, ଔଷଧ

କଲମ୍ବୋ,୩୧।୩: ଦ୍ୱୀପଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କ୍ରମେ ଉତ୍କଟ ହେବାରେ ଲାଗିଛି। ଗାଡ଼ିରେ ତେଲ ପକାଇବା ପାଇଁ ଲୋକେ ଦିନ ସାରା ଧାଡ଼ିରେ ଛିଡ଼ାହୋଇ ମୂର୍ଚ୍ଛା ଯାଉଥିବାବେଳେ ରାତିରେ ବିଜୁଳି ରହୁ ନ ଥିବାରୁ ଅନ୍ଧାରରେ ରହିବାକୁ ପଡ଼ୁଛି। ଚଳିତ ମାସ ଆରମ୍ଭରୁ ଦିନକୁ ୭ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବାବେଳେ ବୁଧବାରଠାରୁ ଏହାକୁ ୧୦ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ୁଛି। ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାର ଘୋର ଅଭାବ ଯୋଗୁ ସରକାର ତେଲ ସମେତ ଜୀବନ ରକ୍ଷାକାରୀ ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବିଦେଶରୁ ଆମଦାନି କରିପାରୁ ନାହାନ୍ତି। ଦେଶରେ ଔଷଧଠାରୁ ସିମେଣ୍ଟ ପର୍ଯ୍ୟନ୍ତ ଅଭାବ ଦେଖାଦେଇଛି। ଭୋର ସମୟରୁ ପେଟ୍ରୋଲ ପମ୍ପ୍‌ ଆଗରେ ଲମ୍ବା ଲାଇନ ଲାଗୁଛି। ଦରଦାମ୍‌ ବୃଦ୍ଧି ପାଇଁ ସରକାରଙ୍କ ପରିଚାଳନାଗତ ତ୍ରୁଟିକୁ ଲୋକେ ତୀବ୍ର ନିନ୍ଦା କରୁଛନ୍ତି।
ତେଲ ଅଭାବରୁ ଟ୍ରକ୍‌ଗୁଡ଼ିକ ବନ୍ଦରରୁ ଖାଦ୍ୟପଦାର୍ଥ ଓ ନିର୍ମାଣ ସାମଗ୍ରୀ ଅନ୍ୟ ସହରକୁ ପରିବହନ କରିପାରୁ ନାହାନ୍ତି। ସେହିପରି ପାର୍ବତ୍ୟାଞ୍ଚଳରୁ ଚା’ସଂଗ୍ରହ କରି ବନ୍ଦରକୁ ଅଣାଯାଇପାରୁ ନାହିଁ। ଶ୍ରମିକମାନଙ୍କୁ ନେବା ଆଣିବା କରୁଥିବା ବସ୍‌ଗୁଡ଼ିକ ଅଟକି ରହିଛି। କେତେକ ହସ୍ପିଟାଲ ନିୟମିତ ଅସ୍ତ୍ରୋପଚାର ବନ୍ଦ କରିଦେଇଥିବାବେଳେ କାଗଜ ଅଭାବରୁ ଚଳିତ ମାସରେ ହେବାକୁ ଥିବା ପିଲାଙ୍କ ପରୀକ୍ଷା ବନ୍ଦ ରହିଛି। ପୂର୍ବରୁ କେବେ ଏଭଳି ସ୍ଥିତି ଦେଖାଦେଇ ନ ଥିଲା ବୋଲି କଲମ୍ବୋରେ ୬୦ ବର୍ଷ ହେଲା ରହୁଥିବା ଜଣେ ଘରୋଇ କର୍ମଚାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ CJPର ଆସିଲା ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ସେ କହିଛନ୍ତି…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri